Posted inଖେଳ

କୋହଲି ଶ୍ରେଷ୍ଠ:ୟୁସୁଫ

ନୂଆଦିଲ୍ଲୀ, ୧୪।୫-ସାମ୍ପ୍ରତିକ କ୍ରିକେଟରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ କିମ୍ବଦନ୍ତୀ କ୍ରିକେଟରମାନେ ଭିନ୍ନ ମତ ପୋଷଣ କରି ଆସୁଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ଜୋ ରୁଟ୍‌, ଷ୍ଟିଭ୍‌ ସ୍ମିଥ, କେନ୍‌ ୱିଲିୟମସନ ଆଦି ଖେଳାଳି ବ୍ୟାଟ୍ସମ୍ୟାନ ତାଲିକାର ଆଗରେ ରହିଛନ୍ତି। ଏ ସମ୍ପର୍କରେ ପାକିସ୍ତାନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ ନିଜ ମତ ରଖିଛନ୍ତି । ତାଙ୍କ ମତରେ ରୋହିତ, ରୁଟ୍‌, ସ୍ମିଥ ଓ ୱିଲିୟମସନ ସମସ୍ତେ ଭଲ, ମାତ୍ର ବର୍ତ୍ତମାନ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ”ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଅନେକ ଭଲ ଖେଳୁଛନ୍ତି। ତେବେ ସମସ୍ତ ଫର୍ମାଟକୁ ବିଚାରକୁ ନେଲେ କୋହଲିଙ୍କ ତୁଳନୀୟ କେହି ନୁହନ୍ତି। କୋହଲି ଯେପରି ପ୍ରତି ଇନିଂସରେ ଚାପ ପରିସ୍ଥିତିକୁ ହାତଉଛନ୍ତି ଏବଂ ଶତକ ପରେ ଶତକ ହାସଲ କରି ଚାଲିଛନ୍ତି ତାହା ଅବିଶ୍ୱସନୀୟ“ ବୋଲି ୟୁସୁଫ କହିଛନ୍ତି ।
କୋହଲି ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଯଥାକ୍ରମେ ୭,୨୮୦, ୧୧,୮୬୭ ଓ ୨,୭୯୪ ରନ ସଂଗ୍ରହ କରିଛନ୍ତି । କୋହଲି, ସ୍ମିଥ ଓ ୱିଲିୟମସନ ଏବେ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି । ଆଉ ଜଣେ ଯୁବ ବ୍ୟାଟ୍ସମ୍ୟାନ ଦ୍ରୁତ ଉନ୍ନତି କରି ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି । ସେ ହେଲେ ପାକିସ୍ତାନର ବାବର ଆଜମ। ୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି ଏବଂ ପାକିସ୍ତାନର ମୁଖ୍ୟ ବ୍ୟାଟ୍ସମ୍ୟାନ ପାଲଟି ଯାଇଛନ୍ତି। ଅନେକେ କୋହଲିଙ୍କ ସହ ବାବରଙ୍କୁ ତୁଳନା କରୁଛନ୍ତି। ମାତ୍ର ତାହା ଠିକ୍‌ ନୁହେଁ। କାରଣ ବାବର ଜଣେ ଯୁବ ଖେଳାଳି ହୋଇଥିବାବେଳେ କୋହଲି ଅଧିକ ମ୍ୟାଚ ଖେଳିଛନ୍ତି ଏବଂ ଅଭିଜ୍ଞ ହୋଇଛନ୍ତି। ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କୋହଲି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଲେ ଦର୍ଶକଙ୍କ କୋଳାହଳରେ ଷ୍ଟାଡିୟମ କମ୍ପିିଉଠେ। ତେବେ ଉଭୟ ଚମତ୍କାର ଖେଳାଳି ବୋଲି ୟୁସୁଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri