ଖାଁ ଖାଁ ଅଲାରନାଥ ପୀଠ, ଶୁଭୁନି ଭକ୍ତଙ୍କ ଗହଳି

ବ୍ରହ୍ମଗିରି, ୬।୬(ଡି.ଏନ୍‌.ଏ): ସ୍ନାନ ପୂର୍ଣ୍ଣିମାରେ କାଳିଆ ସାନ୍ତ ଭାଇ ଭଉଣୀଙ୍କ ସହିତ ମହାସ୍ନାନ କରି ଜ୍ବରରେ ପଡି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଆଉ ଏକ ଲୀଳା କ୍ଷେତ୍ର ପାଲଟିଛି ବ୍ରହ୍ମଗିରିର ଅଲାରନାଥ ପୀଠ। ୧୪ ଦିନ ପାଇଁ ଏହି ପୀଠ ଦ୍ବିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବେଳେ ମହାପ୍ରଭୁଙ୍କ ଅନବସର ଦର୍ଶନ ପାଇଁ ଭକ୍ତଙ୍କ ଲାଗିଥାଏ ଭିଡ଼। ହେଲେ ଚଳିତ ବର୍ଷ କରୋନା ପ୍ରଭାବ ଯୋଗୁଁ ଏହି ପୀଠରେ ୧୪୪ ଧାରା ଜାରି କରାଯାଇ ଅନବସର ଦର୍ଶନ ବନ୍ଦ ରହିଛି। ଫଳରେ ଏହି ପୀଠ ଏବେ ଖାଁ ଖାଁ ପଡିଛି। ସୂଚନାଯୋଗ୍ୟ, ଚତୁର୍ଦ୍ଧା ମୃର୍ତ୍ତିଙ୍କ ମହାସ୍ନାନ ପରେ ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବା ସମୟରେ ବ୍ରହ୍ମଗିରି ଅଲାରନଥ ପୀଠରେ ଶନିବାରଠାରୁ ଆରମ୍ଭ ହୋଇଛି ଅନବସର ନୀତି। ଜଗନ୍ନାଥଙ୍କ ଦର୍ଶନ ଓ ଅଭଡା ମୁଠାଏ ପାଇବା ପାଇଁ ବ୍ୟାକୁଳ ଭକ୍ତ ଧାଇଁ ଆସିଥାଏ ଏହି ଅଲାରନାଥଙ୍କ ପୀଠକୁ। ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ପ୍ରିୟ ପ୍ରସାଦ କ୍ଷୀରି ଟିକିଏ ପାଇ ଜଗନ୍ନାଥ ଦର୍ଶନର ସମଫଳ ପାଇଥାଏ। ଅନବସର ୧୪ ଦିନ ଯାଏ ଦିନରାତି ଏହି ପୀଠ ଚଳଚଞ୍ଚଳ ହୋଇପଡିଥାଏ। କିନ୍ତୁ ଆଜି ସବୁ ଶୂନଶାନ। ଖାଁ ଖାଁ ପଡିଛି ସିଂହଦ୍ବାର। ଶୁଭୁନି ଭକ୍ତଙ୍କ ଗହଳି। କରୋନା ସଂକ୍ରମଣର ଭୟ ଦୃଷ୍ଟିରେ ରଖି ଲକ୍‌ଡାଉନ ନିୟମ ଅନୁଯାଇ ଅଲାରନାଥ ପୀଠରେ ୧୪୪ ଧାରା ଲଗାଇ ଅନବସର ଦର୍ଶନ ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁୁ ମନ୍ଦିର ଚାରିପଟେ ବ୍ୟାରିକେଡ କରାଯାଇ ସିଂହଦ୍ବାରକୁ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ୧୧ଜଣ ପାଳିଆ ସେବକଙ୍କୁ ନେଇ ଅନବସର ନୀତି କରାଯାଇଛି। ଭୋର ୪ଟାରୁ ଦ୍ବାର ଫିଟା, ମଙ୍ଗଳ ଆଳତି ସହ ସମସ୍ତ ନୀତିକାନ୍ତି ସମାପନ ହୋଇଥିବା ନେଇ ମନ୍ଦିର ସେବାୟତ ସୁଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri