Posted inଜାତୀୟ

କ୍ରସ୍‌ଭୋଟିଂ ଉପରେ ନଜର

ନୂଆଦିଲ୍ଲୀ,୯ା୯(ପି.ଟି.): ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବାବେଳେ ଶାସକ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟମାନେ ସଂସଦ ଭବନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ମତଦାନରେ ଭାଗନେବେ। ସନ୍ଧ୍ୟା ୬ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁପ୍ତ ବାଲଟ ବ୍ୟବସ୍ଥାରେ ମତଦାନ ହେବାକୁ ଥିବାବେଳେ ଭୋଟ ଦେବା ପାଇଁ ସଦସ୍ୟମାନେ ଦଳୀୟ ହୁଇପ୍‌ ମାନିବାକୁ ବାଧ୍ୟ ନୁହନ୍ତି।
ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ ସେମାନଙ୍କ ଏମ୍‌ପିମାନଙ୍କୁ ସୋମବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ସହ ମକ୍‌ ପୋଲ୍‌ କରାଇଛନ୍ତି। ନିର୍ବାଚନ ନିୟମାବଳୀ ଅନୁଯାୟୀ, ଏମ୍‌ପିମାନଙ୍କୁ ୨ ପ୍ରାର୍ଥୀଙ୍କ ନାମ ଥିବା ବାଲଟ ପେପର ଦିଆଯିବ। ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ‘୧’ ଲେଖିବେ। ସେମାନେ ଭାରତୀୟ, ରୋମାନ୍‌ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ଭାଷାରେ ଅଙ୍କରେ ଉକ୍ତ ସଂଖ୍ୟା ଲେଖିବେ, ଅକ୍ଷରରେ ନୁହେଁ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ କଲେଜର ମୋଟ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରୁ ୨୪୫ ଜଣ ରାଜ୍ୟ ସଭା ଓ ୫୪୩ ଜଣ ଲୋକ ସଭା ସଦସ୍ୟ। ରାଜ୍ୟ ସଭାର ୧୨ ମନୋନୀତ ସଦସ୍ୟ ମଧ୍ୟ ଭୋଟ ଦେବେ। ସମ୍ପ୍ରତି ରାଜ୍ୟ ସଭାରେ ୬ ଏବଂ ଲୋକ ସଭାର ଗୋଟିଏ ଆସନ ଖାଲି ପଡ଼ିଥିବାରୁ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ୭୮୧କୁ ହ୍ରାସ ପାଇଛି। ଏହା ବ୍ୟତୀତ ଓଡ଼ିଶାର ବିଜେଡି ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି। ଫଳରେ ମୋଟ ୭୭୦ ସଦସ୍ୟ ଭୋଟ ଦେବାକୁ ଥିବାରୁ ନିର୍ବାଚନ ଜିତିବା ପାଇଁ କୁହୁକ ସଂଖ୍ୟା ୩୮୬ ହୋଇଥିବାବେଳେ ଏନ୍‌ଡିଏ ପାଖରେ ୪୨୫ ଏବଂ ବିରୋଧୀ କ୍ୟାମ୍ପ୍‌ରେ ୩୨୪ ସଦସ୍ୟ ରହିଛନ୍ତି। ଶାସକ ଏବଂ ବିରୋଧୀ ମେଣ୍ଟ ବାହାରେ ରହିଥିବା ଓ୍ବାଇଏସ୍‌ଆର୍‌ସିପିର ୧୧ ସଦସ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ହଠାତ୍‌ ଇସ୍ତଫା ଦେବାରୁ ଏହି ପଦବୀ ପାଇଁ ନିର୍ବାଚନ ଆବଶ୍ୟକ ପଡ଼ିଥିଲା। ଏନ୍‌ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ ତାମିଲନାଡୁର ବରିଷ୍ଠ ଭାଜପା ନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ। ସେହିପରି ବିରୋଧୀ ପ୍ରାର୍ଥୀ ରେଡ୍ଡୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ହୋଇଥିବାବେଳେ ତେଲଙ୍ଗାନା ବାସିନ୍ଦା। ସାଲଓ୍ବା ଜୁଡୁମ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପାଇଁ ସେ ବେଶ୍‌ ଜଣାଶୁଣା। ଜିତିବା ପାଇଁ ଏନ୍‌ଡିଏ ପାଖରେ ଯଥେଷ୍ଟ ସଂଖ୍ୟା ରହିଥିବାବେଳେ ବିରୋଧୀମାନେ ଏହି ନିର୍ବାଚନକୁ ଆଦର୍ଶଗତ ଲଢ଼େଇ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ରେ ଜଗଦୀପ ଧନ୍‌କର ଏନ୍‌ଡିଏ ସମେତ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକର ସମର୍ଥନ ପାଇ ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କୁ ପାଖାପାଖି ୭୫ ପ୍ରତିଶତ ଭୋଟ ମିଳିଥିଲା। ତେବେ ଏଥର ଭୋଟ ବ୍ୟବଧାନ ତାହା ତୁଳନାରେ ବହୁତ କମ୍‌ ରହିବ। କ୍ରସ୍‌ ଭୋଟିଂକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପ୍ରତି ଭୋଟ ଉପରେ ଏନ୍‌ଡିଏ ନଜର ରଖିଛି। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତା ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଏକାଠି ହୋଇ ଏକତାର ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ, ଟିଏମ୍‌ସି, ଆର୍‌ଜେଡି, ଜେଏମ୍‌ଏମ୍‌, ଶିବସେନା (ୟୁବିଟି), ଏନ୍‌ସିପି(ଏସ୍‌ପି), ସିପିଆଇ, ସିପିଆଇ(ଏମ୍‌)ର ଶୀର୍ଷ ନେତାମାନେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲ୍‌ରେ ଏକାଠି ହୋଇଥିଲେ। ବିରୋଧୀ ଏମ୍‌ପିମାନଙ୍କୁ ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା। ଗତଥର କେତେକ ଭୋଟ ନାକଚ ହୋଇଯାଇଥିବାରୁ ଏଥର ଯେପରି ଗୋଟିଏ ଭୋଟ ନଷ୍ଟ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ବିରୋଧୀ ଏମ୍‌ପିମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri