କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଏମାନେ ଏକ କପଡ଼ା କମ୍ପାନୀରେ ଦୁଇଦିନ ହେବ ଭୋକ ଉପାସରେ ପଡ଼ିରହି ବନ୍ଦୀ ଜୀବନ ବିତାଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଓଡ଼ିଶା ଫେରିବାକୁ ନ ଦେଇ ମାଗଣା କାମ କରାଇବା ସହ ଧମକ ଦେଉଛନ୍ତି। ସବୁବେଳେ ଜଗି ରହୁଥିବାରୁ ସେମାନେ ଲୁଚିଛପି ମୋବାଇଲ୍‌ ଫୋନ୍‌ରେ ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି।
ମିିଳିଥିବା ସୂଚନାନୁସାରେ, କେରଳର ଏର୍ନାକୁଲମ୍‌ ଜିଲା ଅନ୍ତର୍ଗତ କିଝାକ୍କାମ୍ବଲମ୍‌ ଆଲ୍‌ଓ୍ବେସ୍ଥିତ କିଟେକ୍ସ ଗାର୍ମେଣ୍ଟ୍ସ କମ୍ପାନୀରେ କେନ୍ଦ୍ରାପଡ଼ା ଜିଲାର ଶହଶହ ମହିଳା ଓ ଯୁବତୀ ଟେଲରିଂ କାର୍ଯ୍ୟ କରନ୍ତି। ଅଧିକାଂଶ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର। ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତର ହଂସୁଆଗୁଳା, ନେଥୁରିଆ, ଜଗନ୍ନାଥପୁର, ବଳରାମପୁର, ଚକମନପୁର, କୁରୁଣ୍ଟି ପଞ୍ଚାୟତର ବାଘୁଆ, ସାତଭାୟା ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଚନ୍ଦନଗର ଆଦି ଅଞ୍ଚଳର କେତେଜଣ ଯୁବତୀ ଫୋନ୍‌ ଯୋଗେ ଜଣାଇନ୍ତି ଯେ, କମ୍ପାନୀର ଗେଟ୍‌ ବନ୍ଦ କରାଯାଇ ଭିତରେ ସେମାନଙ୍କୁ ଟେଲରିଂ ସହ ଘର ଧୋଇବା, ପୋଛିବା ଆଦି ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଠିକ୍‌ ଭାବେ ଖାଇବାକୁ ଦିଆଯାଉନି କି ପାରିଶ୍ରମିକ ବି ମିଳୁନି। ପାଖରେ ପଇସା ନାହିଁ। ଏବେ ମାସକୁ ୧ହଜାର ଟଙ୍କାରେ କାମ କରିବାକୁ ମାଧ୍ୟ କରାଯାଉଛି। କେରଳରୁ ଟ୍ରେନ୍‌ ଓ ବସ୍‌ରେ ପ୍ରବାସୀ ଓଡ଼ିଆ ଆସୁଥିବା ଶୁଣିବା ପରେ ସେମାନେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ୟୁନିଟ୍‌ ହେଡ୍‌ଙ୍କୁ କହିଲେ କିଛି ଶୁଣୁନାହାନ୍ତି। ଏଠାରୁ ଯାଇପାରିବ ନାହିଁ ବୋଲି କହି ନାନା ଧମକ ଦେଉଛନ୍ତି। ପୋଲିସ ଲଗାଇ ଚାପ ପକାଉଛନ୍ତି। ଭୟ ଓ ଆଶଙ୍କା ମଧ୍ୟରେ ସେମାନେ ଦୁଇଦିନ ହେବ କିଛି ଖାଇନାହାନ୍ତି। ଏଥିସହ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଓଡ଼ିଶା ଚାଲିଯିବାକୁ ଇଚ୍ଛା ହେଉଛି, ଗାଁ ଓ ପରିବାର ଲୋକଙ୍କୁ ଦେଖିବାକୁ ଚାହୁଁଛୁ। କିନ୍ତୁ ଏଠାରେ ଆମକୁ ଓଡ଼ିଶା ଫେରିବାକୁ ଦିଆଯାଉନି। ତୁରନ୍ତ ନେଇଯିବାକୁ ପରିବାର ଲୋକଙ୍କୁ କାନ୍ଦି କାନ୍ଦି କହୁଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି।
ତେବେ ଏ ସମ୍ପର୍କରେ କଣ୍ଡିରା ପଞ୍ଚାୟତ ସରପଞ୍ଚ ଦୀପ୍ତିମୟୀ ବେହେରା ରାଜନଗର ବିଡିଓଙ୍କୁ ଜଣାଇଥିବା କହିଛନ୍ତି। ସେହିଭଳି ଫସି ରହିଥିବା କେତେଜଣ ଯୁବତୀ କେରଳ ଦାୟିତ୍ୱରେ ଥିବା ଓଡ଼ିଶା ସରକାରଙ୍କ ନୋଡାଲ ଅଧିକାରୀଙ୍କ ଫୋନ୍‌ ନଂ.୦୬୭୪୨୩୯୫୫୩୨ରେ ଜଣାଇଥିଲେ। କଲ୍‌ ରିସିଭ୍‌ର ଜଣକ ସେଠାକାର ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିବାକୁ କହି ଫୋନ୍‌ ରଖିଦେଇଥିଲେ। ଏପଟେ ନଜରବନ୍ଦୀରେ ରହିଥିବାରୁ ଓ ମହିଳା ହୋଇଥିବାରୁ ସେଠାକାର ପ୍ରଶାସନକୁ ଜଣାଇବା ସମ୍ଭବ ହୋଇପାରିନି। ଏପରିସ୍ଥଳେ ଜୀବନଜୀବିକା ପାଇଁ କେରଳ ଯାଇଥିବା ସମ୍ପୃକ୍ତା ମହିଳା ଓ ଯୁବତୀଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏନେଇ ଜିଲା ପ୍ରଶାସନର ନଜରକୁ ଆସିନି। ଅଭିଯୋଗ ପହଞ୍ଚତ୍ଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri