ଖଲ୍ଲିକୋଟ କଲେଜରେ ଆର୍‌ଟିଓ କ୍ୟାମ୍ପ ଅଫିସ୍‌

ବ୍ରହ୍ମପୁର ଅଫିସ୍‌,୨୪ା୯-ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ସୋମବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ କ୍ୟାମ୍ପ ଅଫିସ୍‌ ଖୋଲିଛି । ବୁଧବାର ପର୍ଯ୍ୟନ୍ତ ଚାଲିିବାକୁ ଥିବା ଏହି କ୍ୟାମ୍ପ ଅଫିସ୍‌କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିଥିଲେ। ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତ୍ତମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନ କେବଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଲର୍ନିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଥିସହ ଛାତ୍ରୀଛାତ୍ରମାନେ ସେମାନଙ୍କ ଦୁଇଚକିଆ ଯାନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ମଧ୍ୟ ସଂଗ୍ରହ କରିଥିଲେ। ଏଥିପାଇଁ ୩ଟି ମେଶିନ୍‌ ରଖାଯାଇଛି। ଅଫିସ୍‌ରେ ଯାନବାହନର ବୀମା ପଞ୍ଜୀକରଣ ଏବଂ ନବୀକରଣ ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି କେତେକ ଦୁଇ ଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ତରଫରୁ ହେଲମେଟ୍‌ ମଧ୍ୟ ବିକ୍ରି କରାଯାଇଥିଲା । ଛତ୍ରପୁରରେ ଆର୍‌ଟିଓ କାର୍ଯ୍ୟାଳୟ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଡିଏଲ୍‌, ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏବେ ଏସବୁ ସୁବିଧା କଲେଜ କ୍ୟାମ୍ପସ୍‌ରେ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି।
ଏହି ଅବସରରେ ଜିଲାପାଳ କୁଲାଙ୍ଗେ କହିଥିଲେ ଯେ, ନୂତନ ଟ୍ରାଫିକ ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାଞ୍ଚ ମଧ୍ୟ ବ୍ୟାପକ ଭାବେ ଚାଲୁରହିଛି। ବ୍ରହ୍ମପୁରବାସୀଙ୍କ ସୁବିଧା ପାଇଁ ଖଲ୍ଲିକୋଟ କଲେଜ ପରିସରରେ କ୍ୟାମ୍ପ୍‌ ଅଫିସ୍‌ ଖୋଲାଯାଇଛି । ଗୋଟିଏ ଜାଗାରେ ଗାଡ଼ି ଚାଳକମାନେ ସମସ୍ତ ପ୍ରକାର ପ୍ରମାଣପତ୍ର ସଂଗ୍ରହ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ବ୍ରହ୍ମପୁରରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଏଆର୍‌ଟିଓ) ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନେବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ଜିଲାପାଳ କହିଥିଲେ ଯେ, ଦାବି ସମ୍ପର୍କରେ ସେ ଅବଗତ ଅଛନ୍ତି। କର୍ମଚାରୀ ଅଭାବ କାରଣରୁ ବର୍ତ୍ତମାନ ପରିସ୍ଥିତିରେ ବ୍ରହ୍ମପୁରରେ ଏଆର୍‌ଟିଓ ଖୋଲିବା ସମ୍ଭବ ନୁହେଁ। ଭବିଷ୍ୟତରେ ଏ ସମ୍ପର୍କରେ ନିଶ୍ଚିତ ବିଚାର କରାଯିବ ବୋଲି ଜିଲାପାଳ କହିଥିଲେ । ଗଞ୍ଜାମ ଆର୍‌ଟିଓ ବିଶ୍ୱାଳ କହିଥିଲେ ଯେ, ପ୍ରଥମ ଦିନରେ କେବଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଅଫିସ୍‌ କାର୍ଯ୍ୟ କରିବ । ବଳକା ଦୁଇ ଦିନରେ ବ୍ରହ୍ମପୁର ଜନସାଧାରଣ ଏହି ଅଫିସ୍‌ରେ ଆବଶ୍ୟକତା ପ୍ରମାଣପତ୍ର ସଂଗ୍ରହ କରିପାରିବେ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏଁ କାର୍ଯ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଅତିରିକ୍ତ ଏମ୍‌ଭିଆଇ ଏ.କେ. ଜେନା, ଟ୍ରାଫିକ୍‌ ଇନ୍ସପେକ୍ଟର ନଳିନୀକାନ୍ତ କିନାରାଙ୍କ ସମେତ ଆର୍‌ଟିଓ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଛତ୍ରପୁର ଠାରେ ପରିବହନ କାର୍ଯ୍ୟାଳୟ ରହିଥିବା ଯୋଗୁ ବ୍ରହ୍ମପୁରରୁ ଲୋକେ ସେଠାକୁ ଯାଇ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ହଇରାଣ ହେଉଥିଲେ। ଗଞ୍ଜାମ ଓକିଲ ସଂଘ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଏଆର୍‌ଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି ହେଉଥିଲା । ପ୍ରଶାସନ ପକ୍ଷରୁ ଏଆର୍‌ଟିଓ ଖୋଲିବା ବଦଳରେ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri