ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍‌ ହାର ୯୦ ପ୍ରତିଶତ

ବ୍ରହ୍ମପୁର ଅଫିସ୍‌,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏହି ୩ ମହାବିଦ୍ୟାଳୟର ମୋଟ ୧୧୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୦୦୬ଜଣ ପାସ୍‌ କରିଛନ୍ତି। ସଫଳତା ହାର ରହିଛି ୮୯.୮୨ପ୍ରତିଶତ । ବିଜ୍ଞାନରେ ୪୪୫ଜଣ ପରୀକ୍ଷା ଦେଇଥିବା ବେଳେ ୪୧୫ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୩.୨୫ପ୍ରତିଶତ। କଳାରେ ମୋଟ ୪୭୬ ପରୀକ୍ଷା ଦେଇଥିବା ବେଳେ ୪୩୬ଜଣ ପାସ୍‌ କରିଛନ୍ତି । ସଫଳତା ହାର ରହିଛି ୯୧.୫୯ପ୍ରତିଶତ। ବାଣିଜ୍ୟରେ ମୋଟ ୧୯୯ ପରୀକ୍ଷା ଦେଇଥିବା ବେଳେ ୧୫୫ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୭୭.୮୮ପ୍ରତିଶତ। କଳା ଏବଂ ବିଜ୍ଞାନରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ବାଣିଜ୍ୟରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପାସ୍‌ ହାର ସର୍ବାଧିକ ରହିଛି ।
ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବାଣିଜ୍ୟରେ ୫୩ଜଣ ପରୀକ୍ଷା ଦେଇଥିବା ବେଳେ ୪୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍‌ ହାର ରହିଛି ୮୧.୧୩ପ୍ରତିଶତ । କଳାରେ ୧୫୬ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ ପାସ୍‌ କରିଛନ୍ତି । ପାସ୍‌ ହାର ରହିଛି ୯୩.୫୮ପ୍ରତିଶତ। ବିଜ୍ଞାନରେ ୧୫୬ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୬.୬୮ପ୍ରତିଶତ। ଏଭଳି ଭାବରେ ମୋଟ ୩୯୦ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୬୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମହାବିଦ୍ୟାଳୟରେ ମୋଟ ପାସ୍‌ ହାର ୯୩.୩୩ପ୍ରତିଶତ ରହିଛି । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ତିନିଟି ଷ୍ଟ୍ରିମ୍‌ରେ ମୋଟ ୪୪୫ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯୮ଜଣ କୃତିତ୍ୱ ହାସଲ କରିଛନ୍ତି । ପାସ୍‌ ହାର ରହିଛି ୮୯.୪୩ପ୍ରତିଶତ । ବାଣିଜ୍ୟରେ ୧୧୦ ପରୀକ୍ଷା ଦେଇଥିବା ବେଳେ ୯୫ ପାସ୍‌ ହୋଇଛନ୍ତି । ପାସ୍‌ ହାର ରହିଛି ୮୬.୩୬ପ୍ରତିଶତ । କଳାରେ ୧୮୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୨ଜଣ କୃତୀତ୍ୱ ହାସଲ କରିଛନ୍ତି । ପାସ୍‌ ହାର ରହିଛି ୮୮.୫୨ପ୍ରତିଶତ। ବିଜ୍ଞାନରେ ୧୫୨ଙ୍କ ମଧ୍ୟରୁ ୧୪୧ଜଣ ପାସ୍‌ କରିଥିବା ବେଳେ ସଫଳତା ପ୍ରତିଶତ ରହିଛି ୯୨.୭୬ପ୍ରତିଶତ ।
ଡିଗ୍ରୀ ମହାବିଦ୍ୟାଳୟରେ ମୋଟ ୨୮୫ ପରୀକ୍ଷା ଦେଇଥିବା ବେଳେ ୨୪୪ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୮୫.୬୧ପ୍ରତିଶତ। ବାଣିଜ୍ୟରେ ୩୬ଜଣଙ୍କ ମଧ୍ୟରୁ ୧୭ଜଣ ପାସ୍‌ ହୋଇଛନ୍ତି। ସଫଳତା ପ୍ରତିଶତ ରହିଛି ୪୭.୨୨ପ୍ରତିଶତ। କଳାରେ ୧୩୭ ପରୀକ୍ଷା ଦେଇଥିବା ବେଳେ ୧୨୮ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାର ରହିଛି ୯୩.୪୩ପ୍ରତିଶତ । ବିଜ୍ଞାନରେ ୧୧୨ଜଣ ପରୀକ୍ଷା ଦେଇଥିବା ବେଳେ ୯୯ ଉତୀର୍ଣ୍ଣ ହୋଇଛନ୍ତି । ପାସ୍‌ ହାର ରହିଛି ୮୮.୩୯ପ୍ରତିଶତ ।
ବିଭାଗ ଅନୁଯାୟୀ ଦେଖିଲେ, ଖୁବ୍‌ କମ୍‌ ବିଭାଗ ଶତ ପ୍ରତିଶତ ସଫଳତା ହାସଲ କରି ପାରିଛନ୍ତି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଇଂଲିଶ, ଉଦ୍ଭିଦ ବିଜ୍ଞାନ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତିି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର କେବଳ ଇଂଲିଶ ବିଭାଗର ହିଁ ସମସ୍ତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି । ସେହିଭଳି ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଆଇଆର୍‌ପିଏମ୍‌, ଶିକ୍ଷା, ଉଦ୍ଭିଦ ବିଜ୍ଞାନ ଏବଂ ଗଣିତ ବିଭାଗ ଶତ ପ୍ରତିଶତ ସଫଳତା ହାସଲ କରିପାରିଛି। ଅନ୍ୟପଟେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅର୍ଥନୀତି(୭୦.୩୭%) ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ(୭୫%)କୁ ଛାଡ଼ିଦେଲେ, ଏହି ତିନିଟି ମହାବିଦ୍ୟାଳୟର ଅନ୍ୟ ସମସ୍ତ ବିଭାଗର ସଫଳତା ହାର ୮୦ପ୍ରତିଶତରୁ ଅଧିକ ରହିଛି ।
ସୂଚନାଯୋଗ୍ୟ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଅଧୀନରେ ୫ ମହାବିଦ୍ୟାଳୟ ରହିଛି । ପୂର୍ବରୁ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଫଳ ପ୍ରକାଶ ପାଇ ସାରିଥିଲା । ଶନିବାର ଅନ୍ୟ ୩ଟି ମହାବିଦ୍ୟାଳୟର ଫଳ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି ।
ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri