କୁଜଙ୍ଗ ବ୍ଲକରେ ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ : କୂଅ, ପୋଖରୀ ପାଣି ପିଉଛନ୍ତି ଲୋକେ

କୁଜଙ୍ଗ,୨୮ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ କୋଟି କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକେ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି କି କେତେକ ପଞ୍ଚାୟତରେ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ କାମ ହୋଇପାରୁ ନ ଥିବାରୁ ବାଧ୍ୟହୋଇ ଲୋକେ କୂଅ, ପୋଖରୀର ଦୂଷିତ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି। ପ୍ରକାଶ ଯେ, କୁଜଙ୍ଗ ବ୍ଲକ ହେଉଛି ଜଳକ୍ଲୀଷ୍ଟ ଅଞ୍ଚଳ। ଏହି ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତରେ ବିଶୁଦ୍ଧ ପାନୀୟଜଳ ଉପଲବ୍ଧ ହୋଇ ନ ଥାଏ। ତେଣୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ଲକର ପୋତାନଈ ପଞ୍ଚାୟତର ଓକଲଠାରେ ୬୦ ଲକ୍ଷ, ନପଙ୍ଗଠାରେ ୮୫ ଲକ୍ଷ, ବଣିତୋଠାରେ ୫୯ ଲକ୍ଷ, ସିନିନ୍ଦାଠାରେ ୭୮ ଲକ୍ଷ, ଭରାଳୋଠାରେ ୬୦ ଲକ୍ଷ ଟଙ୍କାରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ଏହି ସମସ୍ତ ସ୍ଥାନରେ ଏବେ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ସମ୍ପୃକ୍ତ ଠିକାସଂସ୍ଥା ଉପରେ ବିଭାଗୀୟ ଯନ୍ତ୍ରୀଙ୍କ ନିୟନ୍ତ୍ରଣ ରହୁ ନ ଥିବାରୁ ମନଇଚ୍ଛା କାର୍ଯ୍ୟ ଚାଲିଥିବା ଓ ଅକାରଣରେ ବିଳମ୍ବ ହେଉଥିବା କୁହାଯାଉଛି। ଅନେକ ସ୍ଥାନରେ ଟାଙ୍କି ନିର୍ମାଣ ଶେଷ ହୋଇଥିବାବେଳେ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ହୋଇପାରି ନାହିଁ। କେତେକ ସ୍ଥାନରେ ଭୂତଳ ପାଇପ ବିଛା ଯାଇଥିବାବେଳେ ଟାଙ୍କି ନିର୍ମାଣ ହୋଇ ନ ଥିବା ଜଣାପଡ଼ିଛି। ସେହିପରି କେତକ ପଞ୍ଚାୟତରେ ପମ୍ପ ହାଉସ ନିର୍ମାଣ ଶେଷ ହୋଇଥିବାବେଳେ ଓଭରହେଡ଼ ଟାଙ୍କି ନିର୍ମାଣ ଓ ମୁଖ୍ୟ ରାସ୍ତାରେ ପାଇପ୍‌ ବିଛା କାର୍ଯ୍ୟ ଚାଲୁ ରହିଛି। ଫଳରେ ଏହି ପଞ୍ଚାୟତର ଲୋକମାନେ ଦୂଷିତ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଯୁବ ସାମାଜିକ କର୍ମୀ ପ୍ରଦୀପ କୁମାର ମହାନ୍ତି ବିଭାଗୀୟ ସ୍ଥାଣୁତାକୁ ଦାୟୀ କରିଛନ୍ତି। ସରକାର କୋଟି କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁର କରୁଥିବାବେଳେ ଠିକାଦାର କ’ଣ ପାଇଁ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରୁ ନାହାନ୍ତି ତାହାର ତଦାରଖ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri