Posted inଖେଳ

କେବୁଲ କାର୍‌ରୁ ଡେଇଁଲେ ଦୁଇ ଭାରତୀୟ ଫୁଟବଲର

ପଣଜୀ,୨୮।୭- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦୁଇ ସଦସ୍ୟ ଗୁରୁତର ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ତୁର୍କି ଗସ୍ତରେ ଥିବା ଭାରତୀୟ ଦଳ ଶନିବାର ସ୍ଥାନୀୟ କ୍ଲବ ସହ ଏକ ମ୍ୟାଚ୍‌ ଖେଳିବା ପରେ କୋଚ୍‌ ଫ୍ଲଏଡ ପିଣ୍ଟୋ ଖେଳାଳିଙ୍କୁ ଗୋଟିଏ ଦିନ ପାଇଁ ବିଶ୍ରାମ ଦେଇଥିଲେ। ଯୁବ ଖେଳାଳିମାନେ ହୋଟେଲ ନିକଟରେ ଥିବା ପାର୍କରେ ସମୟ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ଦଳୀୟ ସୂତ୍ରରୁ ଜଣାପଡ଼ିଛି, ଦୁଇ ଖେଳାଳିଙ୍କୁ ନେଇ ଯାଉଥିବା କେବୁଲ କାର୍‌ ମଝିରେ ଅଟକି ଯାଇଥିଲା। ଏଥିଯୋଗୁ ସେମାନେ ଭୟଭୀତ ହୋଇ ଡେଇଁଥିଲେ। ଏ ନେଇ ଦଳର ଫିଜିଓଥେରାପିଷ୍ଟ ଏଆଇଏଫ୍‌ଏଫ୍‌ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ଖେଳାଳି ଆହତ ହୋଇଛନ୍ତି, ହେଲେ କୌଣସି ଚିନ୍ତାଜନକ ବିଷୟ ନୁହେଁ। ଯୁବ ଭାରତୀୟ ଦଳ ଏବେ ୧୯ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ ପାଇଁ ତୁର୍କିରେ ପ୍ରସ୍ତୁତ ହେଉଛି। ଭାରତ ଏ ପର୍ଯ୍ୟନ୍ତ ତୁର୍କିରେ ଦୁଇଟି ମ୍ୟାଚ୍‌ ଖେଳିଛି। ପ୍ରଥମ ମ୍ୟାଚ୍‌ରେ ଓମାନଠାରୁ ୨-୧ର ପରାଜୟ ବରଣ କରିଛିି। ପରବର୍ତ୍ତୀ ମ୍ୟାଚ୍‌ରେ ଶକ୍ତିଶାଳୀ ଜୋର୍ଡାନକୁ ଭେଟିବାର ଅଛି। ହେଲେ ପ୍ରବଳ ବର୍ଷା ଯୋଗୁ ଅଭ୍ୟାସ ହୋଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri