କିଡ୍‌ନୀ ଚୋରି ମାମଲା: ଆପୋଲୋ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): କିଡ୍‌ନୀ ଚୋରି ସଂକ୍ରାନ୍ତ ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଯୁକ୍ତିକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଖାରଜ କରିଛନ୍ତି। ଏଥିସହ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲ ରେଜିଷ୍ଟ୍ରେଶନ ରଦ୍ଦ ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ କମିଶନ କ୍ଷୋଭ ପ୍ରକାଶ କରିବା ସହ ପୁଣିଥରେ କଡା ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଭୟ ସରକାର ଓ ଆପୋଲୋ ହସ୍ପିଟାଲ୍‌ ପାଇଁ ଅଡୁଆ ବଢ଼ିଛି।

୨୦୧୩ରେ ଆପୋଲୋ ହସ୍ପିଟାଲରେ ବରଗଡ ଜିଲାର ଅନିଲ୍‌ କୁମାର ସ୍ବାମୀଙ୍କ କିଡ୍‌ନୀକୁ ପଡୋଶୀ ରାଘବଙ୍‌ରାମ ଦୋରାଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ତାଙ୍କ ଅଜାଣତରେ ଓ ସମ୍ପୂର୍ଣ୍ଣ ବେଆଇନ ଭାବେ ଏହା କରାଯାଇଥିବା ନେଇ ୨୦୧୬ ଜାନୁୟାରୀ ୩ରେ ଅନିଲ୍‌ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେହି ମାସ ୫ ତାରିଖରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ପିଟିଶନ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଉକ୍ତ କିଡ୍‌ନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ହସ୍ପିଟାଲର ରେଜିଷ୍ଟ୍ରେଶନ ରଦ୍ଦ କରିବା ସହିତ ପୀଡିତଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ହାଇକୋର୍ଟରେ ଏକ ପିଟିଶନ କରାଯାଇଥିଲା। ଆପୋଲୋ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବାକୁ କୋର୍ଟ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଗତ ସେପ୍ଟେମ୍ବର ୧୨ରେ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ, ପ୍ରକୃତ କିଡ୍‌ନୀ ଦାତା ଜୟରାମ ଦୋରା ଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଭୁଲ୍‌ରେ ଅନିଲ ସ୍ବାମୀଙ୍କୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଜୟରାମ ଦୋରା ବୋଲି ଭାବିଥିଲେ। ଗୁରୁବାର ମାମଲାର ଶୁଣାଣିବେଳେ ହସ୍ପିଟାଲର ଏହି ଯୁକ୍ତିକୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି ଯେ, ଜଣେ କିଡ୍‌ନୀ ଦାତାଙ୍କ ଫଟୋ ଉଠାଯାଇଥିବାବେଳେ ତାଙ୍କ ବଦଳରେ ଆଉ ଜଣଙ୍କର କିଡ୍‌ନୀ ସେହି ହସ୍ପିଟାଲରେ କଢ଼ାଯିବା କଳ୍ପନାତୀତ। ତେଣୁ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଦାଖଲ ଓ ପୀଡିତଙ୍କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଳନ ନ ହେଲେ କଡା ପଦକ୍ଷେପ ନିଆଯିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି।
ଏନେଇ ଆପୋଲୋ ହସ୍ପିଟାଲ ମୁଖପାତ୍ର ରାକେଶ ରାୟ କହିଛନ୍ତି, ଏନ୍‌ଏଚ୍‌ଆର୍‌ସି ଅନ୍ୟାୟ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି।

ଆପୋଲୋକୁ ପକ୍ଷ ରଖିବାକୁ ଦେଇନାହାନ୍ତି। ସୁଯୋଗ ମିଳିଥିଲେ ଆମେ ଏହି ପ୍ରସଙ୍ଗରେ ପ୍ରମାଣ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥାନ୍ତୁ। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ରହିତାଦେଶକୁ କମିଶନ ବିଚାରକୁ ନେଇ ନାହାନ୍ତି। ଏହା ବିରୋଧରେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ପ୍ରକୃତ ସତ୍ୟ ନିଶ୍ଚୟ ପଦାକୁ ଆସିବ ଓ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri