ଖଣ୍ଡପଡ଼ା: ବିଭିନ୍ନ ସ୍ଥାନରେ ଘୋଷଯାତ୍ରା; ଅଧାରେ ଅଟକିଲା ପତିତପାବନଙ୍କ ରଥ

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-ଗଡଜାତ ଖଣ୍ଡପଡ଼ାସ୍ଥିତ ୩ଟି ସ୍ଥାନରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ା ପ୍ରାୟ ୨ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଆୟୋଜିତ ଯାତ୍ରାରେ ଅନୁକୂଳ ପାଗ ଯୋଗୁ ପ୍ରାୟ ୭/୮ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ା ଏଠାରେ ୨ଟି ରଥ ମଧ୍ୟରୁ ଗୋଟିଏ ରାଜପରିବାର ଦ୍ୱାରା ପ୍ରତିଷ୍ଠିତ ଏକକ ଜଗନ୍ନାଥ(ବଡ଼ ଜଗନ୍ନାଥ) ଓ ଅନ୍ୟଟି ଦେବୋତ୍ତର ବିଭାଗ ତତ୍ତ୍ବାବଧାନରେ ଥିବା ଶ୍ରୀ ରଘୁନାଥ ମନ୍ଦିରର ପାର୍ଶ୍ୱ ଠାକୁର ଭାବେ ବିରାଜିତ ୩ ଠାକୁର ବିଜେ ହୋଇଥାନ୍ତି ା ଉଭୟ ରଥଟଣା ପୂର୍ବରୁ ଠାକୁରଙ୍କୁ ସମସ୍ତ ନୀତିକାନ୍ତିପୂର୍ବକ ମଙ୍ଗଳାର୍ପଣ କରାଯାଇଥିଲା ା ଅପରାହ୍ନ ୩ଟାରେ ଶ୍ରୀଜୀଉଙ୍କୁ ମନ୍ଦିରରୁ ପହଣ୍ଡି ବିଜେ ପରେ ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ା ଏକକ ଜଗନ୍ନାଥ ଓ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ରଥର ଛେରାପହଁରା କାର୍ଯ୍ୟ କରିଥିଲେ ଯଥାକ୍ରମେ ରାଜା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ଓ ବଡପୂଜକ ପ୍ରଫୁଲ୍ଲ ପରିଚ୍ଛା ା ଝିପି ଝିପି ବର୍ଷା ହେଉଥିଲା। ତେବେ ସନ୍ଧ୍ୟା ପୂର୍ବରୁ ଏକକ ଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମଣ୍ଡପରେ ପହଞ୍ଚତ୍ଥିବାବେଳେ ପତିତପାବନଙ୍କ ରଥ କିଛି ଦୂରରେ ଅଟକି ରହିଥିଲା । ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେହିପରି ଖଳିସାହି ଜଗନ୍ନାଥ ମନ୍ଦିର, ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନଙ୍କ ପୀଠସ୍ଥିତ ଶ୍ରୀ ପତିତପାବନ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଖଳିସାହି ଘୋଷଯାତ୍ରାକୁ ନବ କିଶୋର ପୃଷ୍ଟି ଓ ଦୟାନିଧି କୋଠାଳ ପରିଚାଳନା କରିଥିବାବେଳେ ପବିତ୍ର କୁମାର ପୃଷ୍ଟି ଛେରାପହଁରା କରିଥିଲେ ା ସାରଥି ଭାବେ ଯଥାକ୍ରମେ ଲିଙ୍ଗରାଜ ଲାଲ୍‌ ଓ ନିରଞ୍ଜନ ଦାସ କାର୍ଯ୍ୟ କରିଥିଲେ ା ସେହିପରି ମର୍ଦ୍ଦରାଜପୁରଠାରେ ସରପଞ୍ଚ ବୈକୁଣ୍ଠନାଥ ଗୋଚ୍ଛି ଛେରାପହଁରା କରିଥିଲେ ା ସନ୍ଧ୍ୟାରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ନିକଟରେ ଅଧରପଣା ଲାଗି କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ା ସାଇ ଅମୃତ ଗ୍ରୁପ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ତହସିଲଦାର ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ। ସାଇ ଅମୃତ ଗ୍ରୁପର ମୁଖ୍ୟ ପରିଚାଳକ ଚନ୍ଦ୍ରକାନ୍ତ ସାହୁ ଉତ୍ସବରେ ସଂଯୋଜନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri