କିରାନାରେ କ୍ରାନ୍ତି ଆଣିବ ରିଲାଏନ୍ସ

ନୂଆଦିଲ୍ଲୀ,୧୩।୫: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ଟେଲିକମ୍‌ ଶିଳ୍ପରେ ପରିବର୍ତ୍ତନ ଆଣିବା ପରେ ଏବେ କିରାନା ବା ଖୁଚୁରା ଷ୍ଟୋର କ୍ଷେତ୍ରରେ କ୍ରାନ୍ତି ଆଣିବା ଦିଗରେ ଅଗ୍ରସର ହେଉଛି। ଦେଶରେ ୭୦୦ ବିଲିୟନ ଡଲାରର ଖୁଚୁରା ବଜାର ରହିଛି। ଏହାର ୯୦% ଅସଙ୍ଗଠିତ । ରିଲାଏନ୍ସ ବର୍ତ୍ତମାନ ଦେଶରେ ବିଶ୍ୱର ସର୍ବବୃହତ୍‌ ଅନଲାଇନ ଟୁ ଅଫଲାଇନ ଇ-କମର୍ସ ପ୍ଲାଟଫର୍ମ ଆଣିବା ଦିଗରେ କାର୍ଯ୍ୟ କରୁଛି। ଅନ୍‌ଲାଇନ ରିଟେଲରେ ରିଲାଏନ୍ସର ଏଭଳି ପ୍ରୟାସ ଯୋଗୁ ଦେଶରେ ଥିବା ବର୍ତ୍ତମାନର ୧୫୦୦୦ ଡିଜିଟାଲ ରିଟେଲ ଷ୍ଟୋର ୨୦୨୩ ବେଳକୁ ୫୦ ଲକ୍ଷ ଛୁଇଁପାରେ। ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ ଲିଞ୍ଚ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଘରୋଇ ବଜାରର କିରାନା ଷ୍ଟୋରଗୁଡିକ ସାଧାରଣତଃ ତେଜରାତି ଏବଂ ଅନ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ଉକ୍ତ ଷ୍ଟୋରଗୁଡିକ ସେମାନଙ୍କ ଟେକ୍ନୋଲୋଜିକୁ ଉନ୍ନତୀକରଣ ଲାଗି ଆଗ୍ରହୀ ଥିବାରୁ ଏହା ଆଧୁୁନିକୀକରଣକୁ ପ୍ରୋତ୍ସାହନ କରିବାରେ ବିଶେଷ ସହାୟକ ହେବ ବୋଲି ଅଧ୍ୟୟନରୁ ସାମ୍ନାକୁ ଆସିଛି। ବାଣିଜ୍ୟର ପରିଭାଷା ଏବେ ବଦଳୁଛି। ଆଧୁନିକ ବାଣିଜ୍ୟରେ ଇ-କମର୍ସ ଅନ୍ୟ ବାଣିଜ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଏ ଦିଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜିଏସ୍‌ଟି ଅନୁପାଳନ ବିଲ୍‌ ଏବେ ବାଧ୍ୟତାମୂଳକ ହୋଇଥିବାରୁ ସଂସ୍ଥାଗୁଡିକ ଏହା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

ସାରା ଦେଶରେ ରିଲାଏନ୍ସର ୧୦,୦୦୦ ରିଟେଲ ଆଉଟଲେଟ ରହିଛି। ବିଶ୍ୱର ସର୍ବବୃହତ୍‌ ଅନଲାଇନ ଟୁ ଅଫଲାଇନ ମାର୍କେଟ ପ୍ଲେସ ଆଡକୁ ଏହା ଏବେ ଅଗ୍ରସର। ରିଲାଏନ୍ସ ବର୍ତ୍ତମାନ କିରାନା ଷ୍ଟୋରଗୁଡିକରେ ଜିଓ ମୋବାଇଲ ପଏଣ୍ଟ ଅଫ୍‌ ସେଲ(ଜିଓ ଏମ୍‌ପିଓଏସ୍‌) ସ୍ଥାପନା ଦିଗରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ସ୍ଥାନୀୟ ଯୋଗାଣକାରୀ କମ୍ପାନୀର ୪ଜି ହାଇସ୍ପିଡ ନେଟଓ୍ବର୍କ ସହ ଯୋଡି ହେବେ। ସେହିଭଳି ଗ୍ରାହକମାନେ ଏହାକୁ ଅର୍ଡର ଯୋଗାଣ ଲାଗି ବ୍ୟବହାର କରିପାରିବେ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ନାପବିଜ, ନୁକଡ ଶପ୍‌ ଗୋଫ୍ରୁଗାଲ ଭଳି ପ୍ଲାଟଫର୍ମକୁ ଏହା ପଛରେ ପକାଇବ ବୋଲି ଅନୁମାନ କରାଯାଉଛି।

ଜିଓ ଏମ୍‌ପିଓଏସ୍‌ ୩୦୦୦ ଟଙ୍କା ନିବେଶରେ ଉପଲବ୍ଧ ହେଉଛି। ଯାହାକୁ ସ୍ଲାପବିଜ ୫୦,୦୦୦ ଟଙ୍କାରେ ବିକ୍ରି କରୁଛି। ସେହିଭଳି ନୁକଡ ଶପ୍‌ ଏଥିଲାଗି ୩୦ ହଜାର ଏବଂ ଗୋ ଫ୍ରୁଗାଲ ୫୫ ହଜାର ଚାର୍ଜ କରୁଛି। ଏଥିଲାଗି ସଫ୍ଟଓ୍ବେର ଲାଗି ୧୫ ହଜାରରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଜିଓ ଏହାର ଏମ୍‌ପିଓଏସ୍‌ ଲାଗି କୌଣସି ମର୍ଚ୍ଚାଣ୍ଡାଇଜ ଡିସକାଉଣ୍ଟ ରେଟ(ଏମ୍‌ଡିଆର୍‌) ଚାର୍ଜ ନେବ ନାହିଁ। ଏଥିରେ ଲୟାଲଟି ପ୍ରୋଗ୍ରାମ ପ୍ରଦାନ କରିବ। ସେହିଭଳି ମର୍ଚ୍ଚାଣ୍ଡାଇଜ ଡେଲିଭରି, ବିଜ୍ଞାପନ, ଯୋଗାଣ କ୍ଷେତ୍ର ସଂଯୋଗୀକରଣ ଭଳି କ୍ଷେତ୍ରରେ ମଧ୍ୟ ସହାୟତା କରିବ।  ଏଣୁ ଏହି କ୍ଷେତ୍ରରେ ରିଲାଏନ୍ସର ପ୍ରବେଶ କ୍ରାନ୍ତିକାରୀ ସାବ୍ୟସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri