କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ମାଲକାନଗିରି ,୨୨ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ବୁଧବାର ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଆଇନସେବା ପ୍ରାଧିକରଣର ସଚିବ ଅମରେଶ ନାୟକ, ଚିତ୍ରକୋଣ୍ଡାର ଅତିରିକ୍ତ ତହସିଲଦାର, ଚନ୍ଦ୍ରମଣି ସ୍ବାଇଁ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ, ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ବାଇଁ, ଗୋଷ୍ଠୀ ସମାଜ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ, ଡ. ରାଜେଶ କୁମାର ସାହୁ, ପ୍ରଧାନଶିକ୍ଷକ ଅଜୟ କୁମାର ନାୟକ ଶିକ୍ଷୟିତ୍ରୀ ସୁସ୍ମିତା ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ନରଙ୍କ ଅଧିକାର ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମ୍ବିଧାନର ଧାରା ୧୪, ୧୫, ୨୧ ଓ ୨୩ ମୁତାବକ କିନ୍ନରଙ୍କୁ ଆଇନଗତ ସମାନତା ଓ ସୁରକ୍ଷା, ସମ୍ମାନ ସହିତ ବଞ୍ଚିବାର ଅଧିକାର ମିଳିଛି। ସେମାନଙ୍କୁ ସମାଜ ଓ ସଂସ୍କୃତିରୁ ବଞ୍ଚତ୍ତ କରିବା ମାନବାଧିକାରର ଉଲ୍ଲଂଘନ । ସଭାରେ ଉପସ୍ଥିତ କିନ୍ନରମାନଙ୍କୁ ସରକାରଙ୍କର କିନ୍ନରମାନଙ୍କ ଅଧିକାର ଓ ସୁରକ୍ଷା ସକାଶେ ରହିଥିବା ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଯାଇଥିଲା। ତୃତୀୟ ଲିଙ୍ଗୀ ଭାବେ ପରିଗଣିତ କିନ୍ନରଙ୍କୁ ଶିକ୍ଷା, କର୍ମନିଯୁକ୍ତି କ୍ଷେତ୍ରରେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଭାବେ ପରିଗଣିତ କରି ସଂରକ୍ଷଣ ଦେବା, ସମାଜରେ ସଚେତନତା ସୃଷ୍ଟି କରିବା, ସେମାନେ ମଧ୍ୟ ସମାଜର ଏକ ଅଙ୍ଗ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଶିବିରରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧକଲେ ନବୀନ ‘ରାଜାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ’

ଭୁବନେଶ୍ୱର,୨୪।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri