କିରାନାରେ କ୍ରାନ୍ତି ଆଣିବ ରିଲାଏନ୍ସ

ନୂଆଦିଲ୍ଲୀ,୧୩।୫: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ଟେଲିକମ୍‌ ଶିଳ୍ପରେ ପରିବର୍ତ୍ତନ ଆଣିବା ପରେ ଏବେ କିରାନା ବା ଖୁଚୁରା ଷ୍ଟୋର କ୍ଷେତ୍ରରେ କ୍ରାନ୍ତି ଆଣିବା ଦିଗରେ ଅଗ୍ରସର ହେଉଛି। ଦେଶରେ ୭୦୦ ବିଲିୟନ ଡଲାରର ଖୁଚୁରା ବଜାର ରହିଛି। ଏହାର ୯୦% ଅସଙ୍ଗଠିତ । ରିଲାଏନ୍ସ ବର୍ତ୍ତମାନ ଦେଶରେ ବିଶ୍ୱର ସର୍ବବୃହତ୍‌ ଅନଲାଇନ ଟୁ ଅଫଲାଇନ ଇ-କମର୍ସ ପ୍ଲାଟଫର୍ମ ଆଣିବା ଦିଗରେ କାର୍ଯ୍ୟ କରୁଛି। ଅନ୍‌ଲାଇନ ରିଟେଲରେ ରିଲାଏନ୍ସର ଏଭଳି ପ୍ରୟାସ ଯୋଗୁ ଦେଶରେ ଥିବା ବର୍ତ୍ତମାନର ୧୫୦୦୦ ଡିଜିଟାଲ ରିଟେଲ ଷ୍ଟୋର ୨୦୨୩ ବେଳକୁ ୫୦ ଲକ୍ଷ ଛୁଇଁପାରେ। ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ ଲିଞ୍ଚ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଘରୋଇ ବଜାରର କିରାନା ଷ୍ଟୋରଗୁଡିକ ସାଧାରଣତଃ ତେଜରାତି ଏବଂ ଅନ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ଉକ୍ତ ଷ୍ଟୋରଗୁଡିକ ସେମାନଙ୍କ ଟେକ୍ନୋଲୋଜିକୁ ଉନ୍ନତୀକରଣ ଲାଗି ଆଗ୍ରହୀ ଥିବାରୁ ଏହା ଆଧୁୁନିକୀକରଣକୁ ପ୍ରୋତ୍ସାହନ କରିବାରେ ବିଶେଷ ସହାୟକ ହେବ ବୋଲି ଅଧ୍ୟୟନରୁ ସାମ୍ନାକୁ ଆସିଛି। ବାଣିଜ୍ୟର ପରିଭାଷା ଏବେ ବଦଳୁଛି। ଆଧୁନିକ ବାଣିଜ୍ୟରେ ଇ-କମର୍ସ ଅନ୍ୟ ବାଣିଜ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଏ ଦିଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଜିଏସ୍‌ଟି ଅନୁପାଳନ ବିଲ୍‌ ଏବେ ବାଧ୍ୟତାମୂଳକ ହୋଇଥିବାରୁ ସଂସ୍ଥାଗୁଡିକ ଏହା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

ସାରା ଦେଶରେ ରିଲାଏନ୍ସର ୧୦,୦୦୦ ରିଟେଲ ଆଉଟଲେଟ ରହିଛି। ବିଶ୍ୱର ସର୍ବବୃହତ୍‌ ଅନଲାଇନ ଟୁ ଅଫଲାଇନ ମାର୍କେଟ ପ୍ଲେସ ଆଡକୁ ଏହା ଏବେ ଅଗ୍ରସର। ରିଲାଏନ୍ସ ବର୍ତ୍ତମାନ କିରାନା ଷ୍ଟୋରଗୁଡିକରେ ଜିଓ ମୋବାଇଲ ପଏଣ୍ଟ ଅଫ୍‌ ସେଲ(ଜିଓ ଏମ୍‌ପିଓଏସ୍‌) ସ୍ଥାପନା ଦିଗରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ସ୍ଥାନୀୟ ଯୋଗାଣକାରୀ କମ୍ପାନୀର ୪ଜି ହାଇସ୍ପିଡ ନେଟଓ୍ବର୍କ ସହ ଯୋଡି ହେବେ। ସେହିଭଳି ଗ୍ରାହକମାନେ ଏହାକୁ ଅର୍ଡର ଯୋଗାଣ ଲାଗି ବ୍ୟବହାର କରିପାରିବେ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ନାପବିଜ, ନୁକଡ ଶପ୍‌ ଗୋଫ୍ରୁଗାଲ ଭଳି ପ୍ଲାଟଫର୍ମକୁ ଏହା ପଛରେ ପକାଇବ ବୋଲି ଅନୁମାନ କରାଯାଉଛି।

ଜିଓ ଏମ୍‌ପିଓଏସ୍‌ ୩୦୦୦ ଟଙ୍କା ନିବେଶରେ ଉପଲବ୍ଧ ହେଉଛି। ଯାହାକୁ ସ୍ଲାପବିଜ ୫୦,୦୦୦ ଟଙ୍କାରେ ବିକ୍ରି କରୁଛି। ସେହିଭଳି ନୁକଡ ଶପ୍‌ ଏଥିଲାଗି ୩୦ ହଜାର ଏବଂ ଗୋ ଫ୍ରୁଗାଲ ୫୫ ହଜାର ଚାର୍ଜ କରୁଛି। ଏଥିଲାଗି ସଫ୍ଟଓ୍ବେର ଲାଗି ୧୫ ହଜାରରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଜିଓ ଏହାର ଏମ୍‌ପିଓଏସ୍‌ ଲାଗି କୌଣସି ମର୍ଚ୍ଚାଣ୍ଡାଇଜ ଡିସକାଉଣ୍ଟ ରେଟ(ଏମ୍‌ଡିଆର୍‌) ଚାର୍ଜ ନେବ ନାହିଁ। ଏଥିରେ ଲୟାଲଟି ପ୍ରୋଗ୍ରାମ ପ୍ରଦାନ କରିବ। ସେହିଭଳି ମର୍ଚ୍ଚାଣ୍ଡାଇଜ ଡେଲିଭରି, ବିଜ୍ଞାପନ, ଯୋଗାଣ କ୍ଷେତ୍ର ସଂଯୋଗୀକରଣ ଭଳି କ୍ଷେତ୍ରରେ ମଧ୍ୟ ସହାୟତା କରିବ।  ଏଣୁ ଏହି କ୍ଷେତ୍ରରେ ରିଲାଏନ୍ସର ପ୍ରବେଶ କ୍ରାନ୍ତିକାରୀ ସାବ୍ୟସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri