କ୍ରୋଧ ସୃଷ୍ଟିକାରୀ

କେତେକ ବିଶେଷ ପରିସ୍ଥିତିରେ ସମଗ୍ର ମଣିଷ ଜାତିକୁ ଏକାଠି ହେବାକୁ ପଡ଼ିଥାଏ। ଆଜିର ସ୍ଥିତିରେ ସମ୍ମିଳିତ ଉଦ୍ୟମ ନ ହେଲେ କରୋନା ମହାମାରୀକୁ ଜିତିବା ସମ୍ଭବ ନୁହେଁ। ଦିନ ଯେତିକି ଗଡ଼ି ଚାଲିଛି ଭାରତରେ କୋଭିଡ୍‌-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି। ଏହା ବିତୁଥିବା ସମୟ ପାଇଁ ନା ଅଧିକ ପରୀକ୍ଷାର ଫଳ ମିଳୁଛି, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ଭାରତରେ ଦେଖାଦେଇଥିବା ସମୁଦାୟ କୋଭିଡ୍‌ ସଂକ୍ରମଣର ପ୍ରାୟ ୫୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟାପିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାଠାରୁ ଅଧିକ ଗମ୍ଭୀର ବିଷୟ ହେଉଛି ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ଭୂତାଣୁ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ କ୍ୱାରାଣ୍ଟାଇନ୍‌ ବା ଏକାନ୍ତବାସରେ ରହୁଥିବା ବେଳେ ସେମାନେ ସେଠାକାର ନର୍ସ ଓ ଡାକ୍ତରଙ୍କ ଉପରକୁ ଛେପ ପକାଉଥିବା ଖବର ଶୁଣିବାକୁ ମିଳିଛି। ଏପରି କି ଭଲ ଖାଦ୍ୟ ଲାଗି ଦାବିକରି ପରଷା ଯାଇଥିବା ଖାଦ୍ୟକୁ ସେବିକାମାନଙ୍କ ଉପରକୁ ଫୋପାଡ଼ିଛନ୍ତି। ହସ୍ପିଟାଲ ରେଲିଂ ଉପରେ କେତେକେ ଛେପ ପକାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ବାସ୍ତବରେ ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ। ସମ୍ଭବତଃ ଏ କଥାକୁ ହୃଦୟଙ୍ଗମ କରି ଅବସରପ୍ରାପ୍ତ ଓ କାର୍ଯ୍ୟରତ ପ୍ରାୟ ୮୦ ଜଣ ମୁସଲିମ୍‌ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ଏବେ ନିଜ ସମ୍ପ୍ରଦାୟକୁ ନିବେଦନ କରି କହିଛନ୍ତି ଯେ, ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ଏଥିସହିତ ଏହି ଭୂତାଣୁ କିଭଳି ନ ବ୍ୟାପିବ ସେଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର। କେତେକ ଅଞ୍ଚଳରେ ପୋଲିସ ତା’ କାର୍ଯ୍ୟ ସମ୍ପାଦନ କରିବାକୁ ଯାଇଥିବା ବେଳେ କିଛି ବ୍ୟକ୍ତି ପୋଲିସ ଉପରକୁ ଇଟା ଓ ପଥର ଫିଙ୍ଗିଥିବା ବିଷୟ ମଧ୍ୟ ପଦାକୁ ଆସିଛି। ତେଣୁ ଉକ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀମାନେ ଏହାକୁ ନାପସନ୍ଦ କରି ସମସ୍ତେ କୋଭିଡ୍‌-୧୯କୁ ପ୍ରତିହତ କରିବା ସକାଶେ ଦାୟିତ୍ୱବାନ୍‌ ହେବାକୁ କହିଛନ୍ତି। ଯେଉଁଭଳି ଭାବେ ଏହି ଅଫିସରମାନେ ସେମାନଙ୍କ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି, ତାହା ସମ୍ଭବତଃ ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। ଶାହା ବାନୋ ଘଟଣା ସମେତ ଯେତେ ହିଂସା ଘଟିଛି, ଯଥା-ବମ୍ବେର ୨୬/୧୧ ଆକ୍ରମଣ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ବାରମ୍ବାର ଘଟୁଥିବା ବେଳେ ମୁସଲମାନ ସମ୍ପ୍ରଦାୟର କୌଣସି ମୁରବି କେବେହେଲେ ନିରୀହଙ୍କ ମୃତ୍ୟୁ ପ୍ରତି ସମବେଦନା ଜଣାଇବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ନିନ୍ଦା କରିନାହାନ୍ତି।
ରାଜନୀତି, ଧର୍ମ ବା ଭିନ୍ନ ମତବାଦ ନିର୍ବିଶେଷରେ ସମସ୍ତଙ୍କ ପାଇଁ କୋଭିଡ୍‌-୧୯ ଏକ ବିପଦ ଭାବେ ଉଭା ହୋଇଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଓ ସ୍ଥଳବିଶେଷରେ କେତେକ ଅଞ୍ଚଳରେ ଶଟ୍‌ଡାଉନ୍‌ କରାଯାଇ ସଂକ୍ରମଣକୁ କମାଇବା ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭକରି ରାଜ୍ୟ ସରକାରଗୁଡ଼ିକ ବିହିତ ପଦକ୍ଷେପ ନେଉଛନ୍ତି। ଯେତେବେଳେ ଆମେରିକା ଭଳି ବିଶ୍ୱର ସର୍ବଶକ୍ତିମାନ୍‌ ଦେଶ ଏହି ଭୂତାଣୁ ସମ୍ମୁଖରେ ଆଣ୍ଠେଇ ପଡ଼ିଲାଣି, ସେତେବେଳେ ଜନବହୁଳ ଭାରତବର୍ଷରେ ସଂକ୍ରମଣ ସ୍ତର ନିୟନ୍ତ୍ରଣ ମଧ୍ୟରେ ରହିବା ଏକ ସକାରାତ୍ମକ ସଂକେତ ଦେଉଛି। ଏହି ଦେଶରେ ବିଭିନ୍ନ ଧର୍ମର ଲୋକ ନିଜ ଭଗବାନ ବା ବିଶ୍ୱାସକୁ ସମ୍ମାନ ଦେଇ ଚାଲିଛନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ତେବେ କରୋନା ଭଳି ଭୂତାଣୁ ବ୍ୟାପିବା ଭୟରେ ଆଜି ଭାରତର ପ୍ରତ୍ୟେକ ଧର୍ମପୀଠକୁ ବନ୍ଦ କରିଦିଆଯାଇଛି। କୌଣସି ଧର୍ମର ଠାକୁର ଏହି ଭୂତାଣୁ କବଳରୁ ମଣିଷକୁ ବଞ୍ଚାଇ ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଓ ପ୍ରତିଷେଧକ ବ୍ୟବସ୍ଥା ଅଧିକ ଗୁରୁତ୍ୱ ରଖୁଛି। ଏଭଳିସ୍ଥଳେ ତବଲିଘି ଜମାତ ଧର୍ମସଭା ଆୟୋଜନ କରାଯିବାର କୌଣସି ଯଥାର୍ଥତା ନ ଥିଲା ବୋଲି ସେହି ଧର୍ମର କେତେକ ବିଶ୍ୱାସୀ ମତ ଦେଇଛନ୍ତି। କୋଭିଡ୍‌-୧୯ ରିପୋର୍ଟ ଅନୁଯାୟୀ ଭାରତରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ତବଲିଘି ଜମାତରେ ଯୋଗ ଦେଇଥିବା ଲୋକଙ୍କ ଦ୍ୱାରା ହୋଇଛି। ତେବେ ଏଭଳି ଏକ କାର୍ଯ୍ୟକ୍ରମ ନେଇ ସର୍ବନିମ୍ନ ଖବର ପାଇବାରେ କେନ୍ଦ୍ର ସରକାରଙ୍କ ଅଧୀନ ଦିଲ୍ଲୀ ପୋଲିସର ବିଫଳତା ଓ ଦିଲ୍ଲୀର କେଜ୍‌ରିଓ୍ବାଲ ସରକାର ସେଠାରେ ହେଉଥିବା ଧର୍ମସଭା ବିଷୟରେ କିଛି ନ ଜାଣିପାରିବା ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି ବୋଲି କୁହାଯାଉଛି।
କରୋନା ଭୂତାଣୁ ଯେବେଠାରୁ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କଲାଣି, ସେବେଠାରୁ ହିନ୍ଦୁ, ମୁସଲମାନ କିମ୍ବା ଅନ୍ୟ କୌଣସି ବିଭେଦକାରୀ ଖବର ଲୋକଲୋଚନରୁ ଦୂରେଇ ରହିଥିଲା। ତବଲିଘି ମର୍କଜ୍‌ର ଏହି ଅସାମାଜିକ ବ୍ୟବହାର ଯୋଗୁ ଦେଶବ୍ୟାପୀ ସମସ୍ୟା ବୃଦ୍ଧି ପାଇଛି। ବିଶେଷକରି ସେହି ସଭାରେ ଯୋଗ ଦେଇଥିବା ସଦସ୍ୟମାନେ ଯେଉଁଭଳି ଭାବେ ନିଜ ଅଞ୍ଚଳକୁ ଫେରି ଲୁକ୍କାୟିତ ରହୁଛନ୍ତି, ସେଥିରୁ ସ୍ବାଭାବିକ ଭାବେ ଧାରଣା ସୃଷ୍ଟି ହେଉଛି ଯେ, ସେମାନଙ୍କ ଉଦ୍ଦେଶ୍ୟ ଜନବିରୋଧୀ। ଏଭଳି ଦେଶଦ୍ରୋହୀ କାର୍ଯ୍ୟଠାରୁ କୌଣସି ଉଗ୍ରବାଦୀ କାର୍ଯ୍ୟ ସାଂଘାତିକ ନୁହେଁ। ଏପରି ମାନସିକତା ସବୁ ଦେଶପ୍ରେମୀଙ୍କ କ୍ରୋଧ ସୃଷ୍ଟି କରାଇବା ସୁନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?