Posted inଫୁରସତ

କେଉଁଠି କରିବେନି ଠାକୁରଘର

୧.ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ। ଘରେ ଅଯଥା କଳହ ଲାଗି ରହିବ। ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବ। ଧନହାନି ବି ହୋଇପାରେ।

୨. ବେସ୍‌ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ ନୁହେଁ। ଏଭଳି କଲେ ପୂଜାର ଫଳ ମିଳି ନ ଥାଏ। ସମସ୍ୟା ଉପରେ ସମସ୍ୟା ଆସିଥାଏ।

୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷକୁ କେବେ ବି ପୂଜାଘର କରିବା ଠିକ୍‌ ନୁହେଁ। ଯଦି ଅନ୍ୟ କୌଣସି ଉପାୟ ନ ଥାଏ, ତେବେ ପୂଜାଘର ଚାରିପଟେ ପରଦା ଲଗାଇଦେବେ। ଏହାବାଦ୍‌ ଶୟନକକ୍ଷର ଉତ୍ତର-ପୂର୍ବ ଦିଗରେ ହିଁ ପୂଜାଘର କରିବେ। ପୂଜାଘରର ରଙ୍ଗ ଧଳା ଓ କ୍ରିମ କଲେ ଭଲ।

୪. ଘରେ ମନ୍ଦିରର ସ୍ଥାନ ଯେମିତି ମହତ୍ତ୍ୱପୂର୍ଣ୍ଣ, ତା’ ମଧ୍ୟସ୍ଥ ମୂର୍ତ୍ତିର ମହତ୍ତ୍ୱ ବି ବେଶ୍‌ ରହିଛି। ମୂର୍ତ୍ତିର ଆକାର ୮ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ। ଏଭଳି ନ ହେଲେ ଘରର ମୁଖିଆଙ୍କୁ ସନ୍ତାନଙ୍କଠାରୁ କଷ୍ଟ ମିଳିବା ଯୋଗ ବନିଯାଏ।

୫. ଧ୍ୟାନ ଦେବା ଜରୁରୀ ଯେ, ଭଗବାନ୍‌ଙ୍କ ଫଟୋ ହେଉ କି ମୂର୍ତ୍ତି, ତାକୁ କେବେବି ଘରର ନୈଋତ କୋଣରେ ରଖିବେ ନାହିଁ। ଏଭଳି କଲେ ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଆସିଥାଏ।

୬. ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରେ କେବେବି ଶ୍ରୀଗଣେଶ ଓ ଭଗବତୀ ଦେବୀଙ୍କର ତିନୋଟି ପ୍ରତିମା ରଖିବେ ନାହିଁ। ଏହାବାଦ୍‌ ୨ଟି ଶଙ୍ଖ, ୨ଟି ସୂର୍ଯ୍ୟଦେବଙ୍କ ପ୍ରତିମା ଓ ଦୁଇଟି ଶାଳଗ୍ରାମ ବି ରଖିବେ ନାହିଁ। ନଚେତ ମନ ସବୁବେଳେ ବିଚଳିତ ରହିବ। ଧନହାନି ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?