କାମରେ ଆସୁନି ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁରରେ ୨୦୧୫-୧୬ ଆର୍ଥିକ ବର୍ଷରୁ ନିର୍ମିତ ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବେ ଜନୈକ ବ୍ୟକ୍ତିଙ୍କ କବ୍‌ଜାରେ ରହିଥିବା ଅଭିଯୋଗ ହୋଇଛି। ସୋମବାର ମକୁନ୍ଦପୁର ଗ୍ରାମବାସୀ ଏ ନେଇ ଲିଖିତ ଭାବେ ପ୍ରାଣୀ ଚିକିତ୍ସା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗାଁର ଲାଲ ବିହାରୀ କୁଅଁର, ଉତ୍ତର ନାଗ, ଉକିଲ ନନ୍ଦ, ଗଗନ ସ୍ବାଇଁ, ମଗଶିର ବାଗ, ଲମ୍ବୋଦର ସାହୁ, ମାୟାଧର ନାଏକ, ମିତ୍ରଭାନୁ ନାଏକ, ରମେଶ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଏହି ସହାୟକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅବହେଳିତ ହୋଇପଡି ରହିଛି ା କୌଣସି ଅଧିକାରୀ କେବେ ହେଲେ ଏଠାକୁ ଆସୁ ନାହାନ୍ତି। ଏହାର ସୁଯୋଗ ନେଇ ଜଣେ ବ୍ୟକ୍ତି ଏଠାରେ ଅନାଧିକାରଭାବେ ବାସ କରୁଛନ୍ତି ା ମକୁନ୍ଦପୁର, ପୁରୁନାପାନି ଗାଁର ଚାଷୀଙ୍କ ପଶୁର ଚିକିତ୍ସା ଉଦ୍ଦେଶ୍ୟରେ ଏହି ଏଲଆଇ ସେଣ୍ଟର ସ୍ଥାପିତ ହୋଇଥିବା ବେଳେ ଜବରଦଖଲକୁ ନେଇ ବିଭାଗୀ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଦେଓଗାଁ ପ୍ରାଣୀଧନ ଚିକିତ୍ସକ ଡା.ଶମ୍ଭୁ ପ୍ରସାଦ ସାହୁଙ୍କୁ ଯୋଗାଯୋଗ କରିବାରୁ ଗାଁଲୋକ ଏନେଇ ଜିଲା ଅଫିସରେ ଅଭିଯୋଗ କରିଥିବା ସୂଚନା ପାଇଛି। ମଙ୍ଗଳବାର ଗାଁକୁ ଯାଇ ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri