କୋଟିଆ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧।୨: କୋରାପୁଟ ଜିଲା କୋଟିଆ ପରେ ଏବେ ରାୟଗଡ଼ା ଜିଲାରେ ଜବରଦଖଲ ଉଦ୍ୟମ କରୁଛି ଆନ୍ଧ୍ର ସରକାର। ଆପୋସ ସମାଧାନ ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ଆସି ନ ଥିଲେ। ଏହାପରେ ଓଡ଼ିଶା ଅଧିକାରୀମାନେ ଉକ୍ତ ରାସ୍ତା କାମକୁ ବନ୍ଦ କରିଥିଲେ। ରାୟଗଡ଼ା ଜିଲା ସଦର ବ୍ଲକ ଦୁର୍ଗାପାଦୁ ପଞ୍ଚାୟତର ଆନ୍ଧ୍ର ସୀମାନ୍ତ ଗାଁ ପାଲାମ ତୁଳସୀ। ଏହି ଗାଁ ନିକଟ ୫୦୦ ମିଟର ଜମି ଜବରଦଖଲ କରି ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଥିଲେ। ଖବରପାଇ ଓଡ଼ିଶା ସରକାରଙ୍କ ପକ୍ଷରୁ ତହସିଲଦାର ତାପସ ରାଉତ, ବ୍ଲକ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ, ଚାଷୀ ଏକତା ପରିଷଦ ସଦସ୍ୟମାନେ ସେଠାରେ ପହଞ୍ଚତ୍ ରାସ୍ତା କାମ ରୋକିଥିଲେ। ଜାନୁୟାରୀ ୩୧ରେ ସୀମା ଚିହ୍ନଟ କରାଯିବ। ଏଥିପାଇଁ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ରହିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ମଙ୍ଗଳବାର ଆନ୍ଧ୍ର ଅଧିକାରୀମାନେ ଆସି ନ ଥିଲେ। ଓଡ଼ିଶାର ଅଶ୍ୱିନ କୁମାର ପଣ୍ଡା, ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର ବିଜୟ ନାୟକ, ସନ୍ତୋଷ ଦୋରା, ରାଜସ୍ବ ସୁପରଭାଇଜର ପି. ମଲିକାର୍ଜୁନ, ସମ୍ପାଦକ ପ୍ରୀତମ କୁମାର, କୋଟେଶ୍ୱର ଗାଣ୍ଟା ପ୍ରମୁଖ ସେଠାରେ ପହଞ୍ଚତ୍ଥିଲେ। ଅଧିକାରୀମାନେ ଓଡ଼ିଶା ସୀମା ଚିହ୍ନି ସେଠାରେ ଖୁମ୍ବ ପୋତିଛନ୍ତି। ଏନେଇ ବିଡିଓ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ, ୧୦ ଦିନ ପୂର୍ବେ ଆନ୍ଧ୍ର ଅଧିକାରୀମାନେ ରାସ୍ତା ତିଆରି କରୁଥିଲେ। ଆମେ ଖବରପାଇ ସେଠାରେ ପହଞ୍ଚତ୍ଥିଲୁ। ୩୧ରେ ମାପ ପାଇଁ ସ୍ଥିର ହୋଇଥିଲା। କିନ୍ତୁ କେହି ଆସି ନ ଥିଲେ। ତେଣୁ ମ୍ୟାପ୍‌ ଦେଖି ଆମ ଜାଗା ଚିହ୍ନଟକରି ଆସିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri