କୁଶଗଡ଼ ଜଙ୍ଗଲରେ ୧୫ରୁ ଊର୍ଦ୍ଧ୍ୱ ହାତୀ

ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍‌ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି। ତେବେ ରାତି ସମୟରେ ଉକ୍ତ ହାତୀପଲ ଜଙ୍ଗଲ ପାଖ କଣ୍ଡରାଗଡ଼ିଆ, ସାନହଳଦୀଗୁଣ୍ଡି, ବଡ଼ହଳଦୀଗୁଣ୍ଡି ଗ୍ରାମଗୁଡ଼ିକ ଆଡ଼କୁ ଅଗ୍ରସର ହେବା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଜଳେଶ୍ୱର ବନବିଭାଗର ଫରେଷ୍ଟର ତପନ ସିଂ ଓ କୁଶଗଡ଼ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର କର୍ମଚାରୀମାନଙ୍କୁ ନେଇ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ହାତୀପଲକୁ ପଶ୍ଚିମବଙ୍ଗ ଅଭିମୁଖେ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ରେଞ୍ଜର ଦେବେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଉକ୍ତ ହାତୀପଲ ମୟୂରଭଞ୍ଜର ଶିମିଳିପାଳ କିମ୍ବା ପଶ୍ଚିମବଙ୍ଗର ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହାତୀ ପଲ ୧୨ଦିନ ଧରି ରାଇବଣିଆ ଥାନା ଆମ୍ବତୁମ୍ବା ଜଙ୍ଗଲରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri