Posted inପୁରୀ

ଗାଁ ଗାଁ ବୁଲି ମାସ୍କ ବାଣ୍ଟିଲେ, ସଚେତନ କଲେ ସରପଞ୍ଚ

ପିପିଲି,୨୮ା୩(ସ୍ବ.ପ୍ର.)- କରୋନାକୁ ମୁକାବିଲା କରିବାକୁ ହେଲେ ସମସ୍ତେ ନିଜ ଘରେ ରହନ୍ତୁ। ଆବଶ୍ୟକତା ନ ଥିଲେ ପଦାକୁ ବାହାରନ୍ତୁ ନାହିଁ। ବର୍ତ୍ତମାନ କରୋନା ଭୂତାଣୁ ସଙ୍ଗିନ୍‌ ହେବାକୁ ଯାଉଥିବାବେଳେ ଆମେ ସତର୍କ ରହିବା ଉଚିତ। ଆମ ଅଞ୍ଚଳ ସୁରକ୍ଷିତ ରହିବା ପାଇଁ ଆମେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବା ଆବଶ୍ୟକ। ବାରମ୍ବାର ହାତକୁ ସାବୁନ କିମ୍ବା ସାନିଟାଇଜରରେ ଧୋଇବା ଆଦି ଜନସାଧାରଣଙ୍କୁ ହାତ ଯୋଡି ଅନୁରୋଧ କରି କହିବା ସହ ମାସ୍କ ବାଣ୍ଟି ସଚେତନ କରିଥିଲେ ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ଅମୟ କୁମାର ପରିଡା। ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ନିର୍ଦ୍ଦେଶ ଆସିବା ପରେ ସରପଞ୍ଚ ଅମୟ ଗ୍ରାମରେ ସଚେତନତା କରିବାକୁ ବାହାରିପଡ଼ି ଥିଲେ। ମଙ୍ଗଳପୁର ପଞ୍ଚାୟତରେ ଥିବା ଦୋକାନ ବଜାରଗୁଡିକରେ ନିଜେ ରହି ସାମାଜିକ ଦୂରତ୍ୱ ପାଇଁ ଦୋକାନ ସମ୍ମୁଖରେ ଧଳା ଗାର ଟାଣି ଚିହ୍ନ ଦେଇଥିଲେ। ପ୍ରତି ଗ୍ରାମକୁ ଯାଇ ଲୋକ, ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରିବା ସହ ନିଜେ ସତର୍କ ରହିବାକୁ କହିଥିଲେ। ପଞ୍ଚାୟତ ତରଫରୁ କରୋନା ସନ୍ଦିଗ୍ଧ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହିଭଳି ତାଙ୍କର ଜନସେବା କାର୍ଯ୍ୟକଳାପକୁୁ ପିପିଲି ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ସରପଞ୍ଚଙ୍କ ସହ ୱାର୍ଡସଭ୍ୟ ଗଦାଧର ପରିଡା, ସ୍ବାସ୍ଥ୍ୟକର୍ମୀ ସ୍ବର୍ଣ୍ଣଲତା ରଥ, ଅଙ୍ଗନୱାଡି କର୍ମୀ ପ୍ରତିମା ପରିଡା, ପଞ୍ଚେଇ ବେହେରା ଏବଂ ଆଶାକର୍ମୀ ଲକ୍ଷ୍ମିପ୍ରିୟା ବାରିକ ପ୍ରମୁଖ ସହେଯାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଆଜି ହେରାପଞ୍ଚମୀ -ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ,୨୦।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ…

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri