ବ୍ରହ୍ମପୁର ଅଫିସ,୧୧ା୧୨-ଗଞ୍ଜାମ ଜିଲାରେ କାର୍ଯ୍ୟକାରୀ ହେଉନି ସ୍କୁଲ ବସ୍ ପଲିସି-୨୦୧୬ ା ଜିଲାର କୌଣସି ଘରୋଇ କଲେଜ ଓ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍କୁଲ ବସ୍ ପଲିସିକୁ ମାନୁ ନାହାନ୍ତି ା ଏ ନେଇ ପ୍ରଗତିଶୀଳ ଉତ୍କଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମର ଅଭିଯୋଗ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିୟମକୁ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ା ଏ ନେଇ ଜିଲାର ସମସ୍ତ ଘରୋଇ ସ୍କୁଲ ଓ କଲେଜକୁ ଜିଲାପାଳ ନୋଟିସ କରିଛନ୍ତି। ତୁରନ୍ତ ନିଜର ବସ୍ଗୁଡିକର ସ୍ଥିତି ଓ ସେଥିରେ ସରକାରୀ ନିୟମାନୁସାରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଥିବା ଆବଶ୍ୟକ ବ୍ୟବସ୍ଥା ଉପରେ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ ଜାରି କରିଛନ୍ତି ା ଏଥିସହ ରିପୋର୍ଟ ସଂଗ୍ରହ କରି ତୁରନ୍ତ ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ଜିଲା ଶିକ୍ଷାଧିକାରୀ(ଡିଇଓ), ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବା ଜଣାପଡିଛି ା
ଘରୋଇ ସ୍କୁଲ, କଲେଜ ବସ୍ରେ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୬ ଅଗଷ୍ଟରେ ରାଜ୍ୟ ସରକାର ସ୍କୁଲ ବସ୍ ପଲିସି-୨୦୧୬ ପ୍ରଣୟନ କରିଥିଲେ। ଉକ୍ତ ନିୟମାନୁସାରେ, ଘରୋଇ ସ୍କୁଲ ଓ କଲେଜ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ବସ୍ଗୁଡିକରେ ଫାଷ୍ଟଏଡ ବକ୍ସ ରଖାଯିବା ସହ ସିସି କ୍ୟାମେରା, ଜିପିଏସ୍ ବ୍ୟବସ୍ଥା, ପାନୀୟଜଳ, କ୍ଷମତା ଅନୁସାରେ ବସ୍ ବାହାରେ ସିଟ ସଂଖ୍ୟା ସାଇନବୋର୍ଡ ଲଗାଯିବା, ବସ୍ର କ୍ଷମତା ଅନୁସାରେ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବା, ଛାତ୍ରୀଛାତ୍ରଙ୍କୁ ବସ୍ରେ ନେବା ଆଣିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ଗାଇଡ ଭାବେ ରହିବା ନେଇ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହାର ୩ବର୍ଷ ପରେ ବି ଅନେକ ଘରୋଇ ଶିକ୍ଷାନୁ୍ଷ୍ଠାନ ଏହି ନିୟମକୁ ପାଳନ କରୁ ନ ଥିବା ନେଇ ଗତ ସପ୍ତାହରେ ପ୍ରଗତିଶୀଳ ଉକତ୍ଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା ା ଏନେଇ ଅଭିଯୋଗ ପତ୍ର ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବଙ୍କୁ ଉଭୟ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ନିୟମ ଖିଲାପକାରୀ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଡିଇଓ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଜିଲାପାଳଙ୍କ ନିକଟରେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପରିଚାଳିତ ବସ୍ ଗୁଡିକର ଯାଞ୍ଚ ରିପୋର୍ଟ ପଠାଯିବ। ନିୟମ ଖିଲାପକାରୀ ସ୍କୁଲ, କଲେଜ ଉପରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ସୂଚାଇଛନ୍ତି।
କାର୍ଯ୍ୟକାରୀ ହେଉନି ଘରୋଇ ସ୍କୁଲ ବସ୍ ପଲିସି-୨୦୧୬: ଘରୋଇ ସ୍କୁଲ, କଲେଜକୁ ଜିଲାପାଳଙ୍କ ନୋଟିସ
Posted inଆମ ଜିଲା ଖବର, ଗଞ୍ଜାମ View All
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ
ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା
ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ…
୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….
ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…
ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା
ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…
ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….
ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…
Archives

