ଜୟପୁର,୧୨।୨(ନି.ପ୍ର.) – କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲ୍ଲାକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭି.କେ. ସିଂ ଓ ବିଜେଡି ଏମ୍ପିଙ୍କ ସହ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଅବସରରେ ଅନ୍ୟମାନେ ରାଜ୍ୟର ବିକାଶ କଥା ଉଠାଇଥିବା ବେଳେ ସପ୍ତଗିରି ନିଜ ସଂସଦୀୟ କ୍ଷେତ୍ରର ଦାବି କଥା ଜଣାଇଥିଲେ। ଗତ ଡିସେମ୍ବରରେ ସେ ଉକ୍ତ ଦାବି ସମ୍ପର୍କିତ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ ମଧ୍ୟ ଏଯାବତ୍ କିଛି ପଦକ୍ଷେପ ହୋଇ ନ ଥିବା ସେ ସାକ୍ଷାତ ଆଲୋଚନା ବେଳେ କହିଥିଲେ। ନିଜ ସଂସଦୀୟ କ୍ଷେତ୍ରରେ ଯୋଗାଯୋଗ ତଥା ଜାତୀୟ ରାଜପଥର ବିକାଶ ପାଇଁ ସେ ଦାବି ଜଣାଇଥିଲେ। ୨୬ ଓ ୩୨୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି ା ୨୬ ନଂ ଏନ୍ଏଚ୍ ବୋରିଗୁମ୍ମା, ଜୟପୁର, କୋରାପୁଟ, ପଟ୍ଟାଙ୍ଗି ଓ ସୁଙ୍କି ଦେଇ ଯାଇଥିବା ବେଳେ ପ୍ରାୟ ୧୫୦ କିମି ରାସ୍ତାରେ ଖାଲଖମା ଯୋଗୁ ନିତିଦିନ ଦୁର୍ଘଟଣା ଘଟୁଛି। ସେହିପରି ଜାତୀୟ ରାଜପଥ ୩୨୬ ଦୀର୍ଘ ୯ ବର୍ଷ ହେବ ନିର୍ମାଣ ଚାଲିଛି ା ରାୟଗଡ଼ା- ଆସିକା ଭାୟା ଗୁମୁଡ଼ା- ଅଡବା- ମୋହନା ଦେଇ ଏହା ଯାଇଛି। କିନ୍ତୁ ମୁକୁନ୍ଦପୁର ଅଞ୍ଚଳରେ କାମ ଧିମେଇଛି। ଏହି ଦୁଇଟି ରାଜପଥକୁ ୪ ଲାଇନ କଲେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସେ ପ୍ରସ୍ତାବ ରଖିଛନ୍ତି। ସେହିପରି ରାଜପଥର ରାୟଗଡ଼ା, କୋରାପୁଟ, ଜୟପୁର, କାକିରିଗୁମ୍ମା ବାଇପାସ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। କୋରାପୁଟ ଜିଲା ଲମତାପୁଟ ବ୍ଲକର ୬ଟି ପଞ୍ଚାୟତ କୋଲାବ ଜଳଭଣ୍ଡାର ଯୋଗୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ତେଣୁ କେନ୍ଦ୍ର ସରକାର ସିନ୍ଧିପୁଟରେ ୧୨ ଶହ ମିଟର ଜଳଭଣ୍ଡାର ଉପରେ ପୋଲ ନିର୍ମାଣ କରିବା ପାଇଁ ସପ୍ତଗିରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Posted inଆମ ଜିଲା ଖବର, କୋରାପୁଟ View All
ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି
କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…
ନିଟ୍ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ
ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…
ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ
ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…
ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ…
ପୁରୀ,୨୧ା୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…
କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…
ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ
ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…
ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ
ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…
ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା
ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…
Archives

