କୃତ୍ରିମ ବନ୍ୟା ପାଇଁ ସରକାରକୁ ଦାୟୀ କଲା ଭାଜପା

ବ୍ରହ୍ମପୁର ଅଫିସ,୨୩ା୮- ବର୍ଷା ବିତ୍ପାତର ୩ ଦିନ ବିତିବା ପରେ ବି ରେଶମ ନଗରୀ ବ୍ରହ୍ମପୁରର ବିଗିଡ଼ି ଯାଇଥିବା ସ୍ଥିତି ଅପରିବର୍ତ୍ତିତ ରହିଛି। ସବୁ ରାସ୍ତା ଓ ସାହିବସ୍ତିରେ ଲହଡ଼ି ମାରିଥିବା ନର୍ଦ୍ଦମା ପାଣି ଦୁର୍ଗନ୍ଧ ଗୁରୁବାର ଅବ୍ୟାହତ ଥିବାରୁ ଚଳପ୍ରଚଳରେ ଲୋକଙ୍କ ନାକ ଫାଟୁଛି। ଗତ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଦେଢ଼ ଘଣ୍ଟା ବର୍ଷାରେ ମହାନଗର ଅବସ୍ଥା ସଙ୍ଗିନ ପାଇଁ ରାଜ୍ୟ ସରକାରଙ୍କୁ ଗଞ୍ଜାମ ଜିଲା ଭାଜପା ସମ୍ପୂର୍ଣ୍ଣ ଦାୟୀ କରିଛି। ନିର୍ବାଚିତ ନିଗମ ପରିଷଦର ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି। ୨୦୧୮ ଅକ୍ଟୋବର ଆରମ୍ଭରୁ ପରିଚାଳନା ଭାର ସରକାରଙ୍କ ହାତକୁ ଯାଇଛି। ଜିଲାପାଳ ବିଏମ୍‌ସି (ମହାନଗର ନିଗମ) ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତେଣୁ ଘଟିଥିବା ଶୋଚନୀୟ ଅବସ୍ଥା ପାଇଁ ସରକାରୀ କଳ ଅପାରଗତାର ନଗ୍ନ ଚିତ୍ର ପଦାକୁ ଆସିଥିବା ଅଭିଯୋଗ କରାଯାଇଛି। ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତି ଗୁରୁବାର ଆହୁରି କହିଛନ୍ତି, ଅକ୍ଟୋବର ପର୍ଯ୍ୟନ୍ତ ମୌସୁମୀ ଅବ୍ୟାହତ ରହିବ ଏବଂ ବିଭିନ୍ନ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଋତୁ ପୂର୍ବରୁ ଡ୍ରେନ୍‌ଗୁଡ଼ିକରୁ ମାଟି ବାହାର କରି ପୁନରୁଦ୍ଧାର କରାଯିବାର ନିୟମକୁ ବିଏମ୍‌ସି ଅଣଦେଖା କରିଛି। ପଲିଥିନ୍‌ ଓ ନାନା ଆବର୍ଜନାରେ ନର୍ଦ୍ଦମା ଗୁଡ଼ିକ ପୋତି ହୋଇଥିବାରୁ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଅବସ୍ଥା ଅସମ୍ଭାଳ ହୋଇଯାଉଛି। ବୁଧ ଓ ଗୁରୁବାରରେ ମଧ୍ୟ ଅଳ୍ପ ବହୁତ ବର୍ଷା ହେବାରୁ ନାକ ଫଟା ଦୁର୍ଗନ୍ଧ ବଢ଼ି ଚାଲିଛି। ମହାନଗରର ୪୦ ୱାର୍ଡରୁ ୩୭ ୱାର୍ଡ ସଫେଇ କାର୍ଯ୍ୟର ଘରୋଇକରଣ କରାଯାଇ ଶାସକ ଦଳ ସମର୍ଥକଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି। ତଥାପି ଅବସ୍ଥାରେ ସୁଧାର ଆସୁ ନ ଥିବାରୁ ସ୍ଥିତି ଉଦ୍‌ବେଗଜନକ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଭାଜପା ଦାବି କରିଛି। ପତିଙ୍କ ସୂଚନାନୁସାରେ, ୧୫ ବର୍ଷ ହେବ ବ୍ରହ୍ମପୁରରେ ନାଳ ପାଣି ରାସ୍ତାରେ ଭାସୁଛି। ୨୦୦୩ରେ ଘଟିଥିବା ପ୍ରବଳ ବର୍ଷା ବିପତ୍ାତରେ ସାପୁଆ ଓ ବାହାନା ନାଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଥିଲା। ଗଜପତିନଗର ସବୁ ଅଞ୍ଚଳବାସୀ ସପ୍ତାହ ବ୍ୟାପି ଜଳବନ୍ଦୀ ହୋଇଯାଇଥିଲେ। ସମସ୍ତଙ୍କ ଘରେ ପାଣି ପଶି ଯାଇଥିଲା ଏବଂ ଉଦ୍ଧାର ଏବଂ ରିଲିଫ ବଣ୍ଟନ ପାଇଁ ପ୍ରତିରକ୍ଷା ବିଭାଗର ହେଲିକପ୍ଟର ନିୟୋଜିତ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଆସି ଅବସ୍ଥା ଅନୁଧ୍ୟାନ କରିଥିଲେ। ବାହାନା ଓ ସାପୁଆ ନାଳ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡ୍ରେନେଜ୍‌ ଡିଭିଜନକୁ ଦାୟିତ୍ୱ ଦିଆଯାଇଛି ଏବଂ ଘଟଣାର ୧୫ ବର୍ଷ ପରେ ବି ପୁନରୁଦ୍ଧାର କାର୍ଯ୍ୟ ସରି ନ ଥିବା ଡ୍ରେନେଜ୍‌ ଡିଭିଜନ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି ବୋଲି ଜିଲା ଭାଜପା ସଭାପତି କଟାକ୍ଷ କରିଛନ୍ତି। ଅପରପକ୍ଷରେ ୨୦୧୩ ଫାଇଲିନରେ ଧ୍ୱସ୍ତବିଧ୍ୱସ୍ତ ମହାନଗରର ଡ୍ରେନ୍‌ ଓ ରାସ୍ତା ପୁନଃ ନିର୍ମାଣ ପାଇଁ ଓଡିଆରପି(ଓଡ଼ିଶା ଡିଜାଷ୍ଟର ରିକଭରି ପ୍ରୋଜେକ୍ଟ) ଖୋଲାଯାଇଛି। ଫାଇଲିନର ୬ ବର୍ଷ ବିତିବାକୁ ଯାଉଥିବା ବେଳେ ଡ୍ରେନ୍‌ ଓ ରୋଡ କାମ ଅସମ୍ପୂର୍ଣ୍ଣ ରହିଛି। ଫଳରେ ବର୍ଷା ହେବାମାତ୍ରେ ଡ୍ରେନର ମଇଳା ପାଣିରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri