Posted inଖେଳ

କୋଚ୍‌ ଆଚରେକରଙ୍କୁ ସଚିନ, କାମ୍ବଲିଙ୍କ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ,୧୭।୭(ପି.ଟି.)- ଗୁରୁପୂର୍ଣ୍ଣିମାର ଶୁଭ ତଥା ପବିତ୍ର ଦିବସ ଅବସରରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ପିଲା ଦିନର କୋଚ୍‌ ରମାକାନ୍ତ ଆଚରେକରଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ବିବେଚିତ ହେଉଥିବା ସଚିନ ଟୁଇଟ କରି ଆଚରେକରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଣେ ଶିଷ୍ୟକୁ ଅନ୍ଧକାରରୁ ଉଦ୍ଧାର କରି ଗୁରୁ ଅବହେଳାରୁ ରକ୍ଷା କରିଥାନ୍ତି। ଗୁରୁ ହିସାବରେ ଆଚରେକର ସାର୍‌ଙ୍କ ପାଇଁ ଜଣେ ସଫଳ କ୍ରିକେଟର ହୋଇପାରିଛି। ଏଥିପାଇଁ ତାଙ୍କ ନିକଟରେ କୃତଜ୍ଞ ବୋଲି ସଚିନ ଟୁଇଟ କରି ଉଲ୍ଲେଖ କରିଛନ୍ତି। ଆଚରେକର ଗତ ଜାନୁୟାରୀ ୨ ତାରିଖରେ ସେଣ୍ଟ୍ରାଲ ମୁମ୍ବାଇର ଶିବାଜୀ ପାର୍କସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଥିଲେ।
ସେହିପରି ୧୭ଟି ଟେଷ୍ଟ ଓ ୧୦୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା କାମ୍ବଲି ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଣେ ଭଲ କ୍ରିକେଟର ଓ ଭଲ ମଣିଷ ଭଳି ମୋତେ ଗଢିତୋଳିବାରେ ଆଚରେକର ସାର୍‌ଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ଆମେ ଆପଣଙ୍କୁ ସବୁଦିନ ମନେରଖିବୁ ବୋଲି କାମ୍ବଲି ଟୁଇଟ କରି ଜଣାଇଛନ୍ତି। ସଚିନ ଓ କାମ୍ବଲିଙ୍କୁ ବାଦ୍‌ ଦେଲେ ବଲବିନ୍ଦର ସିଂ ସାନ୍ଧୁ, ଚନ୍ଦ୍ରକାନ୍ତ ପଣ୍ଡିତ, ପ୍ରବୀନ ଆମ୍ରେ, ଅଜିତ୍‌ ଅଗରକର ଓ ରମେଶ ପାଓ୍ବାରଙ୍କ ଭଳି କ୍ରିକେଟର ମଧ୍ୟ ଆଚରେକରଙ୍କ ଶିଷ୍ୟ ଥିଲେ। ହିନ୍ଦୁଧର୍ମ ଅନୁଯାୟୀ ଗୁରୁପୂର୍ଣ୍ଣିମାରେ ଶିଷ୍ୟାମନେ ସେମାନଙ୍କ ଗୁରୁଙ୍କର ବନ୍ଦାପନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri