କାମରେ ଲାଗୁନି ଭାରୀଯାନ ପାର୍କିଂ କଟକଣା

ପାରାଦୀପ,୨୪ା୨(ସ୍ବ.ପ୍ର.): ପାରାଦୀପ ଶିଳ୍ପ ସହରର ଅଠରବାଙ୍କୀ ଗୋଲେଇଛକରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ସବୁଠାରୁ ବ୍ୟସ୍ତବହୁଳ। ଏହି ୪.୫ କିମି ରାସ୍ତାରେ ଅଧିକାଂଶ ସମୟ ଭିଡ଼ ହୋଇଥାଏ। ଏଥିଯୋଗୁ ପ୍ରଦୂଷଣ ବଢ଼ିବା ସହିତ ଦୁର୍ଘଟଣା ମଧ୍ୟ ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଭାରୀଯାନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି। ଜିଲାପାଳ ଚଳିତ ବର୍ଷ ଫେବୃୟାରୀ ୧୧ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଏହି ପାକର୍ିଂ କଟକଣା ଜାରି କରିଛନ୍ତି। ମାତ୍ର ଉକ୍ତ ରାସ୍ତାରେ କଟକଣାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ୩ ଥାକିଆ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ସବୁବେଳେ ଶତାଧିକ ଭାରୀଯାନ ରହୁଛି। ୫ନଂ(କ) ଜାତୀୟ ରାଜପଥକୁ ଲାଗି ବିଭିନ୍ନ ବେପାର ଚାଲିଛି। ଯଥା: ବାଉଁଶ, ସ୍କାବ୍‌, ଉଠାଦୋକାନ, ଶୁଖୁଆବସ୍ତା, ବାଲି, ଗୋଡ଼ି, ଇଟା, ସିମେଣ୍ଟ, ଲୁହାରଡ୍‌ ଅଦି ଗଚ୍ଛିତ ରଖାଯାଉଛି। ଏପରି କି ରାଜପଥକୁ ଲାଗି ସ୍ଥାୟୀ/ଅସ୍ଥାୟୀ ଘର ନିର୍ମାଣ ଚାଲିଛି। ୨୦୧୩ ମସିହାରେ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ, ଘର ଆଦି ଉଚ୍ଛେଦ କରାଯାଇଥିଲା। ଭୂତମୁଣ୍ଡାଇଠାରୁ ଦୋଛକି ଉଦୟବିହାର ପର୍ଯ୍ୟନ୍ତ ସ୍ଥାୟୀ ଘରକୁ ଭଙ୍ଗାଯାଇଥିଲା। ସେତେବେଳେ କାହିଁକି କେଜାଣି ପିପିଏଲ୍‌ ଛକରୁ ଲାଗି ଥିବା ବଡ଼ ହୋଟେଲ, ତେଲଟାଙ୍କି, କପଡ଼ା ଶୋ’ରୁମ୍‌, ଗୋଦାମଘରକୁ ଛାଡ଼ି ଦିଆଯାଇଥିଲା। ସେତେବେଳେ ଏହି ପ୍ରସଙ୍ଗରେ ତତ୍କାଳୀନ ତହସିଲଦାରଙ୍କୁ ପଚାରିବାରେ ଉତ୍ତର ମିଳିଥିଲା ପରେ ଭଙ୍ଗାଯିବ। ୨୦୧୭ରେ ଯେତିକି ଘର ରାଜପଥ ପାର୍ଶ୍ୱରୁ ଭଙ୍ଗାଯାଇଥିଲା ଏବେ ସେହି ସ୍ଥାନରେ ପୂର୍ବଠାରୁ ଅଧିକ ଘର, ଦୋକାନ ନିର୍ମାଣ ହୋଇସାରିଛି। ଯେଉଁଥି ପାଇଁ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି।
ଅପରପକ୍ଷେ ଦିନକୁ ଦିନ ଭାରୀଯାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବନ୍ଦର ଭିତରକୁ ପ୍ରବେଶ ପୂର୍ବରୁ ଟ୍ରକ୍‌ଗୁଡ଼ିକ ଅଠରବାଙ୍କୀଠାରୁ କେନ୍ଦ୍ରାପଡ଼ା ଜିଲାର ଦୁହୁରିଆ ପର୍ଯ୍ୟନ୍ତ ଗୋଟିଏ ଲାଇନ୍‌ରେ ରହିଥାନ୍ତି। ବନ୍ଦରରୁ ବାହାରୁଥିବା ଗାଡ଼ି ଯିବା ପୂର୍ବରୁ ଚାଲାଣ ଦେବା, ସଂଘରେ ତେଲ କୁପନ ନେବା, ମରାମତି ପାଇଁ ଅପେକ୍ଷା କରିବାକୁ ପଡ଼େ। ଟ୍ରକ୍‌ ସଂଘ ଗୁଡ଼ିକ ରାଜପଥ କଡ଼ରେ ଥିବାରୁ ପ୍ରସ୍ଥାନ ରସ୍ତାରେ ମଧ୍ୟ ଗାଡ଼ିଗୁଡ଼ିକ ପାର୍କିଂ କରି ରହିଥାଏ। ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ସ୍ବତନ୍ତ୍ର ଟର୍ମିନାଲ ପ୍ରକଳ୍ପ ଲୋକଙ୍କ ବିରୋଧ ଯୋଗୁ ଅଟକି ରହିଛି। ଯେଉଁଥିପାଇଁ ବନ୍ଦର ଏବଂ ଶିଳ୍ପକୁ ଦୈନିକ ୧୦ରୁ ୧୨ ହଜାର ଭାରୀଯାନ ଅଠରବାଙ୍କୀ-ଦୋଛକି ରାସ୍ତାରେ କୌଣସି ନା କୌଣସି କାରଣରୁ ଅଟକି ରହୁଛନ୍ତି। ତେଣୁ ସେହି ସ୍ଥାନରେ ପ୍ରଶାସନ କେବଳ କାଗଜକଲମରେ କଟକଣା ଲାଗୁ କରୁଛନ୍ତି ବୋଲି ଅଠରବାଙ୍କୀ ବାସିନ୍ଦା ଦେବବ୍ରତ ସାହୁ ଅଭିଯୋଗ କରିଛନ୍ତି। ପାର୍କିଂ ଓ ଦୁର୍ଘଟଣା ପ୍ରସଙ୍ଗରେ ଏକାଧିକ ଥର ଜିଲା ପ୍ରଶାସନକୁ ଚିଠି ଲେଖିଲାଣି ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ। ହେଲେ ଏହାର କୌଣସି ପ୍ରତିକାର ହେଉନାହିଁ। ଏହିପରି ଇଫ୍‌କୋ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ କାରଖାନା ଓ ଏସାର ଷ୍ଟିଲ୍‌ ସଂଯୋଗସ୍ଥଳରେ ଏକ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ ପାଇଁ ୪ ବର୍ଷ ହେଲା ଚିଠି ଲେଖୁଥିଲେ ହେଁ ତାଙ୍କୁ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରୁ କ୍ଲିୟରାନ୍ସ ମିଳୁନାହିଁ। ପାର୍କିଂ କଟକଣା କାମରେ ନ ଲାଗିବା ପ୍ରସଙ୍ଗରେ କୁଜଙ୍ଗ ତହସିଲଦାର ପ୍ରଭାସ ବେଉରାଙ୍କୁ ପଚାରିବରେ ସେ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶମତେ ଆମ୍ଭେ ଖୁବ୍‌ଶୀଘ୍ର ରାସ୍ତା ପାର୍ଶ୍ୱ ଯାଞ୍ଚ କରିବୁ। ଏହି ସମୟରେ ଯଦି କେହି ଜବରଦଖଲ କରିଥାନ୍ତି କିମ୍ବା ଗାଡ଼ି ପାର୍କିଂ କରିଥାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri