ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): କଟକଣା ସତ୍ତ୍ୱେ ଚଳିତବର୍ଷ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମଞ୍ଚରେ ପୁଣି ପରିବେଷଣ ହୋଇଛି ଅଶ୍ଳୀଳ ନୃତ୍ୟ। ଏଭଳି ନୃତ୍ୟ ପ୍ରଦର୍ଶନକୁ ନେଇ ବିବାଦ ଘେରକୁ ଆସିଛନ୍ତି ଆଉ ଜଣେ ଅଭିନେତ୍ରୀ। ଅନ୍ୟପକ୍ଷରେ ଏହି ଘଟଣାକୁ କଳିଙ୍ଗ ସେନା ତୀବ୍ର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଖଣ୍ଡଗିରି ଥାନାରେ ଶୁକ୍ରବାର ଏତଲା ଦେଇଛି।
ଖଣ୍ଡଗିରି କୁମ୍ଭମେଳା ଯାତ୍ରାମଞ୍ଚରେ ଜଣେ ଅଭିନେତ୍ରୀ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କୁ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା। ଯେଉଁଥି ପାଇଁ ଚଳିତବର୍ଷ ଖଣ୍ଡଗିରି ମେଳାକୁ ସମ୍ପୃକ୍ତ ଯାତ୍ରା ଅନୁଷ୍ଠାନ ଯାତ୍ରା ସଚ୍ଚିଦାନନ୍ଦମ୍‌ ଏବଂ ଉକ୍ତ ଅଭିନେତ୍ରୀଙ୍କୁ ବ୍ୟାନ୍‌ କରାଯାଇଛି। ଏହାପରେ ବିଏମ୍‌ସି ଏବଂ କମିଶନରେଟ ପୋଲିସକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖଣ୍ଡଗିରି ମେଳାରେ ନଗ୍ନ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶ ଏବେ ପାଣିର ଗାର ପାଲଟିଛି। ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ଜଣେ ମହିଳା ଡ୍ୟାନ୍ସର ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ପୁଣି ଚର୍ଚ୍ଚାକୁ ଆସିଥିବାବେଳେ କଟକଣାକୁ ବେଖାତିର କରିଥିବା ଅଭିଯୋଗ ହେଉଛି। ଏ ନେଇ କଳିଙ୍ଗ ସେନା ପକ୍ଷରୁ ଶୁକ୍ରବାର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। କମିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ ଓ କଟକଣା ସତ୍ତ୍ୱେ କିଭଳି ଗତ ୫ତାରିଖରେ ଖଣ୍ଡଗିରି ଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ଯାତ୍ରାପାର୍ଟି ପକ୍ଷରୁ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଗଲା ସେ ନେଇ ସେନା ପ୍ରଶ୍ନ ଉଠାଇଛି। ଏହି ନୃତ୍ୟ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ସର୍ବସାଧାରଣରେ ଅଶ୍ଳୀଳ ନୃତ୍ୟ କରିବା ଆଇପିସି ଧାରା ୨୯୪ ଅନୁଯାୟୀ ଦଣ୍ଡନୀୟ। ତେଣୁ ଏଭଳି ନୃତ୍ୟ ପ୍ରଦର୍ଶନ କରିଥିବାରୁ ଆୟୋଜକ, ସମ୍ପୃକ୍ତ ଯାତ୍ରାପାର୍ଟି ମାଲିକ ଏବଂ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଳିଙ୍ଗ ସେନା ସାଧାରଣ ସମ୍ପାଦକ ବିଜୟ ରାଜ ଦାବି କରିଛନ୍ତି। ନଚେତ ସେନା ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଓଡ଼ିଶା ନାରୀ ସଚେତନ ମଞ୍ଚର ସଭାପତି ଡଲି ରଥ କହିଛନ୍ତି, ଖଣ୍ଡଗିରି କୁମ୍ଭମେଳା ଏକ ଧାର୍ମିକ ମେଳା। କିନ୍ତୁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ନିନ୍ଦନୀୟ। ଏଭଳି ନଗ୍ନ ନୃତ୍ୟକୁ ଆମେ ବାରମ୍ବାର ବିରୋଧ କରିବା ସତ୍ତ୍ୱେ ତାହା ବନ୍ଦ ହେଉନାହିଁ। ଯଦି ଏଭଳି ନୃତ୍ୟ ପ୍ରଦର୍ଶନକୁ ପ୍ରଶାସନ ପ୍ରଶ୍ରୟ ଦେଉଛି ତେବେ ଆୟୋଜକମାନେ ଯାତ୍ରା ପାର୍ଟିର ଗେଟ୍‌ରେ କେବଳ ବୟସ୍କ (ଆଡଲ୍ଟ) ଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖିଦିଅନ୍ତୁ। ପରିବାର ସହିତ କେହି ସେଠାକୁ ଯିବେ ନାହିଁ।

‘ସମସ୍ତଙ୍କ ପାଇଁ ଆଇନ ସମାନ ହେଉ’

ଏଭଳି ନଗ୍ନ ନୃତ୍ୟକୁ ନେଇ ଗତବର୍ଷ ବିବାଦକୁ ଆସିଥିବା ଅଭିନେତ୍ରୀ ଜଣକ ପ୍ରଶ୍ନ ଉଠାଇଛନ୍ତି। ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗରେ ମୋତେ ଏବଂ ଯାତ୍ରା ସଚ୍ଚିଦାନନ୍ଦମ୍‌କୁ ଖଣ୍ଡଗିରି ମେଳାକୁ ବ୍ୟାନ୍‌ କରାଗଲା। ଜଣେ ବିଧାୟକଙ୍କ ଇଙ୍ଗିତରେ ପ୍ରଶାସନ, ଆୟୋଜକ, କେତେକ ପ୍ରଯୋଜକ, କମିଶନରେଟ ପୋଲିସ ଏବଂ ବିଏମ୍‌ସି ମିଶି ମୋତେ ଏବଂ ଯାତ୍ରା ପାର୍ଟିକୁ ବ୍ୟାନ୍‌ କରାଯାଇଛି। କିନ୍ତୁ ବର୍ତ୍ତମାନ ଯେଉଁ କାର୍ଯ୍ୟ ଖଣ୍ଡଗିରି ମଞ୍ଚ ଉପରେ ହେଉଛି, ତାହା କେତେ ଦୂର ଶାଳୀନତାରେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ମୋତେ ଦାଣ୍ଡରେ ବଦନାମ କଲେ। ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ମୋ’ ମୁଣ୍ଡ ତଳକୁ କରିଦେଲେ। ଏବେ ଯାହା ପରିବେଷଣ କରାଯାଉଛି, ତାହାକୁ କ’ଣ ଦର୍ଶକ ଦେଖୁନାହାନ୍ତି। ଏଭଳି ନୃତ୍ୟ ପରିବେଷଣ ପାଇଁ ପ୍ରଶ୍ରୟ କିଏ ଦେଇଛି, କାହା ମାର୍ଫତରେ ଆଇଟମ ଡ୍ୟାନ୍ସର ଏଠାକୁ ଆସିଛନ୍ତି। ଯଦି ଏସବୁ ନୃତ୍ୟ କରାଯାଉଛି ତେବେ ମୋତେ କାହିଁକି ଖଣ୍ଡଗିରିକୁ ବ୍ୟାନ କରାଗଲା, କାହିଁକି ବଦନାମ କରାଗଲା ବୋଲି ସମ୍ପୃକ୍ତ ଅଭିନେତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ତାଙ୍କ ଘଟଣା ସମୟରେ ଯେଉଁ ସଙ୍ଗଠନମାନେ ପ୍ରତିବାଦର ସ୍ବର ଉଠାଇଥିଲେ ସେମାନେ ଏବେ କୁଆଡେ ଗଲେ। ଏପରିକି କମିଶନରେଟ ପୋଲିସ ଆଖିକୁ କ’ଣ ଏସବୁ ଦେଖାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ବିପୁଳ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri