ଖରା ତାତି ସାଙ୍ଗକୁ ବଢ଼ୁଛି ଜଳକଷ୍ଟ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଏକ ପାହାଡିଆ ଜିଲା ଭାବେ ପରିଗଣିତ ହେଉଥିବାବେଳେ ଜିଲାରେ ଥିବା  ଅନେକ ଗ୍ରାମରେ ଏବେ ପାନୀୟଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଅନେକ ସ୍ଥାନରେ କୂଅପୋଖରୀ, ଜଳାଶୟ ଆଦି ଶୁଖିଯାଇ ପାଣି ଟୋପାଏ ନ ଥିବାବେଳେ ପାନୀୟ ଜଳ ପାଇଁ ଲୋକମାନଙ୍କୁ ୪/୫ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡୁଛି। ଯେଉଁ ଅଞ୍ଚଳରେ ନଳକୂପଗୁଡିକରେ ପାଣି ବାହାରୁଛି ସେଠାରେ ମହିଳାମାନଙ୍କର ଲମ୍ବା ଧାଡି ପରିଲକ୍ଷିତ ହେଉଛି। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହ ସୁଦ୍ଧା ପାନୀୟ ଜଳ ସମସ୍ତ ଗ୍ରାମକୁ ବିଭିନ୍ନ ଗାଡି ମାଧ୍ୟମରେ ଯୋଗାଇ ଦିଆଯାଇଥାଏ।

ଚଳିତବର୍ଷ ଅଦ୍ୟାବଧି ସବୁ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଇ ଦିଆଯାଇ ନ ଥିବାରୁ ଲୋକେ ଜଳକଷ୍ଟ ଭୋଗ କରୁଛନ୍ତି। ଖରା ତାତି ଦିନକୁ ଦିନ ବୃଦ୍ଧି ପାଇ କେନ୍ଦୁଝର ଜିଲାରେ ପାରଦ ୪୦କୁ ଛୁଇଁ ସାରିଲାଣି। ଆଗାମୀ ଦିନରେ ଗ୍ରୀଷ୍ମ ପ୍ରଭାବ ଅଧିକ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ଗ୍ରାମାଞ୍ଚଳରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି। ଜଙ୍ଗଲ ଧ୍ୱଂସ ହେବା ଫଳରେ ମାଟିର ଜଳଧାରଣ ଶକ୍ତି ହ୍ରାସ ପାଇବାରେ ଲାଗିଛି। ଭୂଗର୍ଭସ୍ଥ ଜଳପତ୍ତନ ନିମ୍ନସ୍ତରକୁ ଖସିଚାଲିଛି। ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡା, ବଡବିଲ ଆଦି ବ୍ଲକ ଅଞ୍ଚଳରେ ନଳକୂପ ଖୋଳାଯାଉଥିଲେ ସୁଦ୍ଧା ଅଧିକାଂଶ ନଳକୂପରୁ ପାନୀୟ ଜଳ ବାହାରୁ ନାହିଁ। କେତେକ ଚୁଆ, ନଦୀ ଓ ନାଳ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଥିବାବେଳେ ଆଉ କେତେକଙ୍କୁ ପାଣି ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଜିଲାରେ ପାଖାପାଖି ୧୪୦୦୦ରୁ ଉର୍ଦ୍ଧ୍ୱ ନଳକୂପ ରହିଛି। ସେହିପରି ଜିଲ୍ଲାରେ ୧୨୦୦ରୁ ଉର୍ଦ୍ଧ୍ୱ ପରିମଳ କୂପ ରହିଛି। ନଳକୂପ ମରାମତି ପାଇଁ ପ୍ରତ୍ୟେକ ବ୍ଲକକୁ ଦାୟିତ୍ୱ ଦିଆଯାଇଛି। ସେହିପରି ଜିଲାରେ ୩୦୦ରୁ ଊର୍ଦ୍ଧ୍ୱ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି। ଏଥିମଧ୍ୟରୁ ବହୁ ସ୍ବଜଳଧାରା ଯୋଜନାର ନିର୍ମାଣ ହୋଇଥିବା ପ୍ରକଳ୍ପ ଅଚଳ ହୋଇପଡିଥିବାବେଳେ ସଜଡା ଯାଉନଥିବାରୁ ସମସ୍ୟା ଉଗ୍ରରୂପ ଧାରଣ ଧରିଛି। ନୂତନ ଭାବେ ଖୋଳା ଯାଉଥିବା ନଳକୂପଗୁଡିକ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ବିଫଳ ହେଉଥିବା ଜଣାପଡିଛି। ଜଳସ୍ତର ହ୍ରାସ ଯୋଗୁଁ ଏହି ସମସ୍ୟା ଉପୁଜୁଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତପ୍ରକାଶ କରୁଛନ୍ତି। ପୂର୍ବରୁ ଗ୍ରାମାଞ୍ଚଳରେ ୨୫ରୁ ୩୦ମିଟର ଗଭୀରରେ ପାଣି ମିଳୁଥିବାବେଳେ ଏବେ ୫୦ରୁ ୬୦ ମିଟର ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ସର୍ବନିମ୍ନ ୧୦ଟି ଘର ଥିବା ଜନବସତି ଓ ୫୦୦ ମିଟର ଦୂରରେ ନଳକୂପ ନଥିବା ଜନବସତିରେ ଏକ ନଳକୂପ ଖୋଳିବା ପାଇଁ ୍ଯଯବସ୍ଥା ରହିଥିଲେ ସୁଦ୍ଧା ଏହା ଶହ ଶହ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇଛି। ସେହିପରି ଅନେକ ଅଞ୍ଚଳରେ ନଳକୂପ ଖୋଳିବା ପାଇଁ ଗାଡି ପହଞ୍ଚି ପାରୁନଥିବାରୁ ଜିଲାର ପାହାଡିଆ ଅଞ୍ଚଳରେ ଥିବା ଶତାଧିକ ଗ୍ରାମରେ ପାନୀୟ ଜଳ ସଙ୍କଟ ଉଗ୍ରରୂପ ଧାରଣ କରିଛି। ଗ୍ରାମାଞ୍ଚଳରେ ତୁରନ୍ତ ପାନୀୟ ଜଳ ଯୋଗାଇ ନଦେଲେ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଗୁରୁତର ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳକୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ବାସୀନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri