ଖାଇସାରିବା ପରେ ତୁରନ୍ତ ପାଣି ପିଇବା ହୋଇଥାଏ କ୍ଷତିକାରକ

ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା ସମୟରେ ପାଣି ପିଇବାକୁ ମନା କରିଥାନ୍ତି। ଏପରି କରିବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଆୟୁର୍ବେଦରେ ଖାଇ ସାରିବା ପରେ ତୁରନ୍ତ ପାଣି ପିଇବାକୁ କ୍ଷତିକାରକ କୁହାଯାଇଛି। ଏହା ବିଷ ପିଇବା ସଙ୍ଗେ ସମାନ ବୋଲି କୁହାଯାଇଥାଏ। ଏହାର ପ୍ରଭାବ ପାଚନତନ୍ତ୍ର ଉପରେ ପଡ଼ିଥାଏ। ଫଳରେ ପାଚନତନ୍ତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ସହ ଅନେକ ରୋଗର କାରଣ ହୋଇଥାଏ।

ଖାଇ ସାରିବା ପରେ ଖାଦ୍ୟ ନାହିର ଡାହାଣ ପାର୍ଶ୍ୱରେ ପହଞ୍ଚିଥାଏ। ସେଠାରେ ତାହା ହଜମ ହୋଇଥାଏ। ମାତ୍ର ତୁରନ୍ତ ପାଣିପିଇବା ଫଳରେ ସେଠାରେ ଖାଦ୍ୟ ହଜମ ହୋଇ ନ ଥାଏ, ଯାହାର ପ୍ରଭାବ ସିଧା ପାଚନତନ୍ତ୍ର ଉପରେ ପଡ଼ିବା ସହ ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏ ନେଇ ଡାକ୍ତର ଖାଇବା ପରେ ତୁରନ୍ତ ପାଣି ପିଇବାକୁ ମନା କରିଥାନ୍ତି।

ଖାଇସାରିବା ପରେ ତୁରନ୍ତ ପାଣି ପିଇଲେ ପାଚନତନ୍ତ୍ରରେ ସମସ୍ୟା ହୋଇ ଗ୍ୟାସ୍‌, ଛାତି ପୋଡ଼ିବା ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ଏହାସହ ତ୍ୱଚା ସମନ୍ଧୀୟ ସମସ୍ୟା ହୋଇଥାଏ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri