ଖୋଲା ଛାତ ତଳେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ

କୋରେଇ,୧୯।୩(ଡିଏନଏ): କୋରେଇ ଅଞ୍ଚଳର ବହୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୁନିକୁନି ପିଲା ନିଜ ଅଧିକାରରୁ ବଞ୍ଚିତ୍ତ ହେଉଛନ୍ତି। ୧୫ରୁ ଊର୍ଦ୍ଧ୍ୱ ଭଙ୍ଗା ଘରେ ବିପଦପୂର୍ଣ୍ଣ ଭାବେ କୁନି ପିଲାଙ୍କୁ ପଢ଼ା ଯାଉଥିବା ଦେଖିବାକୁ ମିଳିଛି।
ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଛୋଟ ପିଲାଙ୍କ ପାଠପଢ଼ା ଓ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପିଲାଙ୍କ ନିକଟରେ ତାହାର ସୁଫଳ ପହଞ୍ଚି ପାରୁ ନ ଥିବା ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ କୁନିକୁନି ପିଲା ଗଛ ତଳେ ପାଠ ପଢ଼ୁଥିବାବେଳେ ଆଉ କେଉଁଠାରେ ଘର ଥାଇ ବି ତାହା ଭାଙ୍ଗିରୁଜି ଯାଇଥିବାରୁ ପିଲା ବାରଣ୍ଡା ନଚେତ ଖୋଲା ଛାତ ତଳେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। କୋରେଇ ମହିଳା ଶିଶୁ ବିଭାଗ ଅଧୀନରେ ଥିବା ଧନେଶ୍ୱର (୧) ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କ ତରଫରୁ ୨୦୦୬ ମସିହାରେ ସ୍ଥାପିତ ହୋଇଥିଲାବେଳେ ଏହି କେନ୍ଦ୍ରଟି ଶ୍ରୀ ଗୌରାଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଏକ ପରିତ୍ୟକ୍ତ କୋଠରୀରେ ଚାଲୁଛି। ଏହି କୋଠରୀର କାନ୍ଥ ଫାଟି ଯାଇଛି। ଉପର ଆଜବେଷ୍ଟସ ଭାଙ୍ଗି ଖସି ପଡ଼ିଛି। ଫଳରେ ୨୯ ଜଣ କୁନିକୁନି ଛାତ୍ରୀଛାତ୍ର ଖୋଲା ଛାତ ତଳେ ବର୍ଷା, ଖରା, ଶୀତ ଦାଉ ସହି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଏହି କେନ୍ଦ୍ରର ଆଖପାଖ ଅଞ୍ଚଳରେ ଥିବା ଅନ୍ୟ କେନ୍ଦ୍ରଗୁଡିକର ସ୍ବତନ୍ତ୍ର ଗୃହ ନିର୍ମାଣ ହୋଇଥିଲାବେଳେ ଏହି କେନ୍ଦ୍ର ପ୍ରତି କୋରେଇ ଶିଶୁ ବିଭାଗ କର୍ତ୍ତୃପକ୍ଷ କିମ୍ବା ସରକାର ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କୋରେଇ ମହିଳା ଶିଶୁ ବିକାଶ ଅଧିକାରିଣୀ ସ୍ନେହଲତା ସାହୁଙ୍କୁ ଯୋଗାଯୋଗ କରିବାରୁ, ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ପର୍କରେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଭଲଘରଟିଏ ଦେବା ପାଇଁ କହିବା ସତ୍ତ୍ୱେ ବିଇଓ ଶୁଣୁନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ୨୦୦୧ ମସିହାରେ ଅଙ୍ଗନଓ୍ବାଡି କେନ୍ଦ୍ର ଅଧା ନିର୍ମାଣ ହୋଇଥିଲାବେଳେ ତାହାକୁ ଭାଙ୍ଗି ଚାନ୍ଦିନି ତିଆରି କରାଗଲା। ସରକାରୀ ଖାତାରେ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ଅଛି ବୋଲି ରେକର୍ଡରେ ଦର୍ଶାଯାଇଥିବାବେଳେ ଏଯାବତ୍‌ ଗୃହ ହୋଇପାରି ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଜୟନ୍ତୀ ମଳିକଙ୍କ କହିବା ଅନୁଯାୟୀ, ଘରର ଛପର ନାହିଁ। ଖୁଣ୍ଟ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ କାନ୍ଥ ଫାଟି ଆଁ କରିଛି। ପିଲାମାନେ ବର୍ଷାରେ ଭିଜୁଥିଲେ ସୁଦ୍ଧା ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ସିଡିପିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥାଇ ବି ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ସେମାନେ ଭୟରେ ପାଠ ପଢାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?