Posted inଖେଳ

କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ

ନାଇରୋବି, ୧୮ା୭ (ଏଏଫ୍‌ପି)-କେନିଆର ମାରାଥନ ଧାବିକା ସାଲୋମ୍‌ ବିଓଟ ୮ବର୍ଷ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜୁନ୍‌ରେ ସାଓପଲୋ ଇଣ୍ଟରନ୍ୟାଶନାଲ ମାରାଥନରେ ଭାଗନେବା ସମୟରେ ଏହି ୩୬ ବର୍ଷୀୟା ଧାବିକାଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଆନାବୋଲିକ୍‌ ଷ୍ଟେରଏଡ୍‌ର ମାତ୍ରା ଦେଖିବାକୁ ମିଳିଥିଲା। ପୂର୍ବରୁ ୨୦୧୨ରେ ନାଇରୋବି ମାରାଥନ ଜିତିବା ପରେ ବିଓଟ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ସାମ୍ପଲରୁ ସମାନ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା। ଏଥିପାଇଁ ତାଙ୍କୁ ଦୁଇବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ହୋଇଥିଲା। ବିଓଟ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ ହମବର୍ଗ ମାରାଥନରେ କରିଥିଲେ। ତାଙ୍କର ଟାଇମିଂ ୨ଘଣ୍ଟା ୩୦ ମିନିଟ୍‌ ଓ ୪୭ ସେକେଣ୍ଡ ରହିଥିଲା। ଡୋପିଙ୍ଗ ପାଇଁ ଲମ୍ବା ସମୟ ବାସନ୍ଦ ହେବାରେ ବିଓଟ ହେଉଛନ୍ତି କେନିଆର ତୃତୀୟ ଆଥଲେଟ୍‌। ଅନ୍ୟ ଦୁଇଜଣ ହେଲେ ରିଓ ଅଲିମ୍ପିକ ଚାମ୍ପିୟନ ଜେମିମା ସମ୍‌ଗଙ୍ଗ୍‌ ଏବଂ ଲିଲିଆନ୍‌ ମୋରା ମାରିଟା। ସୂଚନାଯୋଗ୍ୟ, ବିଓଟଙ୍କୁ ମିଶାଇ ଏଆଇୟୁ ଚଳିତ ବର୍ଷ ଡୋପ୍‌ ଅପରାଧ ପାଇଁ କେନିଆର ୧୦ ଏଲିଟ୍‌ ଆଥଲେଟଙ୍କୁ ସସ୍‌ପେଣ୍ଡ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri