Posted inଖେଳ

କୋହଲିଙ୍କ ନୂଆ ହେୟାର ଷ୍ଟାଇଲ ବନେଇଲେ ଅନୁସ୍କା

କରୋନା ଭାଇରସ ସଂକ୍ରମଣ ଯୋଗୁ ଏବେ ସବୁ ଖେଳ ବନ୍ଦ। ସାରା ଭାରତ ଲକ୍‌ଡାଉନ୍‌ ଥିବାରୁ ଆଥଲେଟମାନେ ଘରେ ବସି ସମୟ ବିତାଉଛନ୍ତି। ଅନେକ ହୋମ୍‌ ଆଇସୋଲେଶନରେ ମଧ୍ୟ ରହୁଛନ୍ତି। ଏପରି ଏକ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ହେୟାର ଷ୍ଟାଇଲ ବଦଳି ଯାଇଥିବା ପରିଲକ୍ଷିତ ହୋଇଛି। ସବୁଠାରୁ ମଜାଜନକ କଥା ହେଲା କୋହଲିଙ୍କ ଏହି ନୂଆ ହେୟାରଷ୍ଟାଇଲ ବନେଇଛନ୍ତି ପନତ୍ୀ ତଥା ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା। ଅନୁସ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ନିଜେ ରୋଷେଇଘରେ ବ୍ୟବହାର ହେଉଥିବା କତୁରିରେ କୋହଲିଙ୍କ ଚୁଟି କାଟୁଥିବା ଦେଖିବାକୁ ମିଳୁଛି। ଏଥିରେ କୋହଲି ମଧ୍ୟ ବେଶ୍‌ ଖୁସିଥିବା ପରିଲକ୍ଷିତ ହୋଇଛି। ଚୁଟି କଟାଯିବାପରେ ଉଭୟ ଏହାକୁ ନେଇ ଆଲୋଚନା କରୁଛନ୍ତି। ଏହାପରେ କୋହଲି ‘ବିଉଟିଫୁଲ ହେୟାରକଟ୍‌ ବାଇ ମାଇଁ ଓ୍ବାଇଫ’ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ପ୍ରକାଶଯୋଗ୍ୟ ଯେ, ଶୁକ୍ରବାର କୋହଲି ଏକ ଭିଡିଓ ବାର୍ତ୍ତାରେ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ନିୟମକୁ ଅନେକେ ପାଳନ କରୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ଶ୍ରେୟସ ଆୟର ହେବେ T-20 କ୍ୟାପେଟେନ, ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୫: ସୂର୍ଯ୍ୟକୁମାର ଯାଦବ ଭାରତୀୟ T-20 ଦଳର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି। ଏହା ପ୍ରାୟତଃ ନିଶ୍ଚିତ ଯେ ୨୦୨୬ ଆଇପିଏଲ ସିଜିନ ପରେ ତାଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri