ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ

ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଗତ ମଙ୍ଗଳବାର ସକାଳୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବୁଧବାର ବନ୍ୟାଜଳ ବିଭିନ୍ନ ରାସ୍ତାରେ ପ୍ରବାହିତ ହେଉଥିବା ଦେଖାଯାଇଛି ା ବନ୍ୟା ଯୋଗୁ ଗଣିଆ ବ୍ଲକର ଛାମୁଣ୍ଡିଆ ଓ ବଡଶିଲିଙ୍ଗା ପଞ୍ଚାୟତର ୬୩ ଗାଁ, ରାସଙ୍ଗ ପଞ୍ଚାୟତର ୬, କିଶୋରପ୍ରସାଦ ପଞ୍ଚାୟତର ୨ ଓ ବେଲପଡା ପଞ୍ଚାୟତର ୨ ଗାଁ ଏପରି ମୋଟ ୭୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ତେବେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ା
ଗଣିଆ-କୁତୁରୀ ପୁରୁଣା ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ପ୍ରାୟ ୪ରୁ ୭ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ା ଏହି ରାସ୍ତାର ରାସଙ୍ଗରୁ କାଦୁଆ ପ୍ରାୟ ୧କିମି ପର୍ଯ୍ୟନ୍ତ ୫ରୁ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ା ମଣିଭଦ୍ରା ଠାରୁ କଳାପାଟ ଓ ବୃତ୍ତଙ୍ଗ ନଦୀ ପାର୍ଶ୍ୱ ଅଞ୍ଚଳ, ବେଣ୍ଟପଡା ଠାରୁ ଛାମୁଣ୍ଡିଆ ୧କିମି, ଛାମୁଣ୍ଡିଆ ଠାରୁ ମୁଦୁଲିଗାଡିଆ ୫କିମି, ବେଠିଆସାହି ଠାରୁ କୁତୁରୀ ୮କିମି ମଧ୍ୟରେ ୪ଫୁଟରୁ ୭ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବଡଶିଲିଙ୍ଗା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ପଞ୍ଚାୟତକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି ା ସେହିପରି ଛାମୁଣ୍ଡିଆ ପଞ୍ଚାୟତର ବଡମୂଳ, ମାଳିସାହି, ବେଠିଆସାହି, ମୁଦୁଲିଗାଡିଆ, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ଗୋପୀନାଥପୁର , ବେଣ୍ଟପଡା, ଈଶ୍ୱରପୁର, ବେଣ୍ଟପଡା ମାଳିସାହି, ରାଇଗାଡିଆ ଓ ମହନାପଦା ଗ୍ରାମ ପାଣି ଘେରରେ ରହିଥିବାରୁ ଯିବା ଆସିବା ସମ୍ଭବ ହେଉନାହିଁ ା ଅନ୍ୟପରି ରାସଙ୍ଗ ପଞ୍ଚାୟତର ଡଙ୍କାରିସାହି, କେନ୍ଦୁପଲ୍ଲୀ, କାଦୁଆ, ହଟିଆପଲ୍ଲୀ, ବସନ୍ତପୁର, ଓସ୍ତିଆ, ରାସଙ୍ଗ, ବେଲପଡା ପଞ୍ଚାୟତର ୱାଲିପୁର, ରାଉତପଡା ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ପାଣି ଘେରରେ ରହିଛି ା ଛାମୁଣ୍ଡିଆ ଗ୍ରାମର ତଳବଜାର, ବେଲପଡା ପଞ୍ଚାୟତର ରାଉତପଡା, ୱାଲିପୁର ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରିଛି ା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଲୋକମାନଙ୍କଠାରୁ ସୂଚନା ମିଳିଛି ା ମହାନଦୀର ବଡ଼ମୂଳଠାରେ ୩୮ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ା ଏଠାରେ ବିପଦ ସଙ୍କେତ ୪୦ଫୁଟ୍‌ ରହିଛି ା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ , ବିଡିଓ ମାନସ ରଞ୍ଜନ ସାମଲ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ବୁଧବାର ଅପରାହ୍ନରେ ଗଣିଆ ବ୍ଲକ ରାସଙ୍ଗ ଠାରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ା ରାସଙ୍ଗଠାରେ ମହଜୁଦ ଥିବା ମୋଟର ଲଞ୍ଚର ଇଞ୍ଜିନ ଖରାପ ଯୋଗୁ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡିଓ ବନ୍ୟାଞ୍ଚଳ ପରିଦର୍ଶନ କରି ନ ପାରି ଫେରିଯାଇଥିଲେ ା ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସକାଳ ୧୦ଟାରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ଅନ୍ୟପକ୍ଷେ ବୁଧବାର ବର୍ଷା ହେଉ ନ ଥିବାରୁ ସନ୍ଧ୍ୟା ୬ଟା ସୁଦ୍ଧା ଖବର ଲେଖା ହେବା ଯାଏ ଜଳସ୍ତର କମି ୩୭.୭ରେ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri