କେନ୍ଦୁଝର ପୁରୁଣା ସହରରେ ଦୁର୍ଗାପୂଜା ପ୍ରସ୍ତୁତି: ‘ଲାଲ’ରୁ ଏବେ ହଳଦୀ ବର୍ଣ୍ଣା

କେନ୍ଦୁଝର, ୨୯ା୯- ରାଜାରାଜୁଡା ଅମଳରେ କେନ୍ଦୁଝର ପୁରୁଣା ସହରସ୍ଥିତ ରାଜ ଉଆଁସରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ୧୯୫୧ ମସିହାରୁ ଏହା ସାର୍ବଜନୀନ ପୂଜାର ରୂପ ନେଇଛି। ରାଜ ଉଆଁସ ପରିବର୍ତ୍ତେ ପୁରୁଣା ବଜାର ପରିସରରେ ପୂଜା ହେଉଛି। ୧୯୯୩-୯୪ରୁ ସ୍ଥାନୀୟ ଭକ୍ତଙ୍କ ଉଦ୍ୟମ କ୍ରମେ ସାର୍ବଜନୀନ ଶ୍ରୀ ଦୁର୍ଗାତ୍ସୋବ କଲଚୁରାଲ କମିଟି ଗଢାଯାଇ ପ୍ରତିବର୍ଷ ପାରମ୍ପରିକ ରୀତିରେ ପୂଜା ହୋଇ ଆସୁଛି। ଏଥର ଦୁର୍ଗାପୂଗାକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପ୍ରକାରର ଲୋକନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କମିଟଇ ପକ୍ଷରୁ କୁହାଯାଇଛି।
ଏକ ପୁରାତନ ପୂଜା ଅନୁଷ୍ଠାନ ଭାବେ ମାନ୍ୟତା ପାଇଥିବା ଏହି ଦୁର୍ଗାପୂଜାର ଏକଦା ଆୟୋଜନର ମୁଖ୍ୟ ପୁରୋଧା ଥିଲେ ବରିଷ୍ଠ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତୀ ଓ ଅନ୍ୟ ମାନେ ା ବର୍ତ୍ତମାନ କମିଟିରେ ସଂଗ୍ରାମ ଦାସ ସଭାପତି ଓ ଜିତେନ୍ଦ୍ର କୁମାର ସାହୁ ସମ୍ପାଦକ ରହିଛନ୍ତି।
ରାଜଉଆସ ମଧ୍ୟରେ ହେଉଥିବା ଦୁର୍ଗାପୂଜାରେ ତନ୍ତ୍ର ସାଧନ ଦ୍ୱାରା ପୂଜାର୍ଚ୍ଚନା କରାଯାଉଥିଲା ବୋଲି କୁହାଯାଏ । ଗଡର ଅଧିଷ୍ଠାତ୍ରୀ ଦଣ୍ଡଦେବୀଙ୍କ ପ୍ରଭାବରୁ ଏଭଳି ପୂଜା କରାଯାଥିଲା। ମା’ ଦୁର୍ଗାଙ୍କ ମୁହଁର ବର୍ଣ୍ଣ ଲାଲ ଥିଲା। ତେବେ ପରବର୍ତ୍ତୀ ସମୟରେ ରାଜପରିବାର ଓ ଠାକୁରଙ୍କ ଆଜ୍ଞା ନେଇ ଉଅଁାସ ବାହାରେ ପୁରୁଣା ସହରରେ ପୂଜା କରାଯାଇଆସୁଛି । ଏବେ ଦୁର୍ଗାଙ୍କ ମୁଖର ରଙ୍ଗ ଲାଲ ପରିବର୍ତ୍ତେ ହଳଦୀ ବର୍ଣ୍ଣା ହୋଇଥିବା କମିଟିର ବରିଷ୍ଠ ସଦସ୍ୟ ଗଦାଧର ପୃଷ୍ଟି କହିଛନ୍ତି।
ଦୀର୍ଘ ୨୫ ବର୍ଷ ଧରି ଶିଳ୍ପୀ ସ୍ବର୍ଗତ ବାବାଜୀ ଚରଣ ମହାରଣା ଏଠାରେ ମୂର୍ତ୍ତି ଗଢିଆସୁଥିଲେ ା ତାଙ୍କ ପରେ ଶିଳ୍ପୀ ମାଗୁଣୀ ଚରଣ କୁଅଁର ଏବଂ ଏବେ ପ୍ରାୟ ୭ବର୍ଷ ହେଲା ଶିଳ୍ପୀ ଗଦାଧର ପୃଷ୍ଟି ମୂର୍ତ୍ତିଗଢା କାମ କରୁଛନ୍ତି। ଆସନ୍ତା ୪ ତାରିଖରେ ଷଷ୍ଠୀ ପୂଜାଠାରୁ ପୂଜାମଣ୍ଡପରେ ଗହଳ ଚହଲ ବୃଦ୍ଧି ପାଇବ । ୮ ତାରିଖରେ ଦଶମୀ ପୂଜା ସମ୍ପନ୍ନ ହେବା ପରେ ୯ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ତେବେ ଏଥର ଭସାଣୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ମୋଟ ବ୍ୟୟ ଅଟକଳ ପୟାୟ ସାଢେ ୫ ଲକ୍ଷ ରହିଥବବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri