Posted inଖେଳ

କ୍ରିସ୍‌ ଗେଲଙ୍କ ଅର୍ଦ୍ଧଶତକ

ପୋର୍ଟ ଅଫ୍‌ ସ୍ପେନ, ୧୫।୮- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କୁଇନ୍ସପାର୍କ ଓଭାଲ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଥରପାଇଁ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୨୨ ଓଭରରେ ୨ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଛି। ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ୧.୩ ଓଭର ଖେଳିଥିବାବେଳେ ବର୍ଷା ହୋଇଥିଲା। କିଛିସମୟ ଖେଳ ବନ୍ଦ ହେବାପରେ ପୁଣି ଆରମ୍ଭ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରୁ ରନ ସଂଗୃହୀତ ହୋଇ ନ ଥିଲେ ହେଁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା ଓ୍ବେଷ୍ଟଇଣ୍ଡିଜ। ଭାରତର ୩ ଜଣ ଯାକ ଦ୍ରୁତ ବୋଲରଙ୍କୁ ଧୂଲେଇ କରି ଦ୍ରୁତ ହାରରେ ରନ ସଂଗ୍ରହ ସହ ଓପନିଂ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ିଥିଲେ ଦୁଇ ଓପନର। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୧୧ତମ ଓଭରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂଭାର ଦେବାପରେ ଯାଇ ବ୍ରେକ୍‌ ଥ୍ରୁ ମିଳିଥିଲା। ମାତ୍ର ୨୯ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୪୩ ରନ କରି ସାରିଥିବା ଲିଓ୍ବିସଙ୍କୁ ନିଜ ପ୍ରଥମ ଓଭରର ୫ମ ବଲ୍‌ରେ ଆଉଟ କରି ଭାରତକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ ଚହଲ। ଗେଲ୍‌ କିନ୍ତୁ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ୪୧ ବଲ୍‌ରୁ ୮ ଚୌକା ଓ ୫ ଛକା ସହ ୭୨ ରନ କରିବାପରେ ସେ ଖଲିଲ ଅହମ୍ମଦଙ୍କ ବଲ୍‌ରେ ବିରାଟ କୋହଲିଙ୍କ ଏକ ଚିତାକର୍ଷକ କ୍ୟାଚଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। କ୍ୟାରିୟରର ୩୦୧ତମ ଏକଦିବସୀୟ ମ୍ୟାଚ ଖେଳିଥିବା ଗେଲ୍‌ଙ୍କର ଏହାଥିଲା ୫୪ତମ ଅର୍ଦ୍ଧଶତକ। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଓ୍ବେଷ୍ଟଇଣ୍ଡିଜର ରନ ହାରରେ ଅଙ୍କୁଶ ଲାଗିଥିଲା। ଚହଲଙ୍କ ପରି କେଦାର ଯାଦବ ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଶାଇ ହୋପ୍‌ ୪୦ ବଲ୍‌ରୁ ୧୯ ଏବଂ ଶିମରନ ହେଟମେର ୨୩ ବଲ୍‌ରୁ ୧୮ ରନକରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଚହଲ ଓ ଖଲିଲ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri