କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ମାମଲା

କଟକ ଅଫିସ, ୯।୭: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନିର୍ବାଚନମଣ୍ଡଳୀର ସହିରୁଲ ହକ୍‌ ନାମକ ଜଣେ ଭୋଟର ଏହି ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ହକ୍‌ ପିଟିଶନରେ ଦର୍ଶାଇଛନ୍ତି, ଷଡ଼ଙ୍ଗୀ ନିର୍ବାଚନୀ ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ତାଙ୍କ ନାମରେ ଥିବା ଫୌଜଦାରି ମାମଲାଗୁଡ଼ିକ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନ ଥିବାବେଳେ ସମ୍ପତ୍ତି ତାଲିକା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦେଇଛନ୍ତି। ତେଣୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରାଯିବା ସହିତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜୟୀ ଘୋଷଣା କରିବାକୁ ହକ୍‌ କୋର୍ଟରେ ନିବେଦନ କରିଛନ୍ତି। ସେହିପରି ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ବିରୋଧରେ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ପରାଜିତ ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀ ରାୟ ପିଟିସନରେ ଦର୍ଶାଇଛନ୍ତି, ବିଧାୟକ ନାୟକ ତାଙ୍କ ନାମାଙ୍କନପତ୍ରରେ ଅଫିସ ଅଫ ପ୍ରଫିଟ୍‌ ଉଲ୍ଲେଖ କରିଥିଲେ ମଧ୍ୟ ରିଟର୍ନିଂ ଅଫିସର ନାମାଙ୍କନ ପତ୍ରକୁ ନାକଚ କରିବା ବଦଳରେ ଗ୍ରହଣ କରିଛନ୍ତି। ସେହିପରି ବିଧାୟକ ନିଜର ଖର୍ଚ୍ଚ ତାଲିକାର ସବିଶେଷ ତଥ୍ୟ ଦାଖଲ କରି ନ ଥିବାବେଳେ ଯେଉଁ ୪ ସେଟ୍‌ ନାମାଙ୍କନପତ୍ର ଦାଖଲ କରିଛନ୍ତି ସେଥିରୁ ୩ଟିରେ ସତ୍ୟପାଠ ନାହିଁ। ଏହାବାଦ ବିଧାୟକ ନିଜ ବିରୋଧରେ ଥିବା ଫୌଜଦାରି ମାମଲା ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହାନ୍ତି। ତେଣୁ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନକାରୀ ପିଟିଶନରେ ନିବେଦନ କରିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରାଜିତ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ। ଜେନା ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀଙ୍କ ବିରୋଧରେ କୌଣସି ଫୌଜଦାରି ମାମଲା ରହିଥାଏ ତେବେ ସେ ଏଗୁଡ଼ିକୁ ଗଣମାଧ୍ୟମରେ ତିନି ଥର ପ୍ରଚାର ଆଉ ପ୍ରସାର କରିବା କଥା। କିନ୍ତୁ ବିଧାୟକ ଜେନା ତାହା କରିନାହାନ୍ତି। ନିହାର ରାୟ ଓ ସହିରୁଲ ହକ୍‌ଙ୍କ ପକ୍ଷରୁ ଆଡଭୋକେଟ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିବା ବେଳେ ନନ୍ଦିନୀ ଦେବୀଙ୍କ ପକ୍ଷରୁ ଆଡଭୋକେଟ ଅସିମ ଅମିତାଭ ଦାସ ଓ ସୁକାନ୍ତ ଦଳେଇ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri