କାୟା ବିସ୍ତାର କରୁଛି ବ୍ରାଉନସୁଗାର: କୋରେକ୍ସ ଓ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି; ପୋଲିସ ତରଫରୁ ହେଉନି ଚଢ଼ାଉ

ନୟାଗଡ଼ ଅଫିସ,୫ା୭- ନୟାଗଡ଼ ଜିଲାରେ ଧଳା ଜହର (ବ୍ରାଉନ ସୁଗାର) କାୟା ବିସ୍ତାର କରିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିଶା ପାଇଁ ଯୁବକମାନେ ଏହାକୁ ବ୍ୟବହାର କରୁଛନ୍ତି। କିଛିଦିନ ତଳେ ବ୍ରାଉନସୁଗାର ଖାଇ ଫତେଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହୋଇଥିଲା। ହେଲେ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିଲା। ସେହିପରି ଗତ ବୁଧବାର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନସୁଗାର ଖାଇ ନିଶାଗ୍ରସ୍ତ ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। ଏ ନେଇ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏହିଭଳି ବିଭିନ୍ନ ସମୟରେ ବ୍ରାଉନସୁଗାର ଖାଇ ଯୁବକମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏତେସବୁ ଘଟଣା ପରେ ବି ପୋଲିସ ଚଢ଼ାଉ କରୁ ନ ଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଶେଷ କରି ଭାପୁର ବ୍ଲକ ଫତେଗଡ଼ ଅଞ୍ଚଳରେ ବ୍ରାଉନସୁଗାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଖାଲି ଯେ ବ୍ରାଉନ ସୁଗାର ତା’ ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ କୋରେକ୍ସ ଓ ଅନ୍ୟାନ୍ୟା ନିଶାଦ୍ରବ୍ୟ ଅବାଧରେ କାରବାର ହେଉଛି। ଯୁବକମାନେ ଏହାକୁ ସେବନ କରି ଅବାଟରେ ଯାଉଛନ୍ତି। ସନ୍ଧ୍ୟା ସମୟରେ ସହରଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମରେ ଥିବା ପରିତ୍ୟକ୍ତ ଘର ନିଶାସେବନକାରୀଙ୍କ କେନ୍ଦ୍ର ପାଲଟୁଛି। ପୋଲିସ ଚଢାଉ ହେଉ ନ ଥିବାରୁ ସେମାନେ ଅବାଧରେ aବ୍ରାଉନସୁଗାର, କୋରେକ୍ସ, ଡେନଡ୍ରାଇଟ ଆଦି ନିଶାଦ୍ରବ୍ୟ ସେବନ କରୁଛନ୍ତି। ସୂଚନାଯୋଗ୍ୟ ୧୧ ଅଗଷ୍ଟ ୨୦୧୮ରେ ନୟାଗଡ଼ ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଜବତ ହୋଇଥିଲା। ଟାଉନ ଥାନା ସାଗର ପୋଖରୀ କୂଳରେ ଦୁଇଜଣ ଯୁବକଙ୍କ ନିକଟରୁ ୧ ଗ୍ରାମର ବ୍ରାଉନ ସୁଗାର (୫ଟି ପୁଡ଼ିଆ), ବ୍ରାଉନ ସୁଗାର ରଖି ନିଆଁ ଲଗାଯାଉଥିବା ସ୍ବତନ୍ତ୍ର ଜରି, ୪୫୨୦ ଟଙ୍କା, ଗୋଟିଏ ମୋବାଇଲ ଓ ଏକ ବାଇକ୍‌କୁ ପୋଲିସ ଜବତ କରିଥିଲା। ଦୁଇଜଣ ଛାତ୍ରଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ଏହା ପରେ ବି ପୋଲିସ ଘଟଣାକୁ ଗୁରୁତର ସହ ନେବା ବଦଳରେ ହାଲୁକା ଭାବେ ନେଇଥିଲା। ଅନ୍ୟପଟେ ଟାଉନ ପୋଲିସ ୩ଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଏକ ପାନ ଦୋକାନରୁ ୪୮ଟି କୋରେକ୍ସ ବୋତଲ ଜବତ କରିବା ସହିତ ଏହାକୁ ବିକ୍ରି କରୁଥିବା ସେକ୍‌ ସକୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ତରଫରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏସ୍‌ପି ଶଶିଭୂଷଣ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି, ହେଲେ କୌଣସି ସ୍ଥାନରେ କିଛି ମିଳୁନାହିଁ। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri