କେଏଟିଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ: କଲେଜ ସମସ୍ୟା ସମାଧାନକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୮-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍‌) ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ା ନୂତନ ସଭାପତି ରାଜେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଗୁରୁତ୍ୱାରୋପ କରାଯାଇଥିଲା ା ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ ଖୁଣ୍ଟିଆ ଯୋଗଦେଇ ଗତ ୧୪ତାରିଖରେ ନୂତନ ଭାବେ ଗଠିତ ଛାତ୍ର ସଂସଦର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କଲେଜ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଂସଦ ଉପସଭାପତି ଶାଶ୍ୱତ ମାଧିୟା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ପାଲ, ସହକାରୀ ସାଧାରଣ ସମ୍ପାଦକ ଶ୍ୟାମ ଶିଭମ୍‌ ମିଶ୍ର, ସାଂସ୍କୃତିକ ସମ୍ପାଦକ ତୀର୍ଯ୍ୟକ ତନ୍ମୟ ମିଶ୍ର, ସହକାରୀ ସାଂସ୍କୃତିକ ସମ୍ପାଦକ ଚନ୍ଦନ କୁମାର ପଲାଇ, ମାଗାଜିନ ସମ୍ପାଦକ ନିରଞ୍ଜନ ସାହୁ, ସହକାରୀ ମାଗାଜିନ ସମ୍ପାଦକ ଆଶୀର୍ବାଦ ମୁନି, ନାଟ୍ୟ ସମ୍ପାଦକ ଗିରିଜା ଶଙ୍କର ଆଚାର୍ଯ୍ୟ, ସହକାରୀ ନାଟ୍ୟ ସମ୍ପାଦକ ଜାହ୍ନବୀ ସାହୁ, କ୍ରୀଡା ସମ୍ପାଦକ ଦେବାଶିଷ ଶତପଥୀ, ସହକାରୀ କ୍ରୀଡା ସମ୍ପାଦକ ଆକାଶ ପାତ୍ର, ଏସ୍‌ଏସ୍‌ଜି ସମ୍ପାଦକ ଦେବସ୍ମିତା ଦାଶ, କ୍ଲାସ ରିପ୍ରେଜେଣ୍ଟେଟିଭ ଅବିନାଶ କର, ବିଜୟ କୁମାର ପାତ୍ର, ପ୍ରତୀକ ନନ୍ଦ, ମୋନାଲୀ ପ୍ରାଚୀପ୍ରଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ ା ଛାତ୍ର ସଂସଦ ଉପଦେଷ୍ଟା ଡା. ବିମଳ କୁମାର ପଣ୍ଡାଙ୍କ ସମେତ ଡା. ସୁଷମା ମିଶ୍ର, ଡା. ଶିବ ପ୍ରସାଦ ରାଉତ, ଡା. ବଳରାମ ପ୍ରଧାନ, ଡା. ଅନନ୍ତ ସାଗର ଦାଶ, ଡା. ସୌଭାଗ୍ୟ ରଞ୍ଜନ ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri