୧,୦୭,୪୦୮ ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ହତ୍ୟା, ବଳାତ୍କାର ଓ ଯୌତୁକଜନିତ ଅପରାଧ ଚିନ୍ତାର କାରଣ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର-୨୦୧୮ରୁ ଏହା ଜଣାପଡିଛି। ୨୦୧୮ରେ ୧୩୭୮ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଏହି ସମୟରେ ୫୪ଟି ମାଓବାଦୀ ଘଟଣା ହୋଇଛି। ଏଥିରେ ୧୯ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩୯ ଗିରଫ ହୋଇଛନ୍ତି। ୨୭ ଜଣ ଆତ୍ମସମର୍ପଣ କରିଛନ୍ତି। କେତେକ ଜିଲାରେ ବାମପନ୍ଥୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ୬ଟି ଜିଲାରେ ଆଦୌ ନ ଥିଲା। ତେବେ ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରେ ନିୟନ୍ତ୍ରଣରେ ରହିଛି।
ଶ୍ୱେତପତ୍ରରେ ସରକାର କହିଛନ୍ତି ଯେ, ୨୦୧୮ରେ ରାଜ୍ୟରେ ୧,୦୭,୪୦୮ଟି ଧର୍ତ୍ତବ୍ୟ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୬୯,୩୪୧ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୩୭୮ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ରାଜ୍ୟରେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୪୫୯ ଠିକ୍‌ ଥିବା ଜଣାପଡିଛି। ସେଥିମଧ୍ୟରୁ ୧୫୨୬ରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ସେହିଭଳି ୫୦୧ଟି ଯୌତୁକଜନିତ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୨୩ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ଏହି ସମୟରେ ୩୭୧୩ ସିନ୍ଧି ଚୋରି ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ କେବଳ ୧୧୦୮ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୯୦୬୯ଟି ଚୋରି ମଧ୍ୟରୁ ୩୨୭୩ଟିରେ ଚାର୍ଜଶିଟ ଦାଖଲ ହୋଇଛି। ୨୭୯୪ଟି ଠକେଇ ମାମଲା ମଧ୍ୟରୁ ମାତ୍ର ୭୦୭ଟିରେ ଚାର୍ଜଶିଟ ଦାଖଲ ହୋଇଛି। ଏହି ସମୟରେ ୨୧୨୦ଟି ଦଙ୍ଗା ମାମଲା ପଞ୍ଜୀକୃତ କରାଯାଇଛି। ସେଥିମଧ୍ୟରୁ ୧୧୩୧ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୨୦୧୮ରେ ୫୧ଟି ମହିଳା ଚାଲାଣ ଅପରାଧ ରୁଜୁ ହୋଇଥିବା ବେଳେ ମାତ୍ର ୨୩ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସେହିପରି ପୁରୁଷ ଚାଲାଣ ମାମଲା ସଂଖ୍ୟା ୨୪ ଥିବା ବେଳେ ମାତ୍ର ୮ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୫ଟି ଅର୍ଥନୈତିକ ଅପରାଧ ମାମଲା ରୁଜୁ କରାଯାଇଛି। ୧୪୪୯ ବାଳ ଅପରାଧୀଙ୍କ ବିରୋଧରେ ୧୧୫୫ ମକଦ୍ଦମା ରୁଜୁ କରାଯାଇଛି। ତଫସିଲଭୁକ୍ତ ଜାତି (ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ଉପରେ ୨୩୨୦ଟି ମକଦ୍ଦମା ମଧ୍ୟରୁ ୬୦୯ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ଏସ୍‌ସିଙ୍କ ଉପରେ ୧୭୭୫ରୁ ୪୨୮, ଏସଟିଙ୍କ ଉପରେ ୫୪୫ରୁ ୧୮୧ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ୨୦୧୮ରେ ୧୧୨୬୨ଟି ମୋଟର ଦୁର୍ଘଟଣା ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୧୮୬ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ୨୦୧୮ରେ ୩୪ ଥର ହିନ୍ଦୁ-ମୁସଲମାନ ଏବଂ ୫ଥର ହିନ୍ଦୁ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୧୮ରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୩ଥର ଗୁଳିଚାଳନା କରାଯାଇଥିଲା। ସୋମବାର ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ହେବାର ଅଛି। ଏହା ପୂର୍ବରୁ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri