କ୍ରୋଧ ସୃଷ୍ଟିକାରୀ

କେତେକ ବିଶେଷ ପରିସ୍ଥିତିରେ ସମଗ୍ର ମଣିଷ ଜାତିକୁ ଏକାଠି ହେବାକୁ ପଡ଼ିଥାଏ। ଆଜିର ସ୍ଥିତିରେ ସମ୍ମିଳିତ ଉଦ୍ୟମ ନ ହେଲେ କରୋନା ମହାମାରୀକୁ ଜିତିବା ସମ୍ଭବ ନୁହେଁ। ଦିନ ଯେତିକି ଗଡ଼ି ଚାଲିଛି ଭାରତରେ କୋଭିଡ୍‌-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି। ଏହା ବିତୁଥିବା ସମୟ ପାଇଁ ନା ଅଧିକ ପରୀକ୍ଷାର ଫଳ ମିଳୁଛି, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ଭାରତରେ ଦେଖାଦେଇଥିବା ସମୁଦାୟ କୋଭିଡ୍‌ ସଂକ୍ରମଣର ପ୍ରାୟ ୫୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟାପିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାଠାରୁ ଅଧିକ ଗମ୍ଭୀର ବିଷୟ ହେଉଛି ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ଭୂତାଣୁ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ କ୍ୱାରାଣ୍ଟାଇନ୍‌ ବା ଏକାନ୍ତବାସରେ ରହୁଥିବା ବେଳେ ସେମାନେ ସେଠାକାର ନର୍ସ ଓ ଡାକ୍ତରଙ୍କ ଉପରକୁ ଛେପ ପକାଉଥିବା ଖବର ଶୁଣିବାକୁ ମିଳିଛି। ଏପରି କି ଭଲ ଖାଦ୍ୟ ଲାଗି ଦାବିକରି ପରଷା ଯାଇଥିବା ଖାଦ୍ୟକୁ ସେବିକାମାନଙ୍କ ଉପରକୁ ଫୋପାଡ଼ିଛନ୍ତି। ହସ୍ପିଟାଲ ରେଲିଂ ଉପରେ କେତେକେ ଛେପ ପକାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ବାସ୍ତବରେ ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ। ସମ୍ଭବତଃ ଏ କଥାକୁ ହୃଦୟଙ୍ଗମ କରି ଅବସରପ୍ରାପ୍ତ ଓ କାର୍ଯ୍ୟରତ ପ୍ରାୟ ୮୦ ଜଣ ମୁସଲିମ୍‌ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ଏବେ ନିଜ ସମ୍ପ୍ରଦାୟକୁ ନିବେଦନ କରି କହିଛନ୍ତି ଯେ, ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ଏଥିସହିତ ଏହି ଭୂତାଣୁ କିଭଳି ନ ବ୍ୟାପିବ ସେଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର। କେତେକ ଅଞ୍ଚଳରେ ପୋଲିସ ତା’ କାର୍ଯ୍ୟ ସମ୍ପାଦନ କରିବାକୁ ଯାଇଥିବା ବେଳେ କିଛି ବ୍ୟକ୍ତି ପୋଲିସ ଉପରକୁ ଇଟା ଓ ପଥର ଫିଙ୍ଗିଥିବା ବିଷୟ ମଧ୍ୟ ପଦାକୁ ଆସିଛି। ତେଣୁ ଉକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନେ ଏହାକୁ ନାପସନ୍ଦ କରି ସମସ୍ତେ କୋଭିଡ୍‌-୧୯କୁ ପ୍ରତିହତ କରିବା ସକାଶେ ଦାୟିତ୍ୱବାନ୍‌ ହେବାକୁ କହିଛନ୍ତି। ଯେଉଁଭଳି ଭାବେ ଏହି ଅଫିସରମାନେ ସେମାନଙ୍କ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି, ତାହା ସମ୍ଭବତଃ ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। ଶାହା ବାନୋ ଘଟଣା ସମେତ ଯେତେ ହିଂସା ଘଟିଛି, ଯଥା-ବମ୍ବେର ୨୬/୧୧ ଆକ୍ରମଣ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ବାରମ୍ବାର ଘଟୁଥିବା ବେଳେ ମୁସଲମାନ ସମ୍ପ୍ରଦାୟର କୌଣସି ମୁରବି କେବେହେଲେ ନିରୀହଙ୍କ ମୃତ୍ୟୁ ପ୍ରତି ସମବେଦନା ଜଣାଇବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ନିନ୍ଦା କରିନାହାନ୍ତି।
ରାଜନୀତି, ଧର୍ମ ବା ଭିନ୍ନ ମତବାଦ ନିର୍ବିଶେଷରେ ସମସ୍ତଙ୍କ ପାଇଁ କୋଭିଡ୍‌-୧୯ ଏକ ବିପଦ ଭାବେ ଉଭା ହୋଇଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଓ ସ୍ଥଳବିଶେଷରେ କେତେକ ଅଞ୍ଚଳରେ ଶଟ୍‌ଡାଉନ୍‌ କରାଯାଇ ସଂକ୍ରମଣକୁ କମାଇବା ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭକରି ରାଜ୍ୟ ସରକାରଗୁଡ଼ିକ ବିହିତ ପଦକ୍ଷେପ ନେଉଛନ୍ତି। ଯେତେବେଳେ ଆମେରିକା ଭଳି ବିଶ୍ୱର ସର୍ବଶକ୍ତିମାନ୍‌ ଦେଶ ଏହି ଭୂତାଣୁ ସମ୍ମୁଖରେ ଆଣ୍ଠେଇ ପଡ଼ିଲାଣି, ସେତେବେଳେ ଜନବହୁଳ ଭାରତବର୍ଷରେ ସଂକ୍ରମଣ ସ୍ତର ନିୟନ୍ତ୍ରଣ ମଧ୍ୟରେ ରହିବା ଏକ ସକାରାତ୍ମକ ସଂକେତ ଦେଉଛି। ଏହି ଦେଶରେ ବିଭିନ୍ନ ଧର୍ମର ଲୋକ ନିଜ ଭଗବାନ ବା ବିଶ୍ୱାସକୁ ସମ୍ମାନ ଦେଇ ଚାଲିଛନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ତେବେ କରୋନା ଭଳି ଭୂତାଣୁ ବ୍ୟାପିବା ଭୟରେ ଆଜି ଭାରତର ପ୍ରତ୍ୟେକ ଧର୍ମପୀଠକୁ ବନ୍ଦ କରିଦିଆଯାଇଛି। କୌଣସି ଧର୍ମର ଠାକୁର ଏହି ଭୂତାଣୁ କବଳରୁ ମଣିଷକୁ ବଞ୍ଚାଇ ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଓ ପ୍ରତିଷେଧକ ବ୍ୟବସ୍ଥା ଅଧିକ ଗୁରୁତ୍ୱ ରଖୁଛି। ଏଭଳିସ୍ଥଳେ ତବଲିଘି ଜମାତ ଧର୍ମସଭା ଆୟୋଜନ କରାଯିବାର କୌଣସି ଯଥାର୍ଥତା ନ ଥିଲା ବୋଲି ସେହି ଧର୍ମର କେତେକ ବିଶ୍ୱାସୀ ମତ ଦେଇଛନ୍ତି। କୋଭିଡ୍‌-୧୯ ରିପୋର୍ଟ ଅନୁଯାୟୀ ଭାରତରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ତବଲିଘି ଜମାତରେ ଯୋଗ ଦେଇଥିବା ଲୋକଙ୍କ ଦ୍ୱାରା ହୋଇଛି। ତେବେ ଏଭଳି ଏକ କାର୍ଯ୍ୟକ୍ରମ ନେଇ ସର୍ବନିମ୍ନ ଖବର ପାଇବାରେ କେନ୍ଦ୍ର ସରକାରଙ୍କ ଅଧୀନ ଦିଲ୍ଲୀ ପୋଲିସର ବିଫଳତା ଓ ଦିଲ୍ଲୀର କେଜ୍‌ରିଓ୍ବାଲ ସରକାର ସେଠାରେ ହେଉଥିବା ଧର୍ମସଭା ବିଷୟରେ କିଛି ନ ଜାଣିପାରିବା ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି ବୋଲି କୁହାଯାଉଛି।
କରୋନା ଭୂତାଣୁ ଯେବେଠାରୁ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କଲାଣି, ସେବେଠାରୁ ହିନ୍ଦୁ, ମୁସଲମାନ କିମ୍ବା ଅନ୍ୟ କୌଣସି ବିଭେଦକାରୀ ଖବର ଲୋକଲୋଚନରୁ ଦୂରେଇ ରହିଥିଲା। ତବଲିଘି ମର୍କଜ୍‌ର ଏହି ଅସାମାଜିକ ବ୍ୟବହାର ଯୋଗୁ ଦେଶବ୍ୟାପୀ ସମସ୍ୟା ବୃଦ୍ଧି ପାଇଛି। ବିଶେଷକରି ସେହି ସଭାରେ ଯୋଗ ଦେଇଥିବା ସଦସ୍ୟମାନେ ଯେଉଁଭଳି ଭାବେ ନିଜ ଅଞ୍ଚଳକୁ ଫେରି ଲୁକ୍କାୟିତ ରହୁଛନ୍ତି, ସେଥିରୁ ସ୍ବାଭାବିକ ଭାବେ ଧାରଣା ସୃଷ୍ଟି ହେଉଛି ଯେ, ସେମାନଙ୍କ ଉଦ୍ଦେଶ୍ୟ ଜନବିରୋଧୀ। ଏଭଳି ଦେଶଦ୍ରୋହୀ କାର୍ଯ୍ୟଠାରୁ କୌଣସି ଉଗ୍ରବାଦୀ କାର୍ଯ୍ୟ ସାଂଘାତିକ ନୁହେଁ। ଏପରି ମାନସିକତା ସବୁ ଦେଶପ୍ରେମୀଙ୍କ କ୍ରୋଧ ସୃଷ୍ଟି କରାଇବା ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri