କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲେଖିଛନ୍ତି, ଜଣେ ମହିଳା କ’ଣ ପିନ୍ଧନ୍ତି, କ’ଣ କରନ୍ତି ଏବଂ କେଉଁଠାକୁ ଯାଆନ୍ତି ଏହା ତାଙ୍କର ନିଜସ୍ବ ପସନ୍ଦ। ମହିଳାମାନେ ନିଜ ସ୍ବାଧୀନତାର ବ୍ୟବହାର କଲେ ସେମାନଙ୍କୁ ଟ୍ରୋଲ କରିବା ବନ୍ଦ କରନ୍ତୁ।

ରକ୍ଷାବନ୍ଧନ ଅବସରରେ ପ୍ରକାଶିତ ତାଙ୍କର ନୂଆ ବିଜ୍ଞାପନରେ ପୋଷାକକୁ ନେଇ ଅଭିନେତ୍ରୀ କ୍ରିତି ସାନନ ଅନଲାଇନରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏକ ଗହଣା ବ୍ରାଣ୍ଡର ବିଜ୍ଞାପନରେ କ୍ରିତିଙ୍କ ଇଣ୍ଡୋ-ୱେଷ୍ଟର୍ନ ଲୁକ୍କୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏହା ପରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କାହାର ନାମ ନନେଇ ବିଜ୍ଞାପନର ଷ୍ଟାଇଲିଂକୁ ଟାର୍ଗେଟ କରିଥିଲେ।

ଟ୍ରୋଲରମାନଙ୍କୁ ଜବାବ ଦେଇ କ୍ରିତି ସାନନ କହିଥିଲେ ଯେ, ବର୍ଷ ବର୍ଷ ଧରି ପାରମ୍ପରିକ ଫ୍ୟାଶନରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଆଜି ବି ଜଣେ ମହିଳା ନିଜ ସଂସ୍କୃତି ପ୍ରତି କେତେ ସମ୍ମାନ ରଖନ୍ତି, ତାହାକୁ ତାଙ୍କ ପୋଷାକ ଆଧାରରେ ମପାଯାଉଛି।

କ୍ରିତି ସାନନ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ନୋଟ ଶେୟାର କରି ଲେଖିଥିଲେ, ସଂସ୍କୃତି ଏବଂ ପରମ୍ପରା ହୃଦୟରେ ଥାଏ, ନେକ୍ଲାଇନରେ ନୁହେଁ। ମହିଳାମାନଙ୍କୁ ସେମାନେ କ’ଣ ପିନ୍ଧିବା ଉଚିତ ବୋଲି କହିବା ଆମେ କେବେ ବନ୍ଦ କରିବୁ? ବର୍ଷ ବର୍ଷ ଧରି ପାରମ୍ପରିକ ଫ୍ୟାଶନ ବିକଶିତ ହୋଇଛି, କିନ୍ତୁ ଏବେ ବି ଜଣେ ମହିଳାଙ୍କର ନିଜ ସଂସ୍କୃତି ପ୍ରତି ସମ୍ମାନକୁ କେବଳ ତାଙ୍କ ପୋଷାକ ଆଧାରରେ ମପାଯାଉଛି।

ସେ ଆହୁରି ଲେଖିଥିଲେ, ପର୍ବପର୍ବାଣୀର ଅର୍ଥ ଆପଣ ପିନ୍ଧିଥିବା ପୋଷାକରେ ନୁହେଁ, ବରଂ ସେହି ପରମ୍ପରା ପ୍ରତି ଆପଣଙ୍କ ଭାବନା ଏବଂ ତାହାର ଗୁରୁତ୍ୱରେ ରହିଛି। ରକ୍ଷାବନ୍ଧନ ହେଉଛି ସୁରକ୍ଷା ଓ ଭଲପାଇବାର ସମ୍ପର୍କର ପ୍ରତୀକ। ମୁଁ ଏବଂ ମୋ ଭଉଣୀ ପରସ୍ପରକୁ ରାକ୍ଷୀ ବାନ୍ଧୁ ଏବଂ ପରସ୍ପରର ସୁରକ୍ଷା, ଭଲ ସ୍ବାସ୍ଥ୍ୟ, ଖୁସି ଓ ଦୀର୍ଘାୟୁ କାମନା କରୁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri