କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ମାଲକାନଗିରି ,୨୨ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ବୁଧବାର ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଆଇନସେବା ପ୍ରାଧିକରଣର ସଚିବ ଅମରେଶ ନାୟକ, ଚିତ୍ରକୋଣ୍ଡାର ଅତିରିକ୍ତ ତହସିଲଦାର, ଚନ୍ଦ୍ରମଣି ସ୍ବାଇଁ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ, ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ବାଇଁ, ଗୋଷ୍ଠୀ ସମାଜ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ, ଡ. ରାଜେଶ କୁମାର ସାହୁ, ପ୍ରଧାନଶିକ୍ଷକ ଅଜୟ କୁମାର ନାୟକ ଶିକ୍ଷୟିତ୍ରୀ ସୁସ୍ମିତା ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ନରଙ୍କ ଅଧିକାର ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମ୍ବିଧାନର ଧାରା ୧୪, ୧୫, ୨୧ ଓ ୨୩ ମୁତାବକ କିନ୍ନରଙ୍କୁ ଆଇନଗତ ସମାନତା ଓ ସୁରକ୍ଷା, ସମ୍ମାନ ସହିତ ବଞ୍ଚିବାର ଅଧିକାର ମିଳିଛି। ସେମାନଙ୍କୁ ସମାଜ ଓ ସଂସ୍କୃତିରୁ ବଞ୍ଚତ୍ତ କରିବା ମାନବାଧିକାରର ଉଲ୍ଲଂଘନ । ସଭାରେ ଉପସ୍ଥିତ କିନ୍ନରମାନଙ୍କୁ ସରକାରଙ୍କର କିନ୍ନରମାନଙ୍କ ଅଧିକାର ଓ ସୁରକ୍ଷା ସକାଶେ ରହିଥିବା ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଯାଇଥିଲା। ତୃତୀୟ ଲିଙ୍ଗୀ ଭାବେ ପରିଗଣିତ କିନ୍ନରଙ୍କୁ ଶିକ୍ଷା, କର୍ମନିଯୁକ୍ତି କ୍ଷେତ୍ରରେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଭାବେ ପରିଗଣିତ କରି ସଂରକ୍ଷଣ ଦେବା, ସମାଜରେ ସଚେତନତା ସୃଷ୍ଟି କରିବା, ସେମାନେ ମଧ୍ୟ ସମାଜର ଏକ ଅଙ୍ଗ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଶିବିରରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri