Posted inଖେଳ

କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା ଲୋଡ଼ିଲା ଆଇଓଏ

ନୂଆଦିଲ୍ଲୀ, ୧୮।୫: କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ସହାୟତା ଲୋଡ଼ିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)। ଆସନ୍ତାବର୍ଷ ପର୍ଯ୍ୟନ୍ତ କୌଣସି ପ୍ରାୟୋଜକ ଆଗକୁ ଆସିବା ସମ୍ଭାବନା ନାହିଁ। ତେଣୁ ସରକାର ସହାୟତାର ହାତ ବଢ଼ାଇବା ଜରୁରୀ ହୋଇପଡ଼ିଛି। ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପାଇଁ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଆଇଓଏ ସଭାପତି ନରିନ୍ଦର ବାତ୍ରା। ଯଦି ସରକାରୀ ସହାୟତା ନ ମିଳେ ତେବେ ଲକ୍‌ଡାଉନ୍‌ ଉଠିଲେ ବିଭିନ୍ନ କ୍ରୀଡ଼ାର ସହଜ ଆରମ୍ଭ ଅସମ୍ଭବ ହୋଇପଡ଼ିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଲେଖିଥିବା ପତ୍ରରେ ବାତ୍ରା ଦର୍ଶାଇଛନ୍ତି। ଆଇଓଏ ପାଇଁ ୧୦କୋଟି, ଅଲିମ୍ପିକ୍ସ କ୍ରୀଡ଼ାର ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ଗୁଡ଼ିକ ପାଇଁ ୫ କୋଟି ଲେଖାଏ, ଅଣ ଅଲିମ୍ପିକ୍ସ ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡ଼ିକ ପାଇଁ ୨.୫୦ କୋଟି ଲେଖାଏ, ବିଭିନ୍ନ ରାଜ୍ୟ କ୍ରୀଡ଼ା ଆସୋସିଏଶନ ପାଇଁ ୧ କୋଟି ଲେଖାଏ ଏହିପରି ପାଖାପାଖି ୨୨୦ କୋଟି ଟଙ୍କା ପ୍ରଦାନ କରିବାକୁ ବାତ୍ରା ଅନୁରୋଧ କରିଛନ୍ତି। ”୨୦୨୧ ଅଲିମ୍ପିକ୍ସ ଓ ଏହା ପର ପର୍ଯ୍ୟନ୍ତ ପ୍ରାୟୋଜକମାନେ ସହାୟତା କରିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ କ୍ରୀଡ଼ା ମନ୍ତ୍ରଣାଳୟ ସାହାଯ୍ୟ କରିବା ଉଚିତ। ଏହା କ୍ରୀଡ଼ାବିତ୍‌ ମାନଙ୍କୁ ଅନେକ ପରିମାଣରେ ସହାୟକ ହୋଇ ପାରିବ। ସମ୍ପୂର୍ଣ୍ଣ ବିଶ୍ୱ ଏବେ କଠିନ ସମୟ ଦେଇ ଗତି କରୁଛି। ସମସ୍ତ କ୍ରୀଡ଼ା ପ୍ରତିଯୋଗିତା, ଟ୍ରେନିଂ ଏବଂ ଅନ୍ୟ କାର୍ଯ୍ୟକଳାପ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ଏ ସବୁ ଆରମ୍ଭ କରିବାକୁ ହେଲେ ଆସୋସିଏଶନଗୁଡ଼ିକୁ ଆର୍ଥିକ ସହାୟତା ଜରୁରୀ“ ବୋଲି ବାତ୍ରା ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?