ଇଞ୍ଜିନିୟରିଂ ସ୍କୁଲ ଛକରୁ ଶିଳ୍ପାଞ୍ଚଳ ୮ ଶହ ମିଟର ଦୈର୍ଘ୍ୟ: କାର୍ଯ୍ୟ ସରୁନି ରେଲୱେ ଓଭରବ୍ରିଜ୍‌, ରାସ୍ତା

ବ୍ରହ୍ମପୁର ଅଫିସ,୨୭ା୮-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ କାମ ସରୁନି । ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏବେ ୬ ବର୍ଷ ପୂରିବାକୁ ଯାଉଛି ଏବଂ ଆଙ୍କୁଲି ପଟ ବ୍ରିଜ କାମ ଅଧାପନ୍ତରିଆ ହୋଇ ରହିଛି। ଅପରପକ୍ଷରେ ବ୍ରିଜ ଦୁଇପାର୍ଶ୍ୱ ତଳ ରାସ୍ତା ନିର୍ମାଣ ମଧ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଯାନବାହନ ସହ ଲୋକଙ୍କ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବେ ଏହା ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି । ଆଙ୍କୁଲି ଅଞ୍ଚଳକୁ ଜାନିବିଲି ଜଳ ଯୋଗାଣ ନିମନ୍ତେ ଗୋଟିଏ ପଟେ ଗଦା ଗଦା ପାଇପ ଥିବାରୁ ଆଉ ଏକ ସମସ୍ୟା ହୋଇଛି । ଏଭଳି ସ୍ଥିତିରେ ଶିଳାନ୍ୟାସ ଫଳକ ମଧ୍ୟ ଅନ୍ୟତ୍ର ଉଠାଇ ନିଆଯାଇଛି ।
ଚଳିତ ମାସ ଶେଷ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ବେଳେ ଆଙ୍କୁଲି ଅଞ୍ଚଳବାସୀ ଏବଂ ଭାଜପା ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ ଦୁଇଗୋଷ୍ଠୀ ସେଠାରେ ହାଜର ହୋଇଥିଲେ। ଓଭରବ୍ରିଜ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ହୋଇପାରୁ ନ ଥିବାରୁ ସମସ୍ୟା ବଢ଼ି ଚାଲିଥିବା ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ରୁଟିପୂର୍ଣ୍ଣ ହୋଇଥିବା ସଙ୍ଗିନ ଅଭିଯୋଗ କରାଯାଇଥିଲା। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତଙ୍କ ସମେତ ଶିଳ୍ପାଞ୍ଚଳ ମଣ୍ଡଳ ଯୁବମୋର୍ଚ୍ଚା ନେତା ଶିବ ଶଙ୍କର ନାୟକ ଓ ତୁମ୍ବେଶ୍ୱର ନାୟକ ପ୍ରମୁଖ ବହୁ କର୍ମୀ ଜିଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି କରିଥିଲେ ।
ସେହିପରି ଆଙ୍କୁଲିବାସୀଙ୍କ ପକ୍ଷରୁ ଆଉ ଏକ ଟିମ୍‌ ଅଭିଯୋଗ ଶୁଣାଣି ବେଳେ ପହଞ୍ଚତ୍ ରେଲୱେ ଓଭରବ୍ରିଜ ନିର୍ମାଣ ସରୁ ନ ଥିବାରୁ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ନେଇ ଅବଗତ କରାଇଥିଲେ । ସୁରଜ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଅନେକ ଲୋକ ଯାଇଥିଲେ । ଓଭରବ୍ରିଜ୍‌ ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ନିର୍ମାଣ କାମ ଶେଷ କରାଯିବାକୁ ଦାବି କରାଯାଇଥିଲା । ଏହି ମର୍ମରେ ଜିଲାପାଳଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଏହି ଓଭରବ୍ରିଜ୍‌ ନିର୍ମାଣ ଆଙ୍କୁଲି ଲେଭଲକ୍ରସିଂ ଉପରେ ରେଲୱେ ପକ୍ଷରୁ ବ୍ରିଜ ନିର୍ମାଣ ଦୀର୍ଘବର୍ଷରୁ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଅଂଶରେ ବ୍ରିଜ ନିର୍ମାଣ ପଦକ୍ଷେପ ନିଆଯାଇ ୨୦୧୩ ଅକ୍ଟୋବର ୩ରେ ଶୁଭ ଦିଆଗଲା ।
ବ୍ୟୟ ଅଟକଳ ୪୩.୨୯ କୋଟି ହୋଇଛି ।
ଏହାର ଦୈର୍ଘ୍ୟ ୮ ଶହ ମିଟର ଏବଂ ଓସାର ୧୨ ମିଟର ନକ୍ସା ପ୍ରସ୍ତୁତ ହୋଇଥିବା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଜଣାପଡ଼ିଛି। ୨୦୧୮ ଜାନୁୟାରୀ ୬ରେ ଓଭରବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଥିଲା। ପରେ ବର୍ଷେ ବଢ଼ାଇ ୨୦୧୮ ଡିସେମ୍ବର ୩୧ରେ ଶେଷ ହେବାର ଧାର୍ଯ୍ୟ ହୋଇଥିଲା । ଏହାର ମଧ୍ୟ ୮ ମାସ ବିତିଛି ଏବଂ ବ୍ରିଜ୍‌ ଓ ରୋଡ ନିର୍ମାଣ ଅଧାପନ୍ତରିଆ ରହିଛି ।
ସୋମବାର ଯୋଗାଯୋଗ ବେଳେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେବାରୁ ବିଳମ୍ବ ଘଟିବାରେ ଲାଗିଛି । ଉଚ୍ଛେଦ ହେବାକୁ ଥିବା ଘର ମାଲିକ ଅଦାଲତରେ ମାମଲା ରୁଜୁ କରି ସ୍ଥଗିତାଦେଶ ଆଣିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଜିଲା ଭୂ-ଅର୍ଜନ ଅଧିକାରୀ ସ୍ଥାନ ହସ୍ତାନ୍ତର କରିବା ପରେ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?