ପ୍ରିନ୍ସ ହ୍ୟାରୀ ଆଉ ବ୍ୟବହାର କରିପାରିବେ ନାହିଁ ରାଜକୀୟ ଉପାଧି

ଲଣ୍ଡନ,୧୯।୧: ବ୍ରିଟେନର ରାଜ ପରିବାର ଛାଡିବାକୁ ନିଷ୍ପତ୍ତି ନେଇଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ଏଣିକି ଆଉ ରାଜକୀୟ ଉପାଧି ଓ ରାଜକୋଷ ବ୍ୟବହାର କରିପାରିବେ ନାହିଁ ବୋଲି ବଙ୍କିଙ୍ଗ ହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଘାନ ମାର୍କେଲଙ୍କୁ ନେଇ ରାଜପରିବାର ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ସେମାନେ ଏବେ ଏସବୁରୁ ବଞ୍ଚିତ ହେବେ। ବଙ୍ଗିଙ୍ଗ ହାମ ପ୍ୟାଲେସର ସୂଚନା ଅନୁଯାୟୀ, ଚଳିତ ବର୍ଷ ବସନ୍ତ ଋତୁରେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ହ୍ୟାରୀ ଓ ମେଘାନଙ୍କ ରାଜପରିବାରର ସକ୍ରିୟ ସଦସ୍ୟତା ମଧ୍ୟ ସମାପ୍ତ ହେବ। ଏମାନେ କେବଳ ଡ୍ୟୁକ ଅଫ୍‌ ସସେକ୍ସ ହ୍ୟାରୀ ଓ ଡଚେସ ଅଫ୍‌ ସସେକ୍ସ ମେଘନ ଭାବେ ପରିଚିତ ହେବେ। ଆହୁରି ମଧ୍ୟ ଏମାନେ ‘ହିଜ ରୟାଲ ହାଇାନେସ୍‌’ ଓ ‘ହର୍‌ ରୟାଲ ହାଇାନେସ୍‌’ଉପାଧିର ବ୍ୟବହାର କରିପାରିବେ ନାହିଁ। ଏହାକୁ ନେଇ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ ସେ ଖୁସି ବ୍ୟକ୍ତ କରିଛନ୍ତି। ଏମାନେ ପରିବାରର ପ୍ରିୟ ସଦସ୍ୟ ହୋଇ ରହିବେ ବୋଲି ମହାରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri