କ୍ଷମତା ଲୋଭରେ ବିପଦକୁ ଆମନ୍ତ୍ରଣ: କୋଭିଡ୍‌-୧୯କୁ ଅସ୍ତ୍ରକରି ସତ୍ୟର କଣ୍ଠରୋଧ

ବେଜିଂ,୨୯।୪: କ୍ଷମତାସୀନ ନେତାମାନେ ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ କ୍ଷମତାର ଅପବ୍ୟବହାର କରିଚାଲିଛନ୍ତି। ଏପରି କି ମୁକ୍ତ ସାମ୍ବାଦିକତାର କଣ୍ଠରୋଧ କରି ନିଜକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି କରୋନା ଭାଇରସ୍‌ ସଙ୍କଟ ବିଭିନ୍ନ ରାଷ୍ଟ୍ରରେ ସମାଲୋଚକଙ୍କୁ ନୀରବ ରଖିବା ସହିତ ନେତାମାନଙ୍କ ଶକ୍ତି ଏକତ୍ର କରିବା ପାଇଁ ଏକ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ଚାଇନା ସମେତ ବିଭିନ୍ନ ରାଷ୍ଟ୍ରରେ ଶାସକଙ୍କ ଦୋଷ ଲୁଚାଇବା ଏହି ମହାମାରୀକୁ ବୃଦ୍ଧି କରିବାରେ ସହଯୋଗ କରୁଛି। ଏହା ସ୍ବାସ୍ଥ୍ୟ ସଙ୍କଟକୁ ଜଟିଳ କରିବା ସହ ସରକାରଙ୍କ ସ୍ବେଚ୍ଛାଚାରିତାକୁ ମଧ୍ୟ ବୃଦ୍ଧି କରାଇବ। ଫଳରେ କ୍ଷମତାର ଦୁରୁପଯୋଗ ହେବା ସହ ଆଉ ଏକ ମହାମାରୀର ସ୍ଥାୟୀ ଉତ୍ତରାଧିକାରୀ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।
କୌଣସି ସଙ୍କଟ ବା ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ସ୍ବାସ୍ଥ୍ୟ ସେହି ସମୟରେ ମିଳୁଥିବା ଉପଯୁକ୍ତ ସୂଚନା ଉପରେ ନିର୍ଭର କରିଥାଏ। ହେଲେ ଚାଇନା ସରକାର ଏହାକୁ ହେୟମନେ କଲେ, ଯାହାକି ଏକ ବିପର୍ଯ୍ୟୟ ସୃଷ୍ଟି କଲା। ଗତ ଡିସେମ୍ବରରେ ଯେତେବେଳେ ଉହାନର ଡାକ୍ତରମାନେ କରୋନା ଭାଇରସ୍‌ର ଉପସ୍ଥିତି ନେଇ ସରକାରଙ୍କୁ ସୂଚାଇବାକୁ ଚାହିଁଲେ ସେତେବେଳେ ସେଠାକାର ପ୍ରଶାସନ ଚୁପ ରହିବା ସହ ଡାକ୍ତରମାନଙ୍କୁ ତାଗିଦ୍‌ କରିବାରେ ଲାଗିଲେ। ଡାକ୍ତରମାନଙ୍କ ଚେତାବନୀକୁ ବେଖାତିର କରିବା ଫଳରେ ୩ସପ୍ତାହ ମଧ୍ୟରେ କୋଭିଡ-୧୯ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ଲକ୍ଷ ଲକ୍ଷ ଲୋକ ଉହାନ ଛାଡ଼ି ପଳାଇ ଆସିଲେ, ଫଳରେ କରୋନା ଭାଇରସ ଚାଇନା ସହ ସମଗ୍ର ବିଶ୍ୱକୁ ବ୍ୟାପିଗଲା। ଏହାସତ୍ତ୍ୱେ ଚାଇନା ସରକାର ଜନସ୍ବାସ୍ଥ୍ୟ ଅପେକ୍ଷା ରାଜନୈତିକ ସ୍ଥିତିକୁ ଜାହିର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। କରୋନା ଭାଇରସ୍‌ ଏବେ ଦୁର୍ବଳ ହୋଇଗଲାଣି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଏହାର ନିରପେକ୍ଷ ତଦନ୍ତ କରିବାକୁ ଦିଆଯାଉ ନାହିଁ। ଏପରି କି ଏସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଚାହୁଁଥିବା ଆମେରିକାର କିଛି ପ୍ରମୁଖ ପ୍ରକାଶନର ଅନେକ ଖବରଦାତାଙ୍କୁ ବହିଷ୍କାର କରାଯାଇଛି। ଏଥିସହିତ ଉହାନକୁ ଯାଇଥିବା ଚାଇନାର କେତେକ ନିରପେକ୍ଷ ଖବରଦାତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏବେ ବେଜିଂ ନିଜର ଦୋଷକୁ ଲୁଚାଇବା ସହ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କରୋନାର ଉତ୍ପତ୍ତି ସହ ବନ୍ୟଜନ୍ତୁଙ୍କ ସମ୍ପର୍କକୁ ପ୍ରମାଣିତ କରାଇବାକୁ ଚେଷ୍ଟା କରୁଛି।
ଚାଇନାର ଏଭଳି ଏକଚାଟିଆ ଆଭିବମୁଖ୍ୟକୁ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ଆପଣାଉଥିବା ଦେଖିବାକୁ ମିଳୁଛି। ଥାଇଲାଣ୍ଡ, କମ୍ବୋଡିଆ, ଭେନେଜୁଏଲା, ବାଂଲାଦେଶ ଏବଂ ତୁର୍କୀ ସରକାର ସେଠାକାର ସାମ୍ବାଦିକ, ବିରୋଧୀ ଦଳର କର୍ମୀ, ସ୍ବାସ୍ଥ୍ୟକର୍ମୀ ଏବଂ ଯେଉଁମାନେ କରୋନା ଭାଇରସ୍‌ ମୁକାବିଲାରେ ବିଫଳତା ନେଇ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ତୁରନ୍ତ ଅଟକ ରଖାଯାଉଛି। ମୁକ୍ତ ଗଣମାଧ୍ୟମ ଚୁପ୍‌ ବସିଗଲେ ସରକାର ବାସ୍ତବସ୍ଥିତିକୁ ଅଣଦେଖା କରି ନିଜର ପ୍ରଚାରପ୍ରସାର କରିବାରେ ଲାଗିବେ। ଯେପରି କି ଇଜିପ୍ଟର ରାଷ୍ଟ୍ରପତି ଅବ୍‌ଦଲ ଫତାହ ଏଲ୍‌-ସିସି ଦେଶର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ଯାଇ କରୋନା ଭାଇରସ୍‌କୁ ଗତ କିଛି ସପ୍ତାହ ପାଇଁ ହେୟଜ୍ଞାନ କଲେ। ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ନେଇ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରି ଖବର ପରିବେଷଣ କରାଯିବାରୁ ଖବର ସରବରାହ ସଂସ୍ଥା ଗାର୍ଡିଆନର ଜଣେ ଖବରଦାତାଙ୍କୁ ବହିଷ୍କାର କରାଯିବା ସହ ନ୍ୟୁୟର୍କ ଟାଇମ୍‌ସର ଜଣେ ସାମ୍ବାଦିକଙ୍କୁ ଚେତାବନୀ ଦିଆଯାଇଥିଲା। ସେହିପରି ତୁର୍କୀରେ ମଧ୍ୟ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ ତାଙ୍କ ଦେଶର ଜେଲ୍‌ରେ କେହି କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ନ ଥିବା ସୂଚନା ଦେଇଥିଲେ। ହେଲେ ପରେ ଜେଲ୍‌ରେ ଜଣେ ୭୦ବର୍ଷୀୟ ବନ୍ଦୀ ଏବଂ ଜେଲ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ବିଷୟ ପ୍ରଘଟ କରିଥିବା ଜଣେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ ପ୍ରୟୁତ୍‌ ଚାନ ମଧ୍ୟ ସେଠାକାର ଗଣମାଧ୍ୟମ ଉପରେ କଟକଣା ଲଗାଇଛନ୍ତି। ସରକାରୀ ପ୍ରେସ୍‌ ବିବୃତି ବ୍ୟତୀତ କିଛି ଲେଖିବାକୁ ମନା କରିଛନ୍ତି।
ମୁକ୍ତ ଗଣମାଧ୍ୟମ କେବଳ ଏକ ପ୍ରତିକାର ନୁହେଁ। ଏକ ଦାୟିତ୍ୱସମ୍ପନ୍ନ ସରକାର ମଧ୍ୟ ଆବଶ୍ୟକ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରଥମେ କରୋନା ଭାଇରସ୍‌କୁ ଗୁଜବ ବୋଲି କହିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଜ୍ୟୋର ବୋଲ୍‌ସୋନାରୋ ଭୂତାଣୁକୁ ଏକ କାଳ୍ପନିକ ବିଷୟ ବୋଲି ତାଚ୍ଛଲ୍ୟ କରିଥିଲେ। ସେହପିରି ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ର୍ୟୁସ ମାନୁଏଲ ଲୋପେଜ୍‌ ଓବ୍ରାଡର ବିଭିନ୍ନ ରାଲି ଆୟୋଜନ କରିବା ସହ ସମର୍ଥକଙ୍କୁ କୋଳେଇ ଚୁମ୍ବନ ମଧ୍ୟ ଦେଲେ। ଏହି ସବୁ ଦାୟିତ୍ୱହୀନ କାର୍ଯ୍ୟକୁ ମୁକ୍ତ ଗଣମାଧ୍ୟମ ସଜାଗ ରହି ସ୍ବର ଉତ୍ତୋଳନ କରୁଥିବାବେଳେ ସୁପ୍ତ ଗଣମାଧ୍ୟମ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିପାରୁ ନାହାନ୍ତି। ଏପରି କାର୍ଯ୍ୟଧାରା ଏକ ସୁସ୍ଥ ପରମ୍ପରା ସୃଷ୍ଟି କରୁନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri