କୃତ୍ରିମ ହ୍ରଦ ପାଲଟିଛି ଚୋରଦା କାଳୀ ମେଲଣ ପଡିଆ

ଯାଜପୁର ରୋଡ,୩୦-୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡରେ ଥିବା କାଳୀ ମେଲଣ ପଡ଼ିଆ ଶୋଚନୀୟ ହୋଇପଡିଛି। ଏହା ସହରର ମୁଖ୍ୟ ପଡିଆ ହୋଇଥିବାରୁ କାଳି ମେଲଣ ଯାତ୍ରା ସହ ଧର୍ମସଭା, ନାମଯଜ୍ଞ ଏବଂ ସଭା-ସମିତି ଆୟୋଜିତ ହୋଇଥାଏ। ହେଲେ ପଡିଆର ରକ୍ଷଣାବେକ୍ଷଣ ପ୍ରତି ପୌର ପରିଷଦ ଓ ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନାହିଁ। ଚୋରଦା ବାଇପାସ୍‌ଠାରୁ କହ୍ନେଇପୁର ପର୍ଯ୍ୟନ୍ତ ରାସ୍ତାକଡ଼ରେ ରହିଥିବା ପୂର୍ତ୍ତ ବିଭାଗ ଅଧୀନ ଡ୍ରେନ୍‌ଟି ଅସମ୍ପୂର୍ଣ୍ଣ ହୋଇପଡିଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିଥିଲେ ମଧ୍ୟ ଡ୍ରେନ୍‌ ଉପରେ ଗୁରୁତ୍ୱ ଦେଉନାହିଁ। ପୌରପରିଷଦ ସହରବାସୀଙ୍କ ସୁବିଧା ପାଇଁ ପୌରପାଣ୍ଠିରୁ କିଛି ଅଂଶ ଡ୍ରେନ୍‌ କରିଥିଲା। ହେଲେ ପୂର୍ତ୍ତ ବିଭାଗ ଅଧୀନରେ ଡ୍ରେନ୍‌ ଟି ଥିବାରୁ ପୌରପାଣ୍ଠି ବିନିଯୋଗ ନ ହୋଇ ପାରିବାରୁ ଚୋରଦା ଛକ ଠାରୁ କହ୍ନେଇପୁର ଅଞ୍ଚଳର ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଅସମ୍ପୂର୍ଣ୍ଣ ହୋଇପଡିଛି। ଏବେ ବର୍ଷା ଦିନ ହୋଇଥିବାରୁ ପଡିଆରେ କହ୍ନେଇପୁର ଅଞ୍ଚଳର ସମସ୍ତ ଡ୍ରେନ୍‌ ପାଣି ଓ ବର୍ଷା ଜଳ ପଡିଆରେ ପଶି କୃତ୍ରିମ ହ୍ରଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ସାମାଜିକ କର୍ମୀ ପବିତ୍ର ମହାନ୍ତି କହନ୍ତି, ପଡିଆଟି ଚୋରଦା ଗ୍ରାମର ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁ ରହିଛି। ପଡିଆର ଉନ୍ନତି ପାଇଁ ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହଁି। ବର୍ଷା ପାଣିରେ ପଡିଆର ମାଟି ଧୋଇ ହୋଇଯାଉଛି। ନର୍ଦ୍ଦମା ପାଣି ପଡିଆର ପରିବେଶକୁ ନଷ୍ଟ କରୁଛି। ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ବାବଦରେ ପୌରପରିଷଦର କନିଷ୍ଠଯନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ପଚାରିବାରୁ, ଡ୍ରେନ୍‌ ଓ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ତ୍ତ ବିଭାଗ ଡ୍ରେନ୍‌ ନିର୍ମାଣ କରିବା କାର୍ଯ୍ୟ। ତେଣୁ ପୌରପରିଷଦ ପକ୍ଷରୁ ଏ ସମ୍ପର୍କରେ ପୂର୍ତ୍ତ ବିଭାଗରକୁ ଚିଠି ମାଧ୍ୟମରେ ଜଣାଯାଇଛି ବୋଲି କହିଛନ୍ତି। ପୂର୍ତ୍ତ ବିଭାଗର ଏସ୍‌ଡିଓ ମନୋଜ ମହାପାତ୍ରଙ୍କୁ ପଚାରିବାରୁ, ଡ୍ରେନ୍‌ ଓ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ପଡିଆରେ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଏକ ଅସ୍ଥାୟୀ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri