କୋଭିଡ୍‌ରୁ ସୁସ୍ଥ ହେବା ପରେ କମୁଛି ଶ୍ରବଣ ଶକ୍ତି

ଭୁବନେଶ୍ୱର,୩।୩(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେଉଥିବା ବ୍ୟକ୍ତି ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କଠାରେ ଭିନ୍ନ ଭିନ୍ନ ରୋଗର ଲକ୍ଷଣ ଦେଖାଯାଉଛି। ଅଧିକାଂଶ ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଯାଉଛି। ଏହାର ପ୍ରଭାବ ସେପରି ମାରାତ୍ମକ ଲାଗୁ ନ ଥିଲେ ମଧ୍ୟ ବିଶ୍ୱର ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଏଭଳି ଘଟଣା ବୃଦ୍ଧି ପାଉଛି। ଏଥିସହ କେତେଜଣ କରୋନା ରୋଗୀ ଭାଇରାଲ ସଂକ୍ରମଣ ପରେ ଅପୂରଣୀୟ କ୍ଷତି ସହୁଛନ୍ତି। ତେଣୁ ଠିକ୍‌ ସମୟରେ ଚିକିତ୍ସା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଜରୁରୀ। ଏହାଦ୍ୱାରା ଶ୍ରବଣ ଶକ୍ତି ପୁଣିଥରେ ଫେରାଇ ଅଣାଯାଇ ପାରିବ ବୋଲି ଭାରତର ଡାକ୍ତରମାନେ କହିଛନ୍ତି। ମାର୍ଚ୍ଚ ୩ ବିଶ୍ୱ ଶ୍ରବଣ ଦିବସ ଉପଲକ୍ଷେ ଡାକ୍ତରଙ୍କ ଏଭଳି ସତର୍କତା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି।
ବିଭିନ୍ନ କାରଣରୁ ଲୋକଙ୍କର ଶ୍ରବଣ ଶକ୍ତି ହ୍ରାସ ପାଉଥିବାବେଳେ ଏବେ କୋଭିଡ୍‌ ଅନ୍ୟତମ କାରଣ ପାଲଟିଛି। ଏ ସମ୍ପର୍କରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ବିଭାଗୀୟ ଏଚ୍‌ଓଡି ଡା. ଅନୀଲ କୁମାର ଦାସ (ଏମ୍‌ଏସ୍‌ ଇଏନ୍‌ଟି) କହିଛନ୍ତି, କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ହଠାତ୍‌ ଶୁଣିବା ଶକ୍ତି ହ୍ରାସ ପାଇବା ଭଳି ମାମଲା ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ଭାରତରେ ମଧ୍ୟ ଆମେ ଗତବର୍ଷ ଏଭଳି ମାମଲାଗୁଡିକର ବର୍ଦ୍ଧିତ ସଂଖ୍ୟା ଦେଖିବାକୁ ପାଇଥିଲୁ। କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହେବା ପରେ କିଛି ରୋଗୀ ହଠାତ୍‌ ଶୁଣିବାର ଶକ୍ତି ହରାଉଥିବା ଅନୁଭବ କରିଥିଲେ। ତେବେ ଠିକ୍‌ ସମୟରେ ଡାକ୍ତରୀ ପରାମର୍ଶ ନେବା ଓ ଚିକିତ୍ସା କରାଇବା ଦ୍ୱାରା ଏହାକୁ ଠିକ୍‌ କରାଯାଇପାରିବ। ତେଣୁ ଏଭଳି ମାମଲାରେ ଶୀଘ୍ର ଚିକିତ୍ସା ଗ୍ରହଣ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଷ୍ଟିର୍‌ଏଡ୍‌ ଓ ଆଣ୍ଟିି-ଭାଇରାଲ ଔଷଧଗୁଡିକର ସେବନ କିଛି ମାତ୍ରାରେ କିମ୍ବା ସମସ୍ତ ଶ୍ରବଣ କ୍ଷମତାକୁ ସୁରକ୍ଷିତ ରଖିବା ସହ ରୋଗର ପୂର୍ବ ଲକ୍ଷଣରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ। ଇଏନ୍‌ଟିଓଡି ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଖିଳ ମସୁରକର କହିଛନ୍ତି, ଶ୍ରବଣ ଶକ୍ତି ହରାଇବା ଲକ୍ଷଣକୁ କୋଭିଡ୍‌ ସମ୍ବନ୍ଧିତ ଜଟିଳତା ସହିତ କାହିଁକି ଯୋଡାଯାଉଛି ତାହାର ଅନେକ ଭିନ୍ନ ଭିନ୍ନ କାରଣ ରହିଥାଇପାରେ। ଶରୀରର ବିଭିନ୍ନ ଅଙ୍ଗରେ ଏସିଇ-୨ ଏଞ୍ଜାଇମ୍‌ ଦେଖିବାକୁ ମିଳିଥିଲା। ଏହା ସାର୍‌ସ-କୋଭ୍‌-୨ ଭାଇରସ୍‌ ପାଇଁ ଏକ ରିସେପ୍ଟର ଭୂମିକା ନିଭାଇଥାଏ। ଏହାଦ୍ୱାରା ଭାଇରସ୍‌ କୋଷିକାଗୁଡିକୁ ସଂକ୍ରମିତ କରିବା ପାଇଁ ସକ୍ଷମ କରିଥାଏ। ଏସିଇ-୨ ରିସେପ୍ଟର କାନର ମଝିରେ ଥିବା ଏପିଥେଲିଆଲ୍‌ କୋଷଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଠାରେ ସାର୍‌ସ-କୋଭ୍‌-୨ ଭାଇରସ୍‌ ସେମାନଙ୍କ ସହିତ ବାନ୍ଧି ହୋଇଥାଏ। ସମାନ ରୂପେ ଏକ ଭାଇରାଲ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଶରୀରର ରୋଗ ପ୍ରତିରକ୍ଷା ପ୍ରତିକ୍ରିୟା କାରଣରୁ ମଧ୍ୟ ଶ୍ରବଣ ଶକ୍ତି ହରାଇବା ସମ୍ଭାବନା ରହିଥାଏ। କୋଚଲିଆରେ ପ୍ରଦାହ ଓ କୋଷିକା ଚାପ ସୃଷ୍ଟି କରୁଥିବା ପ୍ରଦାହଜନକ ପ୍ରତିକ୍ରିୟା ଏବଂ ସଂକ୍ରମଣ କାରଣରୁ ସାଇଟୋକାଇନ୍‌ସର ବୃଦ୍ଧି ଯୋଗୁ ମଧ୍ୟ ଶ୍ରବଣ ଶକ୍ତି ହ୍ରାସ ହେବା ଆଶଙ୍କା ଅଧିକ ରହିଥାଏ ବୋଲି ମସୁରକର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?