କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସତେଯେମିତି ଅଭିଶପ୍ତ ପାଲଟିଛି ଏହି ଗ୍ରାମ। ଗ୍ରାମରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପ୍ରତିବର୍ଷ ଏକାଧିକ ମୃତ୍ୟୁବରଣ କରୁଛନ୍ତି। ଗତ ୩ ଦିନ ତଳେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ସକାଳେ ବିଶ୍ବମ୍ବର ସିଂ(୩୮)ଙ୍କ ମୃତ୍ୟୁ ହୋଇଛି। ବିଶ୍ୱମ୍ବର ଶୁକ୍ରବାର ସାରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଶନିବାର ସକାଳେ ଉଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରାଜୁ ସିଂ (୨୫)ଙ୍କର ମଧ୍ୟ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। କିଛିଦିନ ତଳେ ଅସୁସ୍ଥ ହେବା ପରେ ରକ୍ତ ପରୀକ୍ଷା କରିବାରୁ ସେ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଅର୍ଥାଭାବରୁ ଡାକ୍ତରୀ ଚିକିତ୍ସା ହୋଇ ନ ପାରି ସେ କବିରାଜି ଓ ଚେରମୂଳୀ ଔଷଧ ଖାଉଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ଶନିବାର ସକାଳେ ଗୋଟିଏ ଜୁଇ ଲିଭି ନ ଥିବା ବେଳେ ଅନ୍ୟ ଏକ ଜୁଇ ଜଳିବା ଘଟଣା ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଖବର ପାଇ ଖୁଣ୍ଟାରୁ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri