ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍‌ ହାର ୯୦ ପ୍ରତିଶତ

ବ୍ରହ୍ମପୁର ଅଫିସ୍‌,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏହି ୩ ମହାବିଦ୍ୟାଳୟର ମୋଟ ୧୧୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୦୦୬ଜଣ ପାସ୍‌ କରିଛନ୍ତି। ସଫଳତା ହାର ରହିଛି ୮୯.୮୨ପ୍ରତିଶତ । ବିଜ୍ଞାନରେ ୪୪୫ଜଣ ପରୀକ୍ଷା ଦେଇଥିବା ବେଳେ ୪୧୫ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୩.୨୫ପ୍ରତିଶତ। କଳାରେ ମୋଟ ୪୭୬ ପରୀକ୍ଷା ଦେଇଥିବା ବେଳେ ୪୩୬ଜଣ ପାସ୍‌ କରିଛନ୍ତି । ସଫଳତା ହାର ରହିଛି ୯୧.୫୯ପ୍ରତିଶତ। ବାଣିଜ୍ୟରେ ମୋଟ ୧୯୯ ପରୀକ୍ଷା ଦେଇଥିବା ବେଳେ ୧୫୫ ପାସ୍‌ କରିଛନ୍ତି। ସଫଳତା ପ୍ରତିଶତ ରହିଛି ୭୭.୮୮ପ୍ରତିଶତ। କଳା ଏବଂ ବିଜ୍ଞାନରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ବାଣିଜ୍ୟରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପାସ୍‌ ହାର ସର୍ବାଧିକ ରହିଛି ।
ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବାଣିଜ୍ୟରେ ୫୩ଜଣ ପରୀକ୍ଷା ଦେଇଥିବା ବେଳେ ୪୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍‌ ହାର ରହିଛି ୮୧.୧୩ପ୍ରତିଶତ । କଳାରେ ୧୫୬ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ ପାସ୍‌ କରିଛନ୍ତି । ପାସ୍‌ ହାର ରହିଛି ୯୩.୫୮ପ୍ରତିଶତ। ବିଜ୍ଞାନରେ ୧୫୬ଜଣ ପରୀକ୍ଷା ଦେଇଥିବା ବେଳେ ୧୪୬ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୬.୬୮ପ୍ରତିଶତ। ଏଭଳି ଭାବରେ ମୋଟ ୩୯୦ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୬୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମହାବିଦ୍ୟାଳୟରେ ମୋଟ ପାସ୍‌ ହାର ୯୩.୩୩ପ୍ରତିଶତ ରହିଛି । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ତିନିଟି ଷ୍ଟ୍ରିମ୍‌ରେ ମୋଟ ୪୪୫ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯୮ଜଣ କୃତିତ୍ୱ ହାସଲ କରିଛନ୍ତି । ପାସ୍‌ ହାର ରହିଛି ୮୯.୪୩ପ୍ରତିଶତ । ବାଣିଜ୍ୟରେ ୧୧୦ ପରୀକ୍ଷା ଦେଇଥିବା ବେଳେ ୯୫ ପାସ୍‌ ହୋଇଛନ୍ତି । ପାସ୍‌ ହାର ରହିଛି ୮୬.୩୬ପ୍ରତିଶତ । କଳାରେ ୧୮୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୨ଜଣ କୃତୀତ୍ୱ ହାସଲ କରିଛନ୍ତି । ପାସ୍‌ ହାର ରହିଛି ୮୮.୫୨ପ୍ରତିଶତ। ବିଜ୍ଞାନରେ ୧୫୨ଙ୍କ ମଧ୍ୟରୁ ୧୪୧ଜଣ ପାସ୍‌ କରିଥିବା ବେଳେ ସଫଳତା ପ୍ରତିଶତ ରହିଛି ୯୨.୭୬ପ୍ରତିଶତ ।
ଡିଗ୍ରୀ ମହାବିଦ୍ୟାଳୟରେ ମୋଟ ୨୮୫ ପରୀକ୍ଷା ଦେଇଥିବା ବେଳେ ୨୪୪ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୮୫.୬୧ପ୍ରତିଶତ। ବାଣିଜ୍ୟରେ ୩୬ଜଣଙ୍କ ମଧ୍ୟରୁ ୧୭ଜଣ ପାସ୍‌ ହୋଇଛନ୍ତି। ସଫଳତା ପ୍ରତିଶତ ରହିଛି ୪୭.୨୨ପ୍ରତିଶତ। କଳାରେ ୧୩୭ ପରୀକ୍ଷା ଦେଇଥିବା ବେଳେ ୧୨୮ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାର ରହିଛି ୯୩.୪୩ପ୍ରତିଶତ । ବିଜ୍ଞାନରେ ୧୧୨ଜଣ ପରୀକ୍ଷା ଦେଇଥିବା ବେଳେ ୯୯ ଉତୀର୍ଣ୍ଣ ହୋଇଛନ୍ତି । ପାସ୍‌ ହାର ରହିଛି ୮୮.୩୯ପ୍ରତିଶତ ।
ବିଭାଗ ଅନୁଯାୟୀ ଦେଖିଲେ, ଖୁବ୍‌ କମ୍‌ ବିଭାଗ ଶତ ପ୍ରତିଶତ ସଫଳତା ହାସଲ କରି ପାରିଛନ୍ତି। ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଇଂଲିଶ, ଉଦ୍ଭିଦ ବିଜ୍ଞାନ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତିି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର କେବଳ ଇଂଲିଶ ବିଭାଗର ହିଁ ସମସ୍ତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି । ସେହିଭଳି ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଆଇଆର୍‌ପିଏମ୍‌, ଶିକ୍ଷା, ଉଦ୍ଭିଦ ବିଜ୍ଞାନ ଏବଂ ଗଣିତ ବିଭାଗ ଶତ ପ୍ରତିଶତ ସଫଳତା ହାସଲ କରିପାରିଛି। ଅନ୍ୟପଟେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅର୍ଥନୀତି(୭୦.୩୭%) ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ(୭୫%)କୁ ଛାଡ଼ିଦେଲେ, ଏହି ତିନିଟି ମହାବିଦ୍ୟାଳୟର ଅନ୍ୟ ସମସ୍ତ ବିଭାଗର ସଫଳତା ହାର ୮୦ପ୍ରତିଶତରୁ ଅଧିକ ରହିଛି ।
ସୂଚନାଯୋଗ୍ୟ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଅଧୀନରେ ୫ ମହାବିଦ୍ୟାଳୟ ରହିଛି । ପୂର୍ବରୁ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଫଳ ପ୍ରକାଶ ପାଇ ସାରିଥିଲା । ଶନିବାର ଅନ୍ୟ ୩ଟି ମହାବିଦ୍ୟାଳୟର ଫଳ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି ।
ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri