ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି। ତେବେ ରାତି ସମୟରେ ଉକ୍ତ ହାତୀପଲ ଜଙ୍ଗଲ ପାଖ କଣ୍ଡରାଗଡ଼ିଆ, ସାନହଳଦୀଗୁଣ୍ଡି, ବଡ଼ହଳଦୀଗୁଣ୍ଡି ଗ୍ରାମଗୁଡ଼ିକ ଆଡ଼କୁ ଅଗ୍ରସର ହେବା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଜଳେଶ୍ୱର ବନବିଭାଗର ଫରେଷ୍ଟର ତପନ ସିଂ ଓ କୁଶଗଡ଼ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର କର୍ମଚାରୀମାନଙ୍କୁ ନେଇ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ହାତୀପଲକୁ ପଶ୍ଚିମବଙ୍ଗ ଅଭିମୁଖେ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ରେଞ୍ଜର ଦେବେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଉକ୍ତ ହାତୀପଲ ମୟୂରଭଞ୍ଜର ଶିମିଳିପାଳ କିମ୍ବା ପଶ୍ଚିମବଙ୍ଗର ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହାତୀ ପଲ ୧୨ଦିନ ଧରି ରାଇବଣିଆ ଥାନା ଆମ୍ବତୁମ୍ବା ଜଙ୍ଗଲରେ ଥିଲେ।
ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ
ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…
ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ
ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…
Archives

