ବ୍ରିଟେନର ଅତିଧନୀ ତାଲିକା: ହିନ୍ଦୁଜା ଭ୍ରାତା ଶୀର୍ଷରେ

ଲଣ୍ଡନ,୧୩।୫: ବ୍ରିଟେନର ଅତିଧନୀଙ୍କ ତାଲିକାରେ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।  ୨୨ ବିଲିୟନ ପାଉଣ୍ଡ(ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ସମ୍ପତ୍ତି ସହ ହିନ୍ଦୁଜା ଭ୍ରାତା ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ପ୍ରବାସୀ ଭାରତୀୟ ରୁବେନ ଭ୍ରାତା ୧୮.୬୬ ବିଲିୟନ ପାଉଣ୍ଡ (୧,୬୯,୫୦୦ କୋଟି ଟଙ୍କା)ର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନକୁ ଉଠି ଆସିଛନ୍ତି। ବ୍ରିଟେନରେ ହିନ୍ଦୁଜା ଗ୍ରୁପ୍‌ ଅଫ୍‌ କମ୍ପାନୀ ଚଳାଉଥିବା ଶ୍ରୀଚନ୍ଦ ଏବଂ ଗୋପୀଚନ୍ଦ ହିନ୍ଦୁଜାଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ୧.୩୫ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ଏଭଳି ଭାବେ ସେମାନେ ‘ସଣ୍ଡେ ଟାଇମ୍ସ’ର ସବୁଠାରୁ ଧନୀ ତାଲିକାର ପ୍ରଥମ ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି। ଏଥିପୂର୍ବରୁ ୨୦୧୪ ଏବଂ ୨୦୧୭ରେ ମଧ୍ୟ ସେମାନେ ଏହି ତାଲିକାର ଶୀର୍ଷରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ ରୁବେନ ଭ୍ରାତା ମୁମ୍ବାଇରେ ଜନ୍ମିତ ୮୦ ବର୍ଷୀୟ ଡେଭିଡ୍‌ ରୁବେନ ଏବଂ ୭୭ ବର୍ଷୀୟ ସାଇମନ ରୁବେନ ଗତବର୍ଷ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେମାନଙ୍କ ସମ୍ପତ୍ତି ୩.୫୬ ବିଲିୟନ ପାଉଣ୍ଡ ବୃଦ୍ଧି ପାଇଛି। ସେହିପରି ଅନ୍ୟତମ ଏନ୍‌ଆର୍‌ଆଇ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସମ୍ପତ୍ତି ୩.୯୯ ବିଲିୟନ ପାଉଣ୍ଡ ହ୍ରାସ ପାଇଛି। ଫଳରେ ସେ ଅତିଧନୀନଙ୍କ ତାଲିକାରେ ଗତବର୍ଷ ୫ମ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୧୧ତମ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଶୀର୍ଷ ସ୍ଥାନରେ ରହିଥିବା ଏକ ରାସାୟନିକ କମ୍ପାନୀର ପ୍ରତିଷ୍ଠାତା ସାର୍‌ ଜିମ୍‌ ର଼୍ୟାଟକ୍ଲିପ୍‌ ୧୮.୧୫ ବିଲିୟନ ପାଉଣ୍ଡ ସମ୍ପତ୍ତି ସହ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri