କାୟା ବିସ୍ତାର କରୁଛି ବ୍ରାଉନସୁଗାର: କୋରେକ୍ସ ଓ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି; ପୋଲିସ ତରଫରୁ ହେଉନି ଚଢ଼ାଉ

ନୟାଗଡ଼ ଅଫିସ,୫ା୭- ନୟାଗଡ଼ ଜିଲାରେ ଧଳା ଜହର (ବ୍ରାଉନ ସୁଗାର) କାୟା ବିସ୍ତାର କରିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିଶା ପାଇଁ ଯୁବକମାନେ ଏହାକୁ ବ୍ୟବହାର କରୁଛନ୍ତି। କିଛିଦିନ ତଳେ ବ୍ରାଉନସୁଗାର ଖାଇ ଫତେଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହୋଇଥିଲା। ହେଲେ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିଲା। ସେହିପରି ଗତ ବୁଧବାର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନସୁଗାର ଖାଇ ନିଶାଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। ଏ ନେଇ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏହିଭଳି ବିଭିନ୍ନ ସମୟରେ ବ୍ରାଉନସୁଗାର ଖାଇ ଯୁବକମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏତେସବୁ ଘଟଣା ପରେ ବି ପୋଲିସ ଚଢ଼ାଉ କରୁ ନ ଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଶେଷ କରି ଭାପୁର ବ୍ଲକ ଫତେଗଡ଼ ଅଞ୍ଚଳରେ ବ୍ରାଉନସୁଗାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଖାଲି ଯେ ବ୍ରାଉନ ସୁଗାର ତା’ ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ କୋରେକ୍ସ ଓ ଅନ୍ୟାନ୍ୟା ନିଶାଦ୍ରବ୍ୟ ଅବାଧରେ କାରବାର ହେଉଛି। ଯୁବକମାନେ ଏହାକୁ ସେବନ କରି ଅବାଟରେ ଯାଉଛନ୍ତି। ସନ୍ଧ୍ୟା ସମୟରେ ସହରଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମରେ ଥିବା ପରିତ୍ୟକ୍ତ ଘର ନିଶାସେବନକାରୀଙ୍କ କେନ୍ଦ୍ର ପାଲଟୁଛି। ପୋଲିସ ଚଢାଉ ହେଉ ନ ଥିବାରୁ ସେମାନେ ଅବାଧରେ aବ୍ରାଉନସୁଗାର, କୋରେକ୍ସ, ଡେନଡ୍ରାଇଟ ଆଦି ନିଶାଦ୍ରବ୍ୟ ସେବନ କରୁଛନ୍ତି। ସୂଚନାଯୋଗ୍ୟ ୧୧ ଅଗଷ୍ଟ ୨୦୧୮ରେ ନୟାଗଡ଼ ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଜବତ ହୋଇଥିଲା। ଟାଉନ ଥାନା ସାଗର ପୋଖରୀ କୂଳରେ ଦୁଇଜଣ ଯୁବକଙ୍କ ନିକଟରୁ ୧ ଗ୍ରାମର ବ୍ରାଉନ ସୁଗାର (୫ଟି ପୁଡ଼ିଆ), ବ୍ରାଉନ ସୁଗାର ରଖି ନିଆଁ ଲଗାଯାଉଥିବା ସ୍ବତନ୍ତ୍ର ଜରି, ୪୫୨୦ ଟଙ୍କା, ଗୋଟିଏ ମୋବାଇଲ ଓ ଏକ ବାଇକ୍‌କୁ ପୋଲିସ ଜବତ କରିଥିଲା। ଦୁଇଜଣ ଛାତ୍ରଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ଏହା ପରେ ବି ପୋଲିସ ଘଟଣାକୁ ଗୁରୁତର ସହ ନେବା ବଦଳରେ ହାଲୁକା ଭାବେ ନେଇଥିଲା। ଅନ୍ୟପଟେ ଟାଉନ ପୋଲିସ ୩ଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଏକ ପାନ ଦୋକାନରୁ ୪୮ଟି କୋରେକ୍ସ ବୋତଲ ଜବତ କରିବା ସହିତ ଏହାକୁ ବିକ୍ରି କରୁଥିବା ସେକ୍‌ ସକୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ତରଫରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସ୍‌ପି ଶଶିଭୂଷଣ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି, ହେଲେ କୌଣସି ସ୍ଥାନରେ କିଛି ମିଳୁନାହିଁ। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri