କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌

ବ୍ରହ୍ମପୁର ଅଫିସ,୪ା୫-କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଏଣିକି ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌ ା ବାହାରୁ ଆସି ହୋମ୍‌ କ୍ବାରାଣ୍ଟାଇନ୍‌ ଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ବାରାଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମନିଟରିଂ ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ନେଇ ବ୍ରହ୍ମପୁର ମହାନଗର ନିଗମ ସହଯୋଗରେ ଟେକେଡର୍ସ ଓ ଆର୍କିଟୋ ଡିଜାଇନ୍‌ ଷ୍ଟୁଡିଓ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ସ୍ବାସ୍ଥ୍ୟ ଆପ୍‌ ା ଏହା ମାଧ୍ୟମରେ ପ୍ରବାସୀଙ୍କ ତଥ୍ୟ ସଂଗ୍ରହ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ା ଏନେଇ ରବିବାର ଟାଉନ୍‌ହଲରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ା ଏଥିରେ ଆପ୍‌ ବ୍ୟବହାର ନେଇ ବିଏମ୍‌ସି ଅଞ୍ଚଳରେ କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା ା ଏହି ଆପ୍‌କୁ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ମୋବାଇଲ ଫୋନରେ ଇନ୍‌ଷ୍ଟଲ କରାଯିବା ପରେ ସେମାନଙ୍କ ଗତିବିଧିକୁ ସହଜରେ ଟ୍ରାକିଂ କରିହେବ। ଏହାବ୍ୟତୀତ କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ସହଜରେ ତଥ୍ୟ ସଂଗ୍ରହ କରିହେବ। ଫଳରେ ସହଜରେ ଓ କମ୍‌ ସମୟରେ ତାଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଯାଇ ପାରିବ ବୋଲି ସଂସ୍ଥା ପକ୍ଷରୁ ସୂଚାଯାଇଥିଲା ା ପ୍ରଥମ ଥର ପାଇଁ ବିଏମ୍‌ସିରେ କେଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ ଏଭଳି ଆପ୍‌ ବ୍ୟବହାର କରାଯାଉଥିବା ବେଳେ ଖୁବଶୀଘ୍ର ଆପ୍‌ ବ୍ୟବହାର ନେଇ କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସମସ୍ତ ସ୍ବେଚ୍ଛାସେବୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ, ଆଶା, ଏଏନ୍‌ଏମ୍‌ଙ୍କୁ ତାଲିମ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ା କର୍ମଶାଳାରେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଟେକ୍‌ଡର୍ସ ସଂସ୍ଥା ସିଇଓ ସ୍ବାଧୀନ ନାୟକ, ଆର୍କିଟୋ ଡିଜାଇନ୍‌ ଷ୍ଟୁଡିଓ ସଂସ୍ଥା ଆର୍କିଟେକ୍ଟ ହୃଷୀକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri