ଖଣିରେ ମୃତ୍ୟୁ

ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ କାର୍ଯ୍ୟକୁ ରୋକିପାରୁ ନାହିଁ। ଏଥିସହିତ ଦେଶର ବିଭିନ୍ନ ଭାଗରେ ଏ ସଂକ୍ରାନ୍ତ ଦୁର୍ଘଟଣା ଖବର ବର୍ଷତମାମ ଶୁଣିବାକୁ ମିଳିଥାଏ। ୧୩ ଡିସେମ୍ବର ୨୦୧୮ରେ ମେଘାଳୟର ଜୟନ୍ତିଆ ପାର୍ବତ୍ୟାଞ୍ଚଳରେ ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩ ନିଖୋଜ ଥିବା ବିଷୟ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖଣି ମାଲିକ ଓ ଦଲାଲମାନେ ଅତ୍ୟନ୍ତ ଅବୈଜ୍ଞାନିକ ଉପାୟରେ ଶ୍ରମିକମାନଙ୍କୁ ସୁଡ଼ଙ୍ଗ ଭିତରେ ପ୍ରବେଶ କରାଇ କୋଇଲା ଚୋରିକୁ ପ୍ରୋତ୍ସାହିତ କରି ଚାଲୁଥିବାରୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗରିବ ଶ୍ରମିକମାନେ ପେଟ ପାଇଁ ନିଜର ସୁରକ୍ଷାକୁ ବାଜି ଲଗାଇ ଦେବା ଯୋଗୁ ଦୁର୍ଘଟଣା ଘଟୁଛି। ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଚିନ୍ତା କରାଯାଏ ଯେ, ମେଘାଳୟ ଘଟଣା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମାନସପଟରୁ ଉଭେଇ ଗଲାଣି। ଗଣମାଧ୍ୟମରେ ଯେତେଶୀଘ୍ର କାହାଣୀ ବଦଳୁଛି, ଦେଶର ନାଗରିକ ମଧ୍ୟ ସେତେଶୀଘ୍ର ପୂର୍ବ ଘଟଣାକୁ ଭୁଲି ଯାଉଛି।
ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାରେ ବେଆଇନ ଖଣି ଖନନ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଛି। ଏଥିଲାଗି ବିଭିନ୍ନ ସମୟରେ ଖଣି ମାଲିକମାନଙ୍କୁ ତାଗିଦ୍‌ କରାଯାଇ ସେମାନଙ୍କ ଉପରେ ଜରିମାନା ଲଦାଯାଇଛି। ଲିଜ୍‌ ଅଞ୍ଚଳ ବାହାରକୁ ଯାଇ ପ୍ରାକୃତିକ ସମ୍ପଦ ହରିଲୁଟ୍‌ କରିବାର ନଜିର ଅନେକ ରହିଛି। ୮ ଜୁନ୍‌ରେ କେନ୍ଦୁଝରଠାରୁ ୭ କିଲୋମିଟର ଦୂର ତୁଳସୀଚଉରା ଗ୍ରାମ ନିକଟରେ ଥିବା ପଥର ଖଣିରୁ ମୋରମ ଉତ୍ତୋଳନ ହେଉଥିବା ବେଳେ ଏହା ଧସିଯିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶୁଣିବାକୁ ମିଳିଛି ଯେ, ୫ ବର୍ଷ ତଳେ ଜଣେ ଠିକାଦାର ରାସ୍ତା କାମ ପାଇଁ ଏହି ଖଣି ଖୋଳିଥିଲେ। ଦୀର୍ଘ ଦିନ ଧରି ଏହା ବନ୍ଦ ରହିଥିବା ବେଳେ ୮ ଜୁନ୍‌ରେ ମୋରମ ଆଣିବା ପାଇଁ କେତେ ଜଣ ଶ୍ରମିକ ଏହି ଖଣିର ନିମ୍ନଭାଗ ଦେଇ ଭିତରକୁ ପଶି ଖୋଳା ଆରମ୍ଭ କରିଥିଲେ। ଏହି ସମୟରେ ଅତଡ଼ା ଧସିଯିବାରୁ ୪ ଶ୍ରମିକ ଏହା ତଳେ ପୋତି ହୋଇ ଯାଇଥିଲେ। ଉକ୍ତ ଅଞ୍ଚଳରୁ ଆଖପାଖ ଇଲାକାର ଠିକାଦାର, କ୍ରଶର ମାଲିକ ପଥର ଓ ମୋରମ ଖୋଳି ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର କୌଣସି ଅଙ୍କୁଶ ରହୁ ନ ଥିବାରୁ ଏପରି ଦୁର୍ଘଟଣା ଘଟିଚାଲିଛି। କେବଳ କେନ୍ଦୁଝର ନୁହେଁ, ଏହାର ପାଖ ଜିଲା ଯାଜପୁରରେ ବେଆଇନ ପଥର ଚାଲାଣ ହୋଇଆସୁଛି। ବିଶେଷକରି ଡଙ୍କାରୀ ପାହାଡ଼ ପଦା ହୋଇ ଯାଉଥିବାରୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବେଆଇନ ଖଣି କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସେମାନଙ୍କୁ ଭିତିରିଆ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ କରିବା ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶରେ କୁହାଯାଇଥିଲା ଯେ, ଯେଉଁ ପ୍ରଶାସନିକ ଅଧିକାରୀଙ୍କ ସମୟରେ ଏଭଳି କାର୍ଯ୍ୟ ହୋଇଥିଲା; ସେମାନଙ୍କଠାରୁ ମଧ୍ୟ ଜରିମାନା ଅର୍ଥ ଆଦାୟ କରାଯିବା ବାଞ୍ଛନୀୟ। ଆଦାୟ ଅର୍ଥ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ନିକଟରେ ଦାଖଲ କରାଯିବାକୁ କୁହାଯାଇଥିଲା। ହେଲେ ଏନ୍‌ଜିଟିଙ୍କ ଏଭଳି ନିର୍ଦ୍ଦେଶ ବିରୋଧରେ ଜିଲା ପ୍ରଶାସନ ସୁପ୍ରିମକୋର୍ଟ ଯାଇଛନ୍ତି, ଯାହାକି ଏବେ ବିଚାରାଧୀନ ରହିଛି। ଭାଇ ବିରାଦରି ହେଉ ବା ଅର୍ଥ ଆଦାୟ କରିବାର ଜଞ୍ଜାଳରୁ ଦୂରେଇ ରହିବା ପାଇଁ ବର୍ତ୍ତମାନର ଅଧିକାରୀମାନେ ଅଦାଲତ ଆଶ୍ରୟକୁ ସହଜ ବାଟ ଭାବେ ଧରି ପୂର୍ବ ଅଧିକାରୀଙ୍କ କୁକର୍ମକୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଏଥିରୁ ବୁଝିବାକୁ ହେବ ଯେକୌଣସି ଏକ ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଶାସନିକ ତତ୍ପରତା ଦେଖାଯାଉ ନାହିଁ। ସ୍ଥାନୀୟ ଅଞ୍ଚଳର ଖଣି ଦଲାଲଙ୍କ ସହ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଆଜି ପ୍ରାକୃତିକ ସମ୍ପଦ ମାଟିତଳୁ ଲୁଟ୍‌ ହେବାରେ ଲାଗିଛି। ସେହିଭଳି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ନିର୍ମାଣ ଶିଳ୍ପ ତିଷ୍ଠିବାକୁ ହେଲେ ବାଲି ଓ ପଥର ଉପରେ ଏହା ଅତ୍ୟନ୍ତ ନିର୍ଭରଶୀଳ। ସରକାରୀ ନିୟମାବଳୀ ଅନୁଯାୟୀ ଉତ୍ତୋଳନ କରାଗଲେ ପ୍ରାକୃତିକ ସମ୍ପଦକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରନ୍ତା। ଏଠାରେ କେବଳ ସରକାର ସବୁକିଛି କରିବେ ବୋଲି ଆଶା ରଖିବା ଠିକ୍‌ ନୁହେଁ। ଏହିସବୁ କାମରେ ସମ୍ପୃକ୍ତ ଠିକାଦାର ଏବଂ ତାଙ୍କ କର୍ମଚାରୀ ମଧ୍ୟ ଉତ୍ତରଦାୟୀ ହେବା ଉଚିତ। ଯେହେତୁ କାହାରି କାନ୍ଧରେ ଦାୟିତ୍ୱ ପଡ଼ୁନାହିଁ, ସେହେତୁ ସବୁ ଦିଗରେ ବିନା ଲଗାମରେ କାର୍ଯ୍ୟ କରାଯାଉଛି। ପରିସ୍ଥିତି ଦେଖିଲେ କେହି ପ୍ରକୃତି କିମ୍ବା ସରକାରୀ ନିୟମକୁ ମାନିଲା ଭଳି ମନେ ହେଉନାହିଁ। ବେଆଇନ କାର୍ଯ୍ୟକୁ ରୋକିବାକୁ ହେଲେ କଡ଼ା ଆଇନ କରିଦେଲେ ଚଳିବ ନାହିଁ, ଏହାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିଙ୍କ ପ୍ରତିବଦ୍ଧତା ମଧ୍ୟ ରହିବା ଦରକାର। ଏହା ନ ହେବାଯାଏ ପ୍ରାକୃତିକ ସମ୍ପଦ ଲୁଟେରା ମାଲାମାଲ ହେଉଥିବେ ଓ ଶ୍ରମିକ ଶ୍ରେଣୀ ମୃତ୍ୟୁ ଜାଲରେ ପଡ଼ୁଥିବେ। ସର୍ବୋପରି ପ୍ରାକୃତିକ ଅସନ୍ତୁଳନ ଜନସାଧାରଣଙ୍କ ପାଇଁ ବିପଦ ଡାକି ଆଣୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?