କାହିଁକି ଦେଖେଇ ହେଉଛେ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଚାଇନାର ଏଭଳି ପରିସ୍ଥିତିରେ ଭାରତ ସହଯୋଗର ହାତ ବଢ଼ାଇଛି। ଏହା ଖୁସିର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ଫେବୃୟାରୀ ୨୦୨୦ରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଚିଠି ଲେଖି ସମସ୍ତ ସହଯୋଗ ଓ ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା କହିଛନ୍ତି। ଏକ ଦେଶ ବିପଦରେ ପଡ଼ିଥିବା ବେଳେ ତାହାକୁ ସାହାଯ୍ୟର ହାତ ବଢ଼ାଇବା ଯେକୌଣସି ରାଷ୍ଟ୍ର ପକ୍ଷେ କରଣୀୟ। କିନ୍ତୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବା ହେଉଛି ବିଜ୍ଞତାର ପରିଚୟ। ଭାରତ ଅଦ୍ୟାବଧି କରୋନା ଭାଇରସ୍‌ କେଉଁଠାରୁ ଆସିଛି ଓ ଏଥିଲାଗି ସମ୍ଭାବ୍ୟ ଔଷଧ କ’ଣ ହୋଇପାରେ ତାହାର କୌଣସି ସନ୍ଧାନ ପାଇନାହିଁ। ସମ୍ଭବତଃ ଭାରତ ସେଭଳି ଗବେଷଣା କରିବାକୁ ସକ୍ଷମ ନୁହେଁ। ଏଠାରେ ଘଟୁଥିବା ମ୍ୟାଲେରିଆ ଓ ଫାଇଲେରିଆ ଭଳି ଜଣାଶୁଣା ରୋଗଠାରୁ ଆରମ୍ଭ କରି ଅନେକ ଅଜଣା ରୋଗର ପ୍ରତିକାର ଦିଗରେ କୌଣସି ଗବେଷଣା କରାଯାଇପାରୁ ନାହିଁ। ମ୍ୟାଲେରିଆ ଭଳି ରୋଗ ପାଇଁ ମିଳୁଥିବା ଔଷଧର ଜନ୍ମ ଭାରତ ମାଟିରେ ଘଟି ନ ଥିଲା। ଏହିସବୁ ଔଷଧ ପ୍ରସ୍ତୁତ କଲା ବେଳେ ବିଦେଶରେ ହୋଇଥିବା ବୈଜ୍ଞାନିକ ଗବେଷଣା ଅନୁଯାୟୀ କରାଯାଇଥାଏ। ଏପରି ସ୍ଥଳେ ଚାଇନାକୁ ଭାରତ କିଭଳି ଓ କେଉଁ ଭାବେ ସହଯୋଗ ଯୋଗାଇ ଦେବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
କରୋନା ଭୂତାଣୁ ସଂକ୍ରାନ୍ତରେ ଚାଇନାକୁ ଭାରତର ସହଯୋଗ ବିଷୟରେ ଚିନ୍ତା କଲା ବେଳେ ଦୁଇଟି ବିଷୟ ଉପରେ ଦୃଷ୍ଟିନିବଦ୍ଧ କରିବା ନିହାତି ଆବଶ୍ୟକ। ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ବଞ୍ଚିବା ଆଶା କ୍ଷୀଣ। ଦ୍ୱିତୀୟରେ ଯେଉଁମାନଙ୍କଠାରେ ଭୂତାଣୁ ଥିବା ଲକ୍ଷ୍ୟ କରାଯାଉଛି, ସେମାନେ ତତ୍‌କ୍ଷଣାତ୍‌ ତାହାର ବାହକ ପାଲଟି ଯାଉଛନ୍ତି। ଏଭଳି ପରିପ୍ରେକ୍ଷୀରେ ଚାଇନାକୁ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗକାରୀଙ୍କୁ ଯଦି ଚାଇନା ପଠାନ୍ତି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବବତ୍‌ ରହିବ ବୋଲି କୌଣସି ନିଶ୍ଚିତତା ନାହିଁ। ଦ୍ୱିତୀୟରେ ସେମାନେ ସେଠାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲାବେଳକୁ କରୋନା ଭାଇରସ୍‌ର ବାହକ ସାଜିପାରନ୍ତି। ଏମିତି ଦେଖିଲେ ଅସଂଖ୍ୟ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଭାରତରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ନ ଥିବା ବେଳେ ଏଭଳି ଅବାସ୍ତବ ସହଯୋଗର ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନିଜକୁ ଏବଂ ଦେଶକୁ ଅଡ଼ୁଆରେ ପକାଉଛନ୍ତି। ବୋଧହୁଏ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଷ୍ଟ୍ର ଚାଇନା ସହ ବାଣିଜ୍ୟ ସମ୍ପର୍କ ମଧ୍ୟ ଛିନ୍ନ କଲେଣି। ଏପରିକି ବିମାନସେବା ଚଳାଚଳ ମଧ୍ୟ ନିଷିଦ୍ଧ କରିଛନ୍ତି। ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଚାଇନା ସହ ଦ୍ରବ୍ୟ ଆମଦାନୀ କିମ୍ବା ରପ୍ତାନି କରିବାକୁ ଅମଙ୍ଗ ହେଲେଣି, ସେଭଳି ସ୍ଥଳେ ଭାରତୀୟ ନେତୃତ୍ୱଙ୍କ ସମବେଦନା କେଉଁ ଆଶାକୁ ଉଜ୍ଜୀବିତ କରୁଛି ବୁଝିବା କଷ୍ଟକର। ଭାରତ ଏବେ ପୃଥିବୀ ସ୍ତରର ନେତା ଭାବେ ନିଜକୁ ପ୍ରଦର୍ଶନ କରିବା ଲାଗି ଚେଷ୍ଟିତ ଥିବା ଭଳି ମନେହୁଏ। କିନ୍ତୁ କଥାରେ ଅଛି- ‘ଆପେ ବଞ୍ଚିଲେ ବାପର ନାଁ’। ଏହାବ୍ୟତୀତ ଏଠାରେ ସ୍ବୀକାରଯୋଗ୍ୟ ଯେ, ଭାରତର ଗବେଷଣା ଓ ବିକାଶ ଦିଗରେ ପ୍ରବଳ ଦୁର୍ବଳତା ଦେଶକୁ ପଛରେ ପକାଇଛି। ଅନ୍ୟପଟେ ଆମେରିକା ଭଳି ରାଷ୍ଟ୍ର, ଯିଏକି ବିଶ୍ୱ ବ୍ୟାପାରରେ ଅଧିକ ମୁଣ୍ଡ ଖେଳାଉଥିଲା, ସେ ଆଜି ‘ଆମେରିକା ଆଗ’ ବା ‘ଆମେରିକା ଫାଷ୍ଟ’ ଚିନ୍ତାଧାରାକୁ ଦୃଢ଼ୀଭୂତ କରୁଛି। କରୋନା ଭଳି ଗମ୍ଭୀର ସ୍ଥିତି ଉପୁଜିଥିବା ବେଳେ ଭାରତ ଲୋକଦେଖାଣିଆ ସଦିଚ୍ଛା ବାର୍ତ୍ତା ବା ଗୁଡ୍‌ଓ୍ବିଲ ମେସେଜ୍‌ରେ ସୀମିତ ରହିବା ଦରକାର। ଏହାଠାରୁ ଅଧିକ ବଳେଇଲେ ବିନା ଦକ୍ଷତାରେ ଦେଖେଇ ହେଲା ଭଳି ମନେହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri