ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ ପହଞ୍ଚତ୍ପାରିନି ମୌଳିକ ସୁବିଧା ଓ ସୁଯୋଗ। ଗ୍ରାମରେ କେବେ ସରକାରୀ ବାବୁ କିମ୍ବା ଜନ ପ୍ରତିନିଧିଙ୍କ ପାଦ ପଡିନି। ସମସ୍ୟା ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରି ଚାଲିଛନ୍ତି ଏହି ଗ୍ରାମବାସୀ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ଓ ବିଦ୍ୟୁତ୍‌ ସୁବିଧା ଏଯାଏ ମିଳିନି। ଗ୍ରାମରେ ପହଞ୍ଚତ୍ବାକୁ ହେଲେ ନାଳ ପାହାଡ ରାସ୍ତା ଦେଇ ଯିବାକୁ ପଡେ। ଗ୍ରାମଠାରୁ ଅନ୍ୟ ଏକ ଗ୍ରାମ ଜିନାଲଗୁଡାରେ ରହିଛି ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ଯେଉଁଠିକୁ ପିଲାଙ୍କୁ ଯିବା କଷ୍ଟକର ହୋଇଥାଏ ବୋଲି କେତେକ ଗ୍ରାମବାସୀ କହିଥାନ୍ତି। ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ। ଦେହ କାହାର ଖରାପ ହେଲେ ୮କିମି ଦୂରରେ ଥିବା ଏମଭି- ୭୯ ଡାକ୍ତରଖାନା ଯିବାକୁ ପଡେ। ସେ ପର୍ଯ୍ୟନ୍ତ ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡେ। । ଦୁଇ ଦୁଇଟି ନାଳ, ଖାଲ ଖମରା ଓ କାଦୁଅ ରାସ୍ତା ଦେଇ ପ୍ରାୟ ୧୫ କିମି ଅତିକ୍ରମ କରି ଯିବାକୁ ହୁଏ ପଶୁଗୁ ପଞ୍ଚାୟତକୁ । ସେଠାରୁ ସରକାରୀ ଚାଉଳ, କିରୋସିନି ଅବା ଭତ୍ତା ଆଣନ୍ତି। ଗ୍ରାମବାସୀ। ପଞ୍ଚାୟତ କାର୍ଯ୍ୟାଳୟରୁ ଭାରରେ ବୋହିବୋହି ଗ୍ରାମକୁ ଆଣନ୍ତି। ପିଇବା ପାଣି ମୁନ୍ଦେ ପାଇବାକୁ କମାରଗୁଡାବାସୀ ଭୋଗୁଛନ୍ତି ସବୁସମୟରେ ଜଳକଷ୍ଟ। ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ । ପାଣି ପାଇଁ ଚୁଆ ଓ ନଦୀ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡୁଛି। ଗ୍ରାମଠାରୁ ନଦୀର ଦୂରତା ପ୍ରାୟ ୪ କିମି । ଏଭଳି ସବୁବେଳେ ସମସ୍ୟାରେ ଜୀବନ କାଟୁଥିବା କମାରଗୁଡାବାସୀଙ୍କ ସମସ୍ୟାର ଅନ୍ତ କେବେ ହେବ ତାହାର ଉତ୍ତର କାହା ପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri