ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): କଟକଣା ସତ୍ତ୍ୱେ ଚଳିତବର୍ଷ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମଞ୍ଚରେ ପୁଣି ପରିବେଷଣ ହୋଇଛି ଅଶ୍ଳୀଳ ନୃତ୍ୟ। ଏଭଳି ନୃତ୍ୟ ପ୍ରଦର୍ଶନକୁ ନେଇ ବିବାଦ ଘେରକୁ ଆସିଛନ୍ତି ଆଉ ଜଣେ ଅଭିନେତ୍ରୀ। ଅନ୍ୟପକ୍ଷରେ ଏହି ଘଟଣାକୁ କଳିଙ୍ଗ ସେନା ତୀବ୍ର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଖଣ୍ଡଗିରି ଥାନାରେ ଶୁକ୍ରବାର ଏତଲା ଦେଇଛି।
ଖଣ୍ଡଗିରି କୁମ୍ଭମେଳା ଯାତ୍ରାମଞ୍ଚରେ ଜଣେ ଅଭିନେତ୍ରୀ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କୁ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା। ଯେଉଁଥି ପାଇଁ ଚଳିତବର୍ଷ ଖଣ୍ଡଗିରି ମେଳାକୁ ସମ୍ପୃକ୍ତ ଯାତ୍ରା ଅନୁଷ୍ଠାନ ଯାତ୍ରା ସଚ୍ଚିଦାନନ୍ଦମ୍‌ ଏବଂ ଉକ୍ତ ଅଭିନେତ୍ରୀଙ୍କୁ ବ୍ୟାନ୍‌ କରାଯାଇଛି। ଏହାପରେ ବିଏମ୍‌ସି ଏବଂ କମିଶନରେଟ ପୋଲିସକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖଣ୍ଡଗିରି ମେଳାରେ ନଗ୍ନ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶ ଏବେ ପାଣିର ଗାର ପାଲଟିଛି। ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ଜଣେ ମହିଳା ଡ୍ୟାନ୍ସର ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ପୁଣି ଚର୍ଚ୍ଚାକୁ ଆସିଥିବାବେଳେ କଟକଣାକୁ ବେଖାତିର କରିଥିବା ଅଭିଯୋଗ ହେଉଛି। ଏ ନେଇ କଳିଙ୍ଗ ସେନା ପକ୍ଷରୁ ଶୁକ୍ରବାର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। କମିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ ଓ କଟକଣା ସତ୍ତ୍ୱେ କିଭଳି ଗତ ୫ତାରିଖରେ ଖଣ୍ଡଗିରି ଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ଯାତ୍ରାପାର୍ଟି ପକ୍ଷରୁ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଗଲା ସେ ନେଇ ସେନା ପ୍ରଶ୍ନ ଉଠାଇଛି। ଏହି ନୃତ୍ୟ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ସର୍ବସାଧାରଣରେ ଅଶ୍ଳୀଳ ନୃତ୍ୟ କରିବା ଆଇପିସି ଧାରା ୨୯୪ ଅନୁଯାୟୀ ଦଣ୍ଡନୀୟ। ତେଣୁ ଏଭଳି ନୃତ୍ୟ ପ୍ରଦର୍ଶନ କରିଥିବାରୁ ଆୟୋଜକ, ସମ୍ପୃକ୍ତ ଯାତ୍ରାପାର୍ଟି ମାଲିକ ଏବଂ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଳିଙ୍ଗ ସେନା ସାଧାରଣ ସମ୍ପାଦକ ବିଜୟ ରାଜ ଦାବି କରିଛନ୍ତି। ନଚେତ ସେନା ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥ କହିଛନ୍ତି, ଖଣ୍ଡଗିରି କୁମ୍ଭମେଳା ଏକ ଧାର୍ମିକ ମେଳା। କିନ୍ତୁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ନିନ୍ଦନୀୟ। ଏଭଳି ନଗ୍ନ ନୃତ୍ୟକୁ ଆମେ ବାରମ୍ବାର ବିରୋଧ କରିବା ସତ୍ତ୍ୱେ ତାହା ବନ୍ଦ ହେଉନାହିଁ। ଯଦି ଏଭଳି ନୃତ୍ୟ ପ୍ରଦର୍ଶନକୁ ପ୍ରଶାସନ ପ୍ରଶ୍ରୟ ଦେଉଛି ତେବେ ଆୟୋଜକମାନେ ଯାତ୍ରା ପାର୍ଟିର ଗେଟ୍‌ରେ କେବଳ ବୟସ୍କ (ଆଡଲ୍ଟ) ଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖିଦିଅନ୍ତୁ। ପରିବାର ସହିତ କେହି ସେଠାକୁ ଯିବେ ନାହିଁ।

‘ସମସ୍ତଙ୍କ ପାଇଁ ଆଇନ ସମାନ ହେଉ’

ଏଭଳି ନଗ୍ନ ନୃତ୍ୟକୁ ନେଇ ଗତବର୍ଷ ବିବାଦକୁ ଆସିଥିବା ଅଭିନେତ୍ରୀ ଜଣକ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗରେ ମୋତେ ଏବଂ ଯାତ୍ରା ସଚ୍ଚିଦାନନ୍ଦମ୍‌କୁ ଖଣ୍ଡଗିରି ମେଳାକୁ ବ୍ୟାନ୍‌ କରାଗଲା। ଜଣେ ବିଧାୟକଙ୍କ ଇଙ୍ଗିତରେ ପ୍ରଶାସନ, ଆୟୋଜକ, କେତେକ ପ୍ରଯୋଜକ, କମିଶନରେଟ ପୋଲିସ ଏବଂ ବିଏମ୍‌ସି ମିଶି ମୋତେ ଏବଂ ଯାତ୍ରା ପାର୍ଟିକୁ ବ୍ୟାନ୍‌ କରାଯାଇଛି। କିନ୍ତୁ ବର୍ତ୍ତମାନ ଯେଉଁ କାର୍ଯ୍ୟ ଖଣ୍ଡଗିରି ମଞ୍ଚ ଉପରେ ହେଉଛି, ତାହା କେତେ ଦୂର ଶାଳୀନତାରେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ମୋତେ ଦାଣ୍ଡରେ ବଦନାମ କଲେ। ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ମୋ’ ମୁଣ୍ଡ ତଳକୁ କରିଦେଲେ। ଏବେ ଯାହା ପରିବେଷଣ କରାଯାଉଛି, ତାହାକୁ କ’ଣ ଦର୍ଶକ ଦେଖୁନାହାନ୍ତି। ଏଭଳି ନୃତ୍ୟ ପରିବେଷଣ ପାଇଁ ପ୍ରଶ୍ରୟ କିଏ ଦେଇଛି, କାହା ମାର୍ଫତରେ ଆଇଟମ ଡ୍ୟାନ୍ସର ଏଠାକୁ ଆସିଛନ୍ତି। ଯଦି ଏସବୁ ନୃତ୍ୟ କରାଯାଉଛି ତେବେ ମୋତେ କାହିଁକି ଖଣ୍ଡଗିରିକୁ ବ୍ୟାନ କରାଗଲା, କାହିଁକି ବଦନାମ କରାଗଲା ବୋଲି ସମ୍ପୃକ୍ତ ଅଭିନେତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ତାଙ୍କ ଘଟଣା ସମୟରେ ଯେଉଁ ସଙ୍ଗଠନମାନେ ପ୍ରତିବାଦର ସ୍ବର ଉଠାଇଥିଲେ ସେମାନେ ଏବେ କୁଆଡେ ଗଲେ। ଏପରିକି କମିଶନରେଟ ପୋଲିସ ଆଖିକୁ କ’ଣ ଏସବୁ ଦେଖାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri